ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନିଧନରେ ଭାରତରେ ଏକ ଦିବସୀୟ ରାଜକୀୟ ଶୋକ ଘୋଷଣା କଲେ ସରକାର


ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ନିଧନରେ ଭାରତ ସରକାର ଶୋକ ପ୍ରକାଶ କରିଛନ୍ତି। ଶୁକ୍ରବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ ସୂଚନା ଦିଆଯାଇଛି କି, ସରକାର ୧୧ ସେପ୍ଟେମ୍ୱର ଅର୍ଥାତ୍‌ ରବିବାର ବ୍ରିଟେନର ମହାରାଣୀ ଏଲିଜେବେଥ୍‌ ଦ୍ୱିତୀୟଙ୍କ ସମ୍ମାନରେ ଏକ ଦିବସୀୟ ରାଜକୀୟ ଶୋକ ପାଳନର ଘୋଷଣା କରିଛନ୍ତି। କହି ରଖୁଛି କି, କ୍ୱିନ ଏଲିଜାବେଥ୍ ଦ୍ୱିତୀୟଙ୍କର ଗୁରୁବାର ରାତିରେ (ଭାରତୀୟ ସମୟାନୁସାରେ) ନିଧନ ହୋଇଥିଲା।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି କି, ଶୋକ ଦିବସ ଦିନ ପୂରା ଭାରତରେ ସବୁ ବିଲ୍ଡିଂରେ ଜାତୀୟ ପତାକା ଅଧା ଝୁଲି ରହିବ। ଏହି ଦିନ କୌଣସି ଅଫିସିଆଲି କାମ ହେବ ନାହିଁ।

ଉଲ୍ଲେଖନୀୟ ଯେ, ବ୍ରିଟେନର ମହାମହିମ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କର ୮ ସେପ୍ଟେମ୍ୱର ୨୦୨୨ରେ ମୃତ୍ୟୁ ହୋଇଛି । ସେ ବ୍ରିଟେନର ସବୁଠୁ ଦୀର୍ଘ ଦିନ ଧରି ରାଜୁତି କରିବାର ମହାରାଣୀ ଥିଲେ । ସେ ଗୁରୁବାର ରାତିରେ (ଭାରତୀୟ ସମୟାନୁସାରେ) ସ୍କଟଲ୍ୟାଣ୍ଡର ବାଲ୍ମୋରାଲ କାଷ୍ଟଲ ମହଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ମହାରାଣୀ ୭୦ ବର୍ଷ ପର୍ଯ୍ୟନ୍ତ ବ୍ରିଟେନରେ ଶାସନ କରିଛନ୍ତି ।


Share It

Comments are closed.