ଗତ ୨୪ ଘଣ୍ଟାରେ କରୋନାରେ ଆଖି ବୁଜିଲେ ୧୦୦୮ କରୋନା ଆକ୍ରାନ୍ତ
ଦେଶରେ ବଢ଼ୁଛି କରୋନା ଜନିତ ମୃତ୍ୟୁସଂଖ୍ୟା । ହେଲେ ସଂକ୍ରମଣ କମୁଥିବା ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧,୦୦୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ ଏଯାଏ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪,୯୮,୯୮୩କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ଆଉ ୧,୭୨,୪୩୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ସୁସ୍ଥତା ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୨,୫୯,୧୦୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ୍ କରୋନା ସକ୍ରିୟ ମାମଲା ରହିଛି ୧୫,୩୩,୯୨୧ । ଦୈନିକ ପଜିଟିଭିଟି ହାର ୧୦.୯୯% ରହିଥିବା ବେଳେ, ଟିକାକରଣକୁ ମଧ୍ୟ ଦେଶରେ ଜୋରଦାର କରାଯାଉଛି । ଦେଶରେ ଏଯାଏ ୧୬୭.୮୭ କୋଟି ଲୋକଙ୍କ ଟିକାକରଣ ହୋଇଛି ।
Comments are closed.