ଚୀନକୁ ଏବେ ଅସ୍ତ୍ର ମାଧ୍ୟମରେ ଜବାବ ଦେବ ଭାରତ, ସୀମାରେ ମୁତୟନ କଲା ଟି-୯୦ ଭୀଷ୍ମ ଟ୍ୟାଙ୍କ

Share It

ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ହୋଇଥିବା ସାମରିକ ସଂଘର୍ଷ ପରେ ଏବେ ଚୀନର ସମସ୍ତ ଗତିବିଧି ଉପରେ ନଜର ରଖିଛି ନଜର | ଉଭୟ ଦେଶର ସୀମାକୁ ପରସ୍ପର ଠାରୁ ଅଲଗା କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି( Line of Actual Conmtrol-LAC) ଅଞ୍ଚଳରେ ଡ୍ରାଗନ ଆର୍ମି ସାମରିକ ଗତିବିଧିକୁ ବଢାଇବା ପରେ ଏହାର  ଜବାବବ ଦେବାକୁ ସତର୍କ ହୋଇଉଠିଛି ଭାରତ |

ଏହି କ୍ରମରେ ଲଦାଖରେ ସ୍ଥଳସେନାର ଅନ୍ୟତମ ଘାତକ ହତିଆର T-90 ଭୀଷ୍ମ ଟ୍ୟାଙ୍କ ନିୟୋଜିତ କରାଯାଇଛି | ଏବେ ଚୀନ ସେନାକୁ ଅସ୍ତ୍ରଶସ୍ତ୍ରରେ ଜବାବ ଦେବାକୁ ଭାରତୀୟ ସେନାକୁ ଅନୁମତି ମିଳିସାରିଛି | ଭାରତର ବାହୁବଳୀ କୁହାଯାଉଥିହା ଏହି ଟ୍ୟାଙ୍କ ଏଲଏସି ଅଞ୍ଚଳରେ ଚଳିତ ଜୁନରୁ ଅସ୍ଥାନ ଜମାଇଛି |   ସୀମାରେ ଚୀନର କୌଣସି ପ୍ରକାର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି | ସୀମାନ୍ତ ଅଞ୍ଚଳରେ ଶତ୍ରୁର ସମସ୍ତ ଯୋଜନାକୁ ରଣନୈତିକ ଏବଂ ସାମରିକ ସ୍ତରରେ ମାତ ଦେବାକୁ ପ୍ରସ୍ତୁତ ହୋଇଉଠିଛି ଭାରତୀୟ ସେନା | ସୀମାରେ ଭାରତର ସ୍ଥିତି ମଜବୁତ ହେବା ପରେ ଚୀନକୁ ଏବେ ଅନୁପ୍ରବେଶ କରିଥିବା କ୍ଷେତ୍ରରୁ ପଛକୁ ହଟିବାକୁ ପଡିବ |

ଲଦାଖରେ T-90 ଟ୍ୟାଙ୍କର ନିୟୋଜନ କରି ଚୀନକୁ ଏବେ ଅସ୍ତ୍ର ମାଧ୍ୟମରେ ଜବାବ ଦେଇଛି ଭାରତ | ପୂର୍ବ ଲଦାଖରେ ଟି -90 ନିୟୋଜନ ସେନାର ଆଗୁଆ ପ୍ରସ୍ତୁତିକୁ ଚିହ୍ନିତ କରିଛି | ଗତ ମେ ମାସରେ ଚୀନ ସହିତ ତିକ୍ତତା ବୃଦ୍ଧି ପାଇବାରେ ଲାଗିଥିଲା | ଚୀନ ଅସ୍ତ୍ରଶସ୍ତ୍ର ବୋଝେଇ ସାମରିକ ଯାନ ନେଇ ଏଠାକୁ ଆସିଥିଲ | ଚୀନ ନିକଟରେ T-95 ଟ୍ୟାଙ୍କ ରହିଛି | ଯାହା T-90 ଟ୍ୟାଙ୍କରୁ ଅଧିକ ନୁହେଁ ଏହା ସମାନ କିମ୍ବା କମ | ଯଦି ଚୀନ୍ ଆକ୍ରମଣାତ୍ମକ ଆକ୍ରମଣ କରେ, T-90 ଟ୍ୟାଙ୍କ ହେଉଛି ବଡ ଉତ୍ତର |


Share It

Comments are closed.