କରୋନା ଟୀକା ନବାହାରିବା ପର୍ଯ୍ୟନ୍ତ ‘ରେଡ ଲାଇଟ ଅଞ୍ଚଳ’ରେ ପ୍ରତିବନ୍ଧକ ଲଗାଇବା ପାଇଁ ସରକାରଙ୍କୁ ପରାମର୍ଶ ଦେଲେ ବୈଜ୍ଞାନିକ
କରୋନା ଭାଇରସ ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେତେକ ବିଶେଷଜ୍ଞ ରେଡ ଲାଇଟ ଅଞ୍ଚଳକୁ ବନ୍ଦ କରିବା ପାଇଁ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ଟୀକା ବାହାରିବା ପର୍ଯ୍ୟନ୍ତ ଯଦି ସରକାର ଏହି ରେଡ ଲାଇଟ ଅଞ୍ଚଳ ଉପରେ ପ୍ରତିବନ୍ଧକ ରଖନ୍ତି ତେବେ ଆଗାମୀ ୧୭ ଦିନ ମଧ୍ୟରେ କରୋନା ମାମଲାରେ ଅନେକ ମାତ୍ରାରେ ହ୍ରାସ ପରିଲକ୍ଷିତ ହେବ ଏବଂ ସମ୍ଭବତଃ ୭୨ ପ୍ରତିଶତ ମାମଲାକୁ ପ୍ରତିହତ କରାଯାଇ ପାରିବ ।
ଆମେରିକାର ବିଶେଷଜ୍ଞ ଦଳ ଯେଉଁଥିରେ ‘ୟେଲ ସ୍କୁଲ ଅଫ ମେଡିସିନ’ର ବିଶେଷଜ୍ଞ ମଧ୍ୟ ସାମିଲ ଅଛନ୍ତି, ସେମାନେ ଏକ ଅଧ୍ୟୟନ ମାଧ୍ୟମରେ କହିଛନ୍ତି ଯେ, ଭାରତ ଏହି ରେଡ ଲାଇଟ ଅଞ୍ଚଳକୁ ବନ୍ଦ କରାଯାଇ କରୋନା ଭାଇରସରେ ସମ୍ଭବତଃ ୬୩ ପ୍ରତିଶତ ମୃତ୍ୟୁକୁ କମ୍ କରାଯାଇ ପାରିବ । ବିଶେଷଜ୍ଞ ଦଳ କହିଛନ୍ତି ଯେ, କରୋନା ଟୀକା ନବାହାରିବା ପର୍ଯ୍ୟନ୍ତ ଭାରତ ସରକାର ଯଦି ଏହି ରେଡ ଲାଇଟ ଅଞ୍ଚଳମାନଙ୍କରେ ପ୍ରତିବନ୍ଧକ ଲଗାନ୍ତି ତେବେ କରୋନା ଭାଇରସ ସମ୍ବନ୍ଧିୟ ଅନେକ ମାଲମାକୁ ନିୟନ୍ତ୍ରଣରେ ଅଣାଯାଇ ପାରିବ । ବୈଜ୍ଞାନିକ ଦଳ କହିଛନ୍ତି ଯେ, ସେମାନେ ଭାରତ ସରକାର ଏବଂ ସମସ୍ତ ରାଜ୍ୟର ସରକାରଙ୍କୁ ଏହି ରିପୋର୍ଟ ପଠାଇଛନ୍ତି । ଲକ୍ଡାଉନ ପରେ ମଧ୍ୟ ଏହି ଅଞ୍ଚଳମାନଙ୍କରେ ପ୍ରତିବନ୍ଧକ ଲାଗୁ ରଖିବା ପାଇଁ ସେ ସରକାରଙ୍କୁ ସୁପାରିଶ କରିଛନ୍ତି ।
ବୈଜ୍ଞାନିକଙ୍କ ଅନୁଯାୟୀ ୪୫ ଦିନରେ ୭୨ ପ୍ରତିଶତ ମାମଲା ହ୍ରାସ ହୋଇପାରେ ଏବଂ କରୋନାର ପିକ ୧୭ ଦିନ ଡେରିରେ ଆସିବ । ସେ କହିଛନ୍ତି ଯେ, ଡେରି ହେବା ସତ୍ତ୍ୱେ ବର୍ତ୍ତମାନ ଭାରତ ସରକାର ଏହି ଦିଗରେ ଅଧିକ ପ୍ରସ୍ତୁତି ଏବଂ ଆବଶ୍ୟକିୟ ପଦକ୍ଷେପ ଗ୍ରହଣ କରିପାରିବେ । ଲକଡାଉନ ପରେ ଯଦି ରେଡ ଲାଇଟ ଅଞ୍ଚଳକୁ ବନ୍ଦ ରଖାଯାଏ ତେବେ ୬୦ ଦିନରେ ୬୦ ପ୍ରତିଶତ କରୋନା ଜନିତ ମୃତ୍ୟୁ ମାମଲା କମିଯିବ । ସେହିଭଳି ନ୍ୟାସନାଲ ଏଡ୍ସ କଣ୍ଟ୍ରୋଲ ଅର୍ଗନାଇଜେସନ ଅନୁଯାୟୀ ଭାରତରେ ପାଖାପାଖି ୬,୩୭,୫୦୦ ସେକ୍ସ ୱାର୍କର ଅଛନ୍ତି ଏବଂ ପ୍ରତିଦିନ ପ୍ରାୟ ୫ ଲକ୍ଷ ଗ୍ରାହକ ଏମାନଙ୍କ ନିକଟରେ ପହଞ୍ଚିଥାନ୍ତି । ଏହି ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯଦି ରେଡ ଲାଇଟ ଅଞ୍ଚଳ ଖୋଲିଯାଏ ତେବେ ଦେଶରେ ଖୁବ ଦ୍ରୁତ ଗତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ । ଏବଂ ବହୁଳ ଭାବରେ ସେକ୍ସ ୱାର୍କର ଏବଂ ଗ୍ରାହକ ସଂକ୍ରମିତ ହେବେ ।
ଏହା ସହ ସଂକ୍ରମିତ ଗ୍ରାହକ ଅନ୍ୟ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମଣ କରାଇବେ । ଏଥିପାଇଁ ରେଡ ଲାଇଟ ଅଞ୍ଚଳକୁ ବନ୍ଦ ରଖାଯାଉ ଯାହା ବଡ ହଟସ୍ପଟ ହୋଇନପାରିବ ।
Comments are closed.