ସୁରକ୍ଷିତ ଭାବେ ସ୍ୱଦେଶରେ ପହଞ୍ଚିଲେ ଆଫଗାନିସ୍ଥାନରୁ ଫେରିଥିବା ଭାରତୀୟ ଦୂତବାସର ସମସ୍ତ କର୍ମଚାରୀ
ଆଫଗାନିସ୍ତାନରେ ଫସିରହିଥିବା ଭାରତୀୟଙ୍କୁ ଧରି ଭାରତ ପହଁଞ୍ଚିଲା ଭାରତୀୟ ବାୟୁସନୋର ସ୍ୱତନ୍ତ୍ର ବିମାନ। ଭାରତୀୟ ଦୂତବାସ କର୍ମଚାରୀଙ୍କ ସମେତ ୧୨୦ ଜଣ ଭାରତୀୟ ଗୁଜୁରାଟର ଜାମନଗର ବିମାନବନ୍ଦରରେ ପହଁଞ୍ଚିଛନ୍ତି।
ତାଲିବାନ୍ କବଜାରେ ଆଫଗାନିସ୍ତାନ। ବର୍ତ୍ତମାନ ଆଫଗାନିସ୍ତାନରେ ଭୟାବହ ସ୍ଥିତି। ତାଲିବାନର ଅତ୍ୟାଚାରକୁ ନଜରରେ ରଖି ଆଫଗାନୀବାସୀ ଭୟରେ ଦେଶ ଛାଡ଼ିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ଆଫଗାନିସ୍ତାନରେ ଥିବା ଭାରତୀୟ ଦୂତବାସର ସମସ୍ତ କର୍ମଚାରୀଙ୍କୁ ସ୍ୱଦେଶ ଫେରାଇ ଆଣିଛି ଭାରତୀୟ ବାୟୁସେନା। ଆଜି ଭାରତୀୟ ଦୂତବାସର ସମସ୍ତ କର୍ମଚାରୀ ଭାରତୀୟ ବାୟୁସେନା ବିମାନ ଯୋଗେ ଭାରତ ଫେରିଛନ୍ତି। ସମସ୍ତ ଜରୁରୀ କାଗଜ ପତ୍ରକୁ ସାଥିରେ ଧରି କାବୁଲ ବିମାନ ବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ବିମାନ। ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀ ଓ ସାଧାରଣ ନାଗରିକଙ୍କୁ ମିଶାଇ ପ୍ରାୟ ୧୨୦ ଜଣଙ୍କୁ ସୁରକ୍ଷିତ ଭାବେ ଭାରତ ଅଣାଯଇଉଛି। ଦିନ ୧୧.୪୫ରେ ବାୟୁ ସେନା ବିମାନଟି ଗୁଜୁରାଟର ଜାମନଗରରେ ପହଁଞ୍ଚିଛି।
କାବୁଲରେ ଦିନକୁ ଦିନ ସ୍ଥିତି ବିଗିଡ଼ି ଚାଲିଛି। ଯାହାକୁ ନଜରରେ ରଖି ଭାରତୀୟ ଦୂତବାସ କାର୍ଯ୍ୟାଳୟକୁ ସୋମବାରଠୁ ବନ୍ଦ କରାଯାଇଥିଲା। ଭାରତୀୟ ଅଧିକାରୀ ସ୍ୱଦେଶ ଫେରିବା ପରେ ଆଫଗାନ୍ କର୍ମଚାରୀ କାର୍ଯ୍ୟାଳୟ ଦାୟିତ୍ୱ ସମ୍ଭାଳିବେ ବୋଲି ସୂଚନା ରହିଛି। ଭାରତୀୟ ବାୟୁ ସେନା ବିମାନ ସି-୧୭ ଗ୍ଲୋବମାଷ୍ଟର କାବୁଲରେ ପହଁଞ୍ଚି ଦୂତବାସ କର୍ମଚାରୀ ଓ ଭାରତୀୟ ନାଗରିକଙ୍କୁ ନେଇ କାବୁଲରୁ ଭାରତ ଅଭିମୁଖେ ଉଡ଼ାଣ ଭରିଥିଲା
ଖବର ସରବରାହ ସଂସ୍ଥା ANIରେ ପ୍ରକାଶିତ ଏକ ଖବର ଅନୁଯାୟୀ ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ସମସ୍ତ ଭାରତୀୟ ସୁରକ୍ଷିତ ସ୍ଥାନରେ ଅଛନ୍ତି। ସମସ୍ତଙ୍କୁ ଭାରତ ଫେରାଇ ଆଣିବାକୁ ଭାରତ ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ସେହିପରି ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ ଆଫଗାନିସ୍ତାନର ବିଭିନ୍ନ ପ୍ରାନ୍ତରେ ପାଖାପାଖି ୧୨୦ ଜଣ ଭାରତୀୟ ଫସି ରହିଛନ୍ତି। ସମସ୍ତଙ୍କୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଭାରତ ଅଣାଯିବା ପାଇଁ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ।
Comments are closed.