ଚାଲିଗଲା ‘ଅମ୍ଫାନ’ କିନ୍ତୁ ଛାଡି ଦେଇ ଗଲା ଅନେକ ଯନ୍ତ୍ରଣାଦାୟକ ଛାପ

Share It

ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ପଶ୍ଚିମବଙ୍ଗ ଏବଂ ଓଡିଶାରେ ନିଜର ତାଣ୍ଡବଲୀଳା ରଚିଛି । ଓଡିଶା ଅପେକ୍ଷା ଅଧିକ କ୍ଷୟକ୍ଷତି ପଶ୍ଚିମବଙ୍ଗରେ ହୋଇଥିବାବେଳେ ଏଠାରେ ଘଣ୍ଟାରପ୍ରତି ୧୯୦ କିମି ବେଗରେ ପବନ ବହିବା ସହ ଭୀଷଣ ବର୍ଷା ମଧ୍ୟ ହୋଇଥିଲା । ଏହି ଭୟଙ୍କର ସାମୁଦ୍ରିକ ବାତ୍ୟା ଯୋଗୁଁ ଅନେକ ଧନଜୀବନ ହାନି ମଧ୍ୟ ହୋଇଛି । କେବଳ ଏତିକି ନୁହେଁ, ଅମ୍ଫାନ ପ୍ରଭାବରେ ପଶ୍ଚିମବଙ୍ଗରେ ୯ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ଯେ, ବୁଧବାର ରାତ୍ରି ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ ଏହି ଭୟଙ୍କର ମହାବାତ୍ୟା ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଛି । ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ଘଟିଛି । ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳମାନଙ୍କରେ ବର୍ତ୍ତମାନ ଯୋଗାଯୋଗ ସ୍ଥାପନ କରାଯାଇ ପାରୁ ନାହିଁ । ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର ସଠିକ ଆକଳନ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇ ପାରୁ ନାହିଁ । ସେପଟେ ଓଡିଶା ମଧ୍ୟ ଏହାର ଭୟାବହ ପ୍ରଭାବ ଦେଖିବାକୁ ମିଳିଥିଲା । ଓଡିଶା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଯୋଗୁଁ ୨ ଜଣଙ୍କ ପ୍ରାଣ ହାନୀ ଘଟିଛି । ପ୍ରକାଶ ଥାଉକି, ଓଡିଶା ଏବଂ ପଶ୍ଚିମବଙ୍ଗରେ ଏନଡିଆରଏଫର ୩୯ ଟି ଦଳ ମୁତୟନ ରହିଛନ୍ତି । ମମତା ଆହୁରୀ ମଧ୍ୟ କହିଛନ୍ତି ଯେ, “ଆମେ ବର୍ତ୍ତମାନ ତିନୋଟି ସମସ୍ୟାର ସମ୍ମୁଖୀନ ହେଉଛି । ପ୍ରଥମତଃ ମହାମାରୀ କରୋନା ଭାଇରସ, ଦ୍ୱିତୀୟତଃ ପ୍ରବାସୀମାନଙ୍କର ପ୍ରତ୍ୟାବର୍ତ୍ତନ ଏବଂ ତୃତୀୟରେ ଅମ୍ଫାନ ବାତ୍ୟା ।”

ଅମ୍ଫାନ ପ୍ରଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨୧ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣା ପଡିଛି । ପଶ୍ଚିମବଙ୍ଗରେ ୧୨ ଜଣଙ୍କର, ଓଡିଶାରେ ୨ ଜଣଙ୍କର ବାଂଲାଦେଶରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ବାଂଲାଦେଶର ଶକ୍ତି ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ବାଂଲାଦେଶରେ ଅନ୍ୟୁନ ଏକ ନିୟୁତ ଲୋକଙ୍କ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି ।


Share It

Comments are closed.