ବଜାଜ ଫାଇନାନ୍ସ ସହିତ ନିଜ ଏଫଡି ସୁଧହାରକୁ ବୃଦ୍ଧି କରନ୍ତୁ

Share It

ଭୁବନେଶ୍ୱର: ଆପଣଙ୍କର କଷ୍ଟ ଉପାର୍ଜିତ ଧନକୁ ଏବେ ବୃଦ୍ଧି କରିବା ଆହୁରି ସହଜ ହୋଇଛି । ଏହି ପରିପ୍ରେକ୍ଷୀରେ ଫିକ୍ସ ଡିପୋଜିଟକୁ ଏକ ଉତ୍କୃଷ୍ଟ ବିକଳ୍ପ ଭାବରେ ବିବେଚନା କରାଯାଇପାରେ । ଏହାକୁ ଧ୍ୟାନରେ ରଖି ବଜାଜ ଫାଇନାନ୍ସ ଫିକ୍ସ ଡିପୋଜିଟ ଉଚିତ ଏଫଡି ହାର ପ୍ରଦାନ କରିବା ସହିତ ଏକ ସ୍ଥିର ନିବେଶ ବିକଳ୍ପ ସୁନିଶ୍ଚିତ କରିଥାଏ । ଏଫଡି ସୁଧ ହାର ମାଧ୍ୟମରେ ଅଧିକ ଲାଭ ଅର୍ଜନ କରିବାର ସୁଯୋଗ ମିଳିପାରିଥାଏ । ଆପଣ ଯେତେବେଳେ ଏଫଡିରେ ନିବେଶ କରୁଛନ୍ତି, ଏଥିରୁ ଅଧିକ ରିଟର୍ଣ୍ଣ ପାଇବାର ପ୍ରମୁଖ ଉପାୟ ହେଉଛି ପୁଞ୍ଜିକୁ ଦୀର୍ଘ ଅବଧି ପାଇଁ ଜମା କରିବା । ଚକ୍ରବୃଦ୍ଧି ସୁଧ କାରଣରୁ ଏହା ସମ୍ଭବ ହୋଇ ପାରିଥାଏ । ଆପଣ ଯେତେ ଦୀର୍ଘ ଅବଧି ପାଇଁ ନିବେଶିତ ରହିବେ ସେତେ ଅଧିକ ରିଟର୍ଣ୍ଣ ପାଇପାରିବେ । ଏହା ଧ୍ୟାନ ଦେବା ଆବଶ୍ୟକ ଯେ ଆପଣଙ୍କର ଫିକ୍ସ ଡିପୋଜିଟରେ ଥିବା ଏଫଡି ସୁଧ ହାର ଅବଧି ଆଧାରରେ ଭିନ୍ନ ଭିନ୍ନ ହୋଇପାରେ । ସର୍ବୋତମ ରିଟର୍ଣ୍ଣ ବିଷୟରେ ଜାଣିବା ପାଇଁ, ସର୍ବାଧିକ ଅବଧିକୁ ବାଛନ୍ତୁ । ଅଧିକାଂଶ ବ୍ୟାଙ୍କ ବା ଏନବିଏଫସି ଉଚ୍ଚ ଏଫଡି ସୁଧ ହାର ପ୍ରଦାନ କରୁଛନ୍ତି ଯେତେବେଳେ ଅବଧି ଅତିକମରେ ତିନିବର୍ଷ ବା ଅଧିକ ହୋଇଥାଏ ।
ଲ୍ୟାଡରିଂ ହେଉଛି ଆଉ ଏକ ନିବେଶ ଅଭ୍ୟାସ ଯେଉଁଥିରେ ଆପଣ ଆପଣଙ୍କର ସଂଚୟରୁ ଅଧିକ ଆୟ ସୃଷ୍ଟି କରିପାରିବେ । ଏହା ଏକ ସୁପାରିଶକୃତ ଉପାୟ ଯଦ୍ୱାରା ଆପଣ ନିଜର ଅନ୍ୟ ଆର୍ଥିକ ଲକ୍ଷ ସହିତ ନିବେଶର ସମନ୍ୱୟ ସ୍ଥାପନ କରିପାରନ୍ତି । ଏଠାରେ କେବଳ ଗୋଟିଏ ଏଫଡିରେ ନିବେଶ ନ କରି ଆପଣ ଭିନ୍ନ ଭନ୍ନ ଭାବରେ ଅନେକଗୁଡ଼ିଏ ଏଫଡିରେ ନିବେଶ କରିଥାନ୍ତି । ଲାଡରିଂ ପାଇଁ ଆପଣଙ୍କର ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ଓ ଉପଯୁକ୍ତ ଯୋଜନା ସହିତ ଏହା ଆପଣଙ୍କ ପାଇଁ ବହୁତ ଭଲ ଭାବରେ କାର୍ଯ୍ୟ କରିଥାଏ । ବଜାଜ ଫାଇନାନ୍ସ ସିଷ୍ଟମେଟିକ ଡିପୋଜିଟ ପ୍ଲାନ (ଏସଡିପି) ଆପଣଙ୍କୁ ମାସିକ ନିବେଶ କରିବାର ସୁଯୋଗ ପ୍ରଦାନ କରେ-ପ୍ରତ୍ୟେକଟି ଏକ ନୂଆ ଏଫଡି ଭାବରେ ଲକ ହୋଇଥାଏ । ଆପଣ ସର୍ବନିମ୍ନ ୫୦୦୦ଟଙ୍କା ରୁ ଗୋଟିଏ ମାଚ୍ୟୁରିଟି ସ୍କିମରୁ ଆରମ୍ଭ କରିପାରିବେ ବା ମାସିକ ପରିପକ୍ୱତା ସ୍କିମକୁ ବାଛିପାରିବେ ।
ଯେତେବେଳେ ଆପଣ ଏକ ଫିକ୍ସ ଡିପୋଜିଟରେ ନିବେଶ କରନ୍ତି, ଆପଣ ସୁଧ ପେ ଆଉଟର ପୌନପୁନିକତାକୁ ବାଛିବାର ସୁଯୋଗ ପାଇଥାନ୍ତି । ଫାଇନାନ୍ସକାରୀମାନେ ଆପଣଙ୍କୁ ବିଭିନ୍ନ ପ୍ରକାର ସୁଯୋଗ ଉପଲବ୍ଧ କରାଇଥାନ୍ତି ଏବଂ ଏହା ମାସିକ, ତ୍ରୟୋମାସିକ, ଅର୍ଦ୍ଧବାର୍ଷିକ, ବାର୍ଷିକ ଓ ଏକକାଳୀନ ଆକାରରେ ହୋଇପାରେ । ତେଣୁ ଆପଣ ଆପଣଙ୍କର ଲକ୍ଷ୍ୟ ଅନୁସାରେ ରିଟର୍ଣ୍ଣ ପାଇଥାନ୍ତି ଓ ଦକ୍ଷତାପୂର୍ଣ୍ଣ ଭାବରେ ନିଜର ସଂଚୟ ବୃଦ୍ଧି କରିଥାନ୍ତି । ସାଧାରଣତଃ ଏକକାଳୀନ ଅଫର ସର୍ବାଧିକ ରିଟର୍ଣ୍ଣ ପ୍ରଦାନ କରିଥାଏ ଏବଂ ଯଦି ଆପଣଙ୍କ ମୁଖ୍ୟ ଉଦ୍ଦେଶ୍ୟ ପାଣ୍ଠିକୁ ବୃଦ୍ଧି କରିବା ହୋଇଥାଏ ତେବେ ଆପଣ ଏହାକୁ ବାଛିବା ଆବଶ୍ୟକ । ଏଠାରେ ଧ୍ୟାନ ଦିଆଯିବା ଆବଶ୍ୟକ ଯେ ଫିକ୍ସ ଡିପୋଜିଟ ଉପରେ ପ୍ରଯୁଜ୍ୟ ସୁଧ ହାର ଆପଣ ବାଛିଥିବା ପେଆଉଟ ବିକଳ୍ପ ଉପରେ ନିର୍ଭର କରିଥାଏ । ଏଥିପାଇଁ ଫାଇନାନ୍ସକାରୀମାନେ ସାଧାରଣତଃ ସାମାନ୍ୟ ଭିନ୍ନ ହାର ବାଛିଥାନ୍ତି । ତେଣୁ ନିବେଶ କରିବା ପୂର୍ବରୁ ଏହାକୁ ଭଲ ଭାବରେ ଯାଂଚ କରିନିଅନ୍ତୁ ।
ଫିକ୍ସ ଜମା ସହିତ ଦକ୍ଷତାପୂର୍ଣ୍ଣ ଭାବରେ ଆୟ ସୃଷ୍ଟି କରିବାର କିଛି ଉପାୟ ଏଠାରେ ପ୍ରଦାନ କରାଯାଇଛି । ଏବେ ଆପଣଙ୍କର କାମ ହେଉଛି ସଠିକ ଇନଷ୍ଟ୍ରୁମେଂଟର ଚୟନ କରିବା ଯାହା ହେଉଛି ବଜାଜ ଫାଇନାନ୍ସ ଫିକ୍ସଡ ଡିପୋଜିଟ । ଏହା ସର୍ବାଧିକ ଏଫଡି ହାର ପ୍ରଦାନ କରିଥାଏ ଯାହାକି ପାଂଚ ବର୍ଷ ପର୍ଯ୍ୟନ୍ତ ଏଫଡିରେ ୭.୦୫% ପର୍ଯ୍ୟନ୍ତ ଅଟେ । ଏହାର ମଧ୍ୟ ଅନେକ ବୈଶିଷ୍ଟ୍ୟ ରହିଛି ଯଥା ଏଫଡି ବିପକ୍ଷରେ ଅନଲାଇନ ଲୋନ, ୨୫,୦୦୦ଟଙ୍କାର ସର୍ବନିମ୍ନ ଜମା ପରିମାଣ ଓ ଆହୁରି ଅନେକ କିଛି । ଆଜି ହିଁ ଆପଣଙ୍କର ଯାତ୍ରାର ଆରମ୍ଭ କରନ୍ତୁ, ବଜାଜ ଫାଇନାନ୍ସ ଅନଲାଇନ ଏଫଡି ରେ ନିବେଶ କରନ୍ତୁ ଓ ଭାରତର ଏକ ନିରାପଦ ଇନଷ୍ଟ୍ରୁମେଂଟ ମାଧ୍ୟମରେ ଆୟ ଉପଭୋଗ କରନ୍ତୁ ।


Share It

Comments are closed.