ସାସମଙ୍ଗ ସଲ୍‌ଭ ଫର୍ ଟୁମରୋ ପ୍ରତିଯୋଗିତାରେ ପଞ୍ଜିକୃତ ହୋଇଛନ୍ତି ୧୦,୦୦୦ ରୁ ଅଧିକ ଯୁବକ


ଭୁବନେଶ୍ୱର: ସମଗ୍ର ଭାରତର ଉଭୟ ଗ୍ରାମଂଚଳ ଏବଂ ସହରାଂଚଳରୁ ବର୍ତମାନ ପର୍ଯ୍ୟନ୍ତ ୧୦,୦୦୦ରୁ ଅଧିକ ଯୁବକ ସାମସଙ୍ଗ ସଲଭ ଫର ଟୁମରୋ ପ୍ରତିଯୋଗିତା ପାଇଁ ପଞ୍ଜିକରଣ ଶେଷ କରିଛନ୍ତି । ଏହି ପ୍ରତିଯୋଗିତାରେ ୧୬ରୁ ୨୨ ବର୍ଷର ଯୁବକମାନଙ୍କ ପାଇଁ ଆବେଦନର ଶେଷ ତାରିଖ ଜୁଲାଇ ୩୧, ୨୦୨୨ ପର୍ଯ୍ୟନ୍ତ ରହିଛି । ଏହି ପ୍ରତିଯୋଗିତାରେ ତିନୋଟି ବିଜେତା ଟିମକୁ ଟ.୧ କୋଟିର ମେଗା ରାଶି ସହାୟତା ପ୍ରଦାନ କରାଯିବା ସହିତ ଆଇଆଇଟି ଦିଲ୍ଲୀରୁ ୬ମାସ ପାଇଁ ଦିଗଦର୍ଶନ ସହାୟତା ପ୍ରଦାନ କରାଯିବ ।
ଏଥି ମଧ୍ୟରୁ ୫୦ଟି ଶ୍ରେଷ୍ଠ ଟିମକୁ ଚୟନ କରାଯିବ ଯେଉଁମାନଙ୍କର ଉଦ୍ୟୋଗ ବିଶେଷଜ୍ଞ ଓ ଆଇଆଇଟି ଦିଲ୍ଲୀର ବିଶେଷଜ୍ଞମାନଙ୍କ ଦ୍ୱାରା ଦିଗଦର୍ଶନ ପ୍ରଦାନ କରାଯିବ । ସେମାନଙ୍କ ପାଇଁ ଏକ ବୁଟ କ୍ୟାମ୍ପର ମଧ୍ୟ ଆୟୋଜନ କରାଯିବ ଏବଂ ଅଂଶଗ୍ରହଣର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯିବ । ଏହା ସହିତ ଅନଲାଇନ କୋର୍ସ ଯଥା ଡିଜାଇନ ଥିଙ୍କିଂ, ଷ୍ଟେମ, ଇନୋଭେସନ, ଡିଲରସିପ ଇତ୍ୟାଦି ପାଇଁ ଟ.୧୦,୦୦୦ର ଭାଉଚର ପ୍ରଦାନ କରାଯିବ । ଶ୍ରେଷ୍ଠ ୧୦ ଟିମ ସାମସଙ୍ଗ ଇଣ୍ଡିଆ ଅଫିସ ଓ ଏହାର ଆର ଆଣ୍ଡ ଡି ସେଂଟରକୁ ପରିଦର୍ଶନ କରିବାର ସୁଯୋଗ ପାଇବେ ।
ସାମସଙ୍ଗ ପକ୍ଷରୁ ବିଭିନ୍ନ ସହର ଯଥା ବାଙ୍ଗାଲୁରୁ, ଦିଲ୍ଲୀ, ଗୌହାଟି, ହାଇଦ୍ରାବାଦ ଓ ଭୁବନେଶ୍ୱରରେ ରୋଡ ସୋର ଆୟୋଜନ କରାଯାଇଛି । ପଞ୍ଜୀକରଣ ମଧ୍ୟରେ, ୩୨ପ୍ରତିଶତ ଯୁବକ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ନୂତନ ସମାଧାନ ସୃଷ୍ଟି କରିବାକୁ , ୨୮ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ସମାଧାନ କରିବା ପାଇଁ ଉତମ ଶିକ୍ଷା ସୁଯୋଗ ସୃଷ୍ଟି କରିବାକୁ ତଥା ଛାତ୍ରମାନଙ୍କ ପଇଁ ଉତମ ଶିକ୍ଷା ସୁଯୋଗ ସୃଷ୍ଟି କରିବାକୁ ଆଗ୍ରହୀ ଅଛନ୍ତି । ୨୪ ପ୍ରତିଶତ ଯୁବକ ପରିବେଶ ସମ୍ପର୍କିତ ସମସ୍ୟାର ଦିଗରେ ଧ୍ୟାନ ପ୍ରଦାନ କରିଛନ୍ତି ଓ ୧୬ପ୍ରତିଶତ କୃଷି ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

 


Share It

Comments are closed.