କାବୁଲରୁ ୟୁକ୍ରେନ ବିମାନ ହାଇଜାକ

Share It

ଅସରଫ ଘନି ସରକାରର ପତନ ପରେ ସମଗ୍ର ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେଇଛି ତାଲିବାନ। ଫଳରେ ଦେଶବ୍ୟାପୀ ଲୋକମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ରାଜଧାନୀ ସହର କାବୁଲରେ ଏବେ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି ଜନତା। ଏପରିକି ଲୋକେ ଦେଶ ଛାଡ଼ି ଯାଉଥିବାରୁ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ଆସିଛି ଏକ ବଡ଼ ଖବର। ଆଫଗାନିସ୍ତାନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କାବୁଲରେ ପହଁଞ୍ଚିଥିଲା ୟୁକ୍ରେନର ଏକ ବିମାନ। ଏବେ ସେହି ବିମାନକୁ ଅପହରଣ କରି ନେଇଛନ୍ତି ଆତଙ୍କବାଦୀ। ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ୍‌ ମନ୍ତ୍ରୀ। ଅପହରଣ ହୋଇଥିବା ବିମାନକୁ ଇରାନ୍‌ ନିଆଯାଇଥିବା ସୂଚନା ରହିଛି। ମନ୍ତ୍ରୀ ଦେଇଥିବା ବୟାନ ଅନୁଯାୟୀ, ରବିବାର ଦିନ ବିମାନଟିକୁ ଅପହରଣ କରାଯାଇଛି।

ୟୁକ୍ରେନ୍‌ ସରକାରର ଡେପୁଟି ବୈଦେଶିକ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ରବିବାର ଦିନ ଆମ ବିମାନକୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି। ମଙ୍ଗଳବାର ଦିନ ଅପହରଣ ବିମାନଟି ଇରାନ୍‌ର ମସାହାଦକୁ ନିଆଯାଇଥିବା ନେଇ ରହିଛି ସୂଚନା। ବିମାନଟି ଆଫଗାନିସ୍ତାନରେ ଥିବା ୟୁକ୍ରେନ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିଲା ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିସହିତ ଆମର ସମସ୍ତ ପ୍ଲାନ୍‌ ବିଫଳ ହୋଇଛି। କାରଣ ଏପର୍ଯ୍ୟନ୍ତ ଆମ ଦେଶର ଲୋକ ଏୟାରପୋର୍ଟରେ ପହଁଞ୍ଚି ପାରି ନାହାନ୍ତି ବୋଲି ବୈଦଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଯେଉଁ ଲୋକମାନେ ବିମାନକୁ ଅପହରଣ କରିଛନ୍ତି ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ନଥିଲା। ବିମାନ କିଏ ଅପହରଣ କରିଛି ଏବେ ବି ତାହା ସ୍ପଷ୍ଟ ହୋଇ ନାହିଁ।


Share It

Comments are closed.