ଲାଡେନକୁ ସହିଦର ଆଖ୍ୟା ଦେଲେ ଇମ୍ରାନ ଖାନ୍‌

Share It

ଆତଙ୍କବାଦୀ ସଂଗଠନ ଅଲକାଏଦାର ପୂର୍ବତନ ମୁଖ୍ୟ ତଥା ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍ ଲାଡେନକୁ ଜଣେ ସହିଦ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଦେଶର ସଂସଦରେ ବକ୍ତବ୍ୟ ଦେଇ ସେ କହିଛନ୍ତି ଯେ ଯେତେବେଳେ ଆମେରିକୀୟ ସୈନ୍ୟମାନେ ପାକିସ୍ତାନ ଭିତରେ ପଶି ଅବୋଟାବାଦରେ ଲାଡେନକୁ ତା’କୁ ସହିଦ କଲେ , ସେତେବେଳେ ତା’ ଯୋଗୁ ଆମକୁ ଅପଦସ୍ଥ ହେବାକୁ ପଡିଥିଲା ।

ତେବେ ଇମ୍ରାନ ଖାନ ପ୍ରଥମ ଥର ପାଇଁ ଲାଡେନ ସପକ୍ଷରେ ଏପରି ବୟାନ ଦେଇନାହାନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଏକ ସାକ୍ଷାତକାର ଦେଇ ସେ କହିଥିଲେ ଯେ ଲାଡେନକୁ ଆତଙ୍କବାଦୀ ଭାବେ ଗ୍ରହଣ କରିବାକୁ ସେ ପ୍ରସ୍ତୁତ ନୁହନ୍ତି । ସେ ଲାଡେନକୁ ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନଙ୍କ ସହିତ ତୁଳନା କରି କହିଥିଲେ ଯେ ଜର୍ଜ ୱାଶିଂଟନଙ୍କୁ ବ୍ରିଟେନ ଜଣେ ଆତଙ୍କବାଦୀ ବୋଲି ମନେ କରୁଥିଲା । କିନ୍ତୁ ଆମେରିକାବାସୀଙ୍କ ପାଇଁ ସେ ସ୍ୱାଧୀନତା ସଂଗ୍ରାମୀ ଥିଲେ ।


Share It

Comments are closed.