ଆଇଆଇଟି, ଖଡଗପୁରର ୭୫ତମ ପ୍ରତିଷ୍ଠା ଦିବସ ପାଳିତ

Share It


କୋଲକତା: ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ‘ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ’ ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି । ତେବେ କୌଣସି ଉପନିବେଶବାଦୀ ଶାସକଙ୍କ ବିରୁଦ୍ଧରେ ନୁହେଁ, ବରଂ ବିଦେଶୀ ପ୍ରଯୁକ୍ତି ବିଦ୍ୟା, ଶକ୍ତି ଏବଂ ଡାଟା ସିଷ୍ଟମ ଉପରେ ନିର୍ଭରଶୀଳତା ବିରୁଦ୍ଧରେ ଏହି ସଂଗ୍ରାମ କରିବାକୁ ସେ କହିଥିଲେ । ୧୮ ତାରିଖ ଆଇଆଇଟି ଖଡଗପୁରର ହୀରକ ଜୟନ୍ତୀ ସମାରୋହ ଅବସରରେ ଶ୍ରୀ ଆଦାନୀ ଏହା କହିଛନ୍ତିି ।
ଆଇଆଇଟି, ଖଡଗପୁରର ୭୫ତମ ପ୍ରତିଷ୍ଠା ଦିବସରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ସେ କହିଥିଲେ ଯେ, ଏକବିଂଶ ଶତାବ୍ଦୀରେ ଏକ ଦେଶ ସ୍ୱାଧୀନ ହୋଇପାରିବ ମାତ୍ର ଏହା ‘ନିର୍ଭରଶୀଳତା ଦ୍ୱାରା ଆବଦ୍ଧ’ ହୋଇ ରହୁଛି । ପ୍ରଯୁକ୍ତି ବିଦ୍ୟା, ଆତ୍ମନିର୍ଭରଶୀଳତା ଏବଂ ରାଷ୍ଟ୍ର ନିର୍ମାଣରେ ଆଇଆଇଟି ଖଡଗପୁରର ଭୂମିକା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଆଦାନୀ କହିଥିଲେ ଯେ, ବିଶ୍ୱ ପାରମ୍ପରିକ ଯୁଦ୍ଧରୁ ପ୍ରଯୁକ୍ତିବିଦ୍ୟା-ଚାଳିତ ଯୁଦ୍ଧ ଆଡ଼କୁ ଗତି କରୁଥିବାରୁ, ଭାରତର ପ୍ରସ୍ତୁତି କ୍ଷମତା ଦେଶର ଭବିଷ୍ୟତ ନିର୍ଣ୍ଣୟ କରିବ । ୧୯୪୭ ମସିହାରେ ଯେଉଁ ସ୍ୱାଧୀନତା ସଂଗ୍ରାମ ହୋଇଥିଲା, ଉକ୍ତ ସଂଗ୍ରାମ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ସେମି କଣ୍ଡକ୍ଟର, ଶକ୍ତି ଓ ସାମରିକ ବ୍ୟବସ୍ଥା ପାଇଁ ଭାରତକୁ ବାହ୍ୟ ଦେଶ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥିବାରୁ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏହି ସଂଗ୍ରାମ ପ୍ରାୟତଃ ଅଦୃଶ୍ୟ ଏବଂ ଏହାକୁ ଲଢିବା ପାଇଁ ଟ୍ରେଞ୍ଚ, ଅସ୍ତ୍ରଶସ୍ତ୍ର, ବନ୍ଧୁକର ଆବଶ୍ୟକତା ନାହିଁ । ସାମ୍ରାଜ୍ୟଗୁଡ଼ିକ ଡାଟା ସେଣ୍ଟରରେ ନିର୍ମିତ ଯାହାକୁ ବଟ୍ନେଟ୍ ନାମରେ ନାମିତ ।
ଭାରତର ୯୦ ପ୍ରତିଶତ ସେମିକଣ୍ଡକ୍ଟର ଆମଦାନୀ କରାଯାଏ ଏବଂ କୌଣସି ଗୋଟିଏ ବିଭ୍ରାଟ କିମ୍ବା ମଞ୍ଜୁରୀ ଦେଶର ଡିଜିଟାଲ ଅର୍ଥନୀତିକୁ ସ୍ଥଗିତ କରିଦେଇପାରେ । ଯେତେବେଳେ ବିଶ୍ୱ ପାରମ୍ପରିକ ଯୁଦ୍ଧରୁ ପ୍ରଯୁକ୍ତିବିଦ୍ୟା-ଚାଳିତ ଯୁଦ୍ଧ ଆଡ଼କୁ ଗତି କରୁଛି, ଭାରତର ପ୍ରସ୍ତୁତି କ୍ଷମତା ଆମର ଭବିଷ୍ୟତ ନିର୍ଣ୍ଣୟ କରିବ ବୋଲି ସେ କହିଥିଲେ । ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଦେଶ ୮୫ ପ୍ରତିଶତ ତେଲ ଆମଦାନୀ କରୁଅଛି । ସାମାନ୍ୟ ଏକ ଭୂ-ରାଜନୈତିକ ଘଟଣା ଆମର ଅଭିବୃଦ୍ଧିକୁ ସୀମିତ କରିପାରେ । ଅନ୍ୟପକ୍ଷରେ ଯେତେବେଳେ ଭାରତର ଆଭ୍ୟନ୍ତରୀଣ କୌଣସି ତଥ୍ୟ ସୀମା ଅତିକ୍ରମ କରେ, ଏହାର ପ୍ରତିଟି ଅଂଶ ବିଦେଶୀମାନଙ୍କ ପାଇଁ ଆଲ୍ଗୋରିଦମ୍ ତଥା କଞ୍ଚାମାଲ ସଦୃଶ୍ୟ କାମ କରିଥାଏ ଏବଂ ବିଦେଶୀ ଆଧିପତ୍ୟ ସୁଦୃଢ କରିଥାଏ । ଏହା ଉପରେ ଅଙ୍କୁଶ ଲଗାଇବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ଏହା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି ସେ କହିଥିଲେ । ସାମରିକ କ୍ଷେତ୍ରରେ ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରୁଥିବାରୁ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପାରମ୍ପରିକ ଶୈଳୀରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।


Share It

Comments are closed.