ଆଇଆଇଟି ଗୌହାଟୀ ଏବଂ ଗେଟ ସେଟ ଲର୍ଣ୍ଣ ସହବନ୍ଧିତ

Share It

ଭୁବନେଶ୍ୱର : ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ, ଆଇଆଇଟି ଗୌହାଟୀ ଓ ଅରବିନ୍ଦ ମଫତଲାଲ ଗ୍ରୁପ ସମର୍ଥିତ ଗେଟ ସେଟ ଲର୍ଣ୍ଣର ମିଳିତ ସହଯୋଗରେ ଏକ ନୂତନ ଷ୍ଟାର୍ଟଅପ ‘ଆର୍ଟିଫିସିଆଲ ଇଂଟେଲିଜେନସ୍ କୋସିଏଣ୍ଟ’ (ଏଆଇକ୍ୟୁ) ଶୁଭାରମ୍ଭ କରାଯାଇଛି । ଯାହାକି କେ ୧୨ ପାଇଁ ଡିଜାଇନ କରାଯାଇଥିବା ଏକ ସଂରଚିତ ଏଆଇ ଶିକ୍ଷା କାର୍ଯ୍ୟକ୍ରମ । ଆଇଆଇଟି ଗୌହାଟୀର ଅଦ୍ୱିତୀୟ ପ୍ରଚେଷ୍ଟା ‘ପ୍ରୋଜେକ୍ଟ ବିଦ୍ୟା’ ଅଧିନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏକ ଗବେଷଣା ସମର୍ଥିତ ପାଠ୍ୟକ୍ରମ ଏବଂ ଏହା ସାରା ଭାରତରେ ଅଧ୍ୟାପନା ନେତୃତ୍ୱ ଏବଂ ବିସ୍ତାର ସହାୟତାରେ ଅତ୍ୟାଧୁନିକ ଡିଜିଟାଲ ଏବଂ ଏଆଇ ଜ୍ଞାନକୁ ଆଗକୁ ବଢାଇବାରେ ସହାୟକ ହୋଇପାରିବ ।
କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରି ଆଇଆଇଟି ଗୌହାଟୀର ଇଲେକଟ୍ରୋନିକ୍ସ ଏବଂ ବୈଦ୍ୟୁତିକ ଇଂଜିନିୟରିଂ ବିଭାଗ ପ୍ରୋଜେକ୍ଟ ବିଦ୍ୟାର ପ୍ରମୁଖ ତଦନ୍ତକାରୀ, ଡକ୍ଟର ଗୌରବ ତ୍ରିବେଦୀ କହିଛନ୍ତି ଯେ, “ଏହା ଭାରତର ପ୍ରଥମ ସଂଚରିତ ଏଆଇ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ । ଆମେ ଶିକ୍ଷାଗତ ଗଭୀରତା ଏବଂ ପ୍ରବେଶଯୋଗ୍ୟକୁ ସହଜରେ ଉପଲବ୍ଧ କରିବା ପାଇଁ ଏଆଇକ୍ୟୁକୁ ସହ ବିକଶିତ କରିଛୁ ।”
ଏହି ଅବସରରେ ଗେଟ ସେଟ ଲର୍ଣ୍ଣ”ର ସିଇଓ ଏବଂ ସହ ପ୍ରତିଷ୍ଠାତା, ଅମିତ ଜାଭେରୀ କହିଛନ୍ତିଯେ, “ଏନଇପି ୨୦୨୦ ଆଧାରରେ ଭାରତର ଶିକ୍ଷା ଏବଂ ଏଆଇସିଟିଇ ର ‘ଏଆଇ ବର୍ଷ ୨୦୨୫’ ପ୍ରଚେଷ୍ଟା ମାଧ୍ୟମରେ ଆମ ସ୍କୁଲ ପାଠ୍ୟକ୍ରମରେ ଏଆଇକୁ ସମନ୍ୱିତ କରିବାର ଆବଶ୍ୟକତା ରହିଛି । “ଆଇଆଇଟି ଗୌହାଟୀ ସହଯୋଗରେ ଆମେ ଏକ କଠୋର , ହ୍ୟାଣ୍ଡସ ଅନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ ଯାହା ଜାତୀୟ ଲକ୍ଷ୍ୟ ଏବଂ ବିଶ୍ୱସ୍ତରୀୟ ସର୍ବୋତମ କାର୍ଯ୍ୟ ଅଭ୍ୟାସ, ଉଭୟକୁ ପ୍ରତିଫଳନ କରେ । ପ୍ରତ୍ୟେକ ବିଦ୍ୟାର୍ଥି କିପରି ସେମାନଙ୍କର ପୃଷ୍ଠଭୂମି ନିର୍ବିଶେଷରେ ଏଆଇ ସହିତ ଅର୍ଥପୁର୍ଣ୍ଣ ଭାବରେ ଜଡ଼ିତ ହେବେ ଏବଂ ଭବିଷ୍ୟତ ପାଇଁ ଯୋଗଦାନ କରିବାକୁ ପ୍ରସ୍ତୁତ ରହିବା ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ ।”


Share It

Comments are closed.