ଆଇଆଇଏଫ୍‌ଏଲ୍ ହୋମ୍ ଫାଇନାନ୍ସ ଲିମିଟେଡ ଟ୍ରାଂଚ ୧ ପ୍ରସ୍ପେକ୍ଟସ ମାଧ୍ୟମରେ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଓଭରସବ୍‌ସ୍କ୍ରିପଶନର ବିକଳ୍ପ ସହ ୧୦୦ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବ

Share It

ଭୁବନେଶ୍ୱର : ଆଇଆଇଏଫ୍‌ଏଲ୍ ହୋମ୍ ଫାଇନାନ୍ସ ଲିମିଟେଡ (ଆଇଆଇଏଫ୍‌ଏଲ୍ ଏଚ୍‌ଏଫ୍‌ଏଲ୍‌) ୧,୦୦୦ ଟଙ୍କା (ପ୍ରତ୍ୟେକ)ର ଫେସ୍ ଭାଲ୍ୟୁର ସିକ୍ୟୋର୍‌ଡ, ରେଟେଡ, ଲିଷ୍ଟେଡ ରିଡିମେବୁଲ ନନ୍‌-କନ୍‌ଭର୍ଟିବୁଲ ଡିବେଂଚର (ଏନ୍‌ସିଡି)ର ପବ୍ଲିକ ଇସ୍ୟୁର ଘୋଷଣା କରିଛି । ଏହାର ବେସ୍ ଇସ୍ୟୁ ମୂଲ୍ୟ ୧୦୦ କୋଟି ଟଙ୍କା ରହିଛି, ଯେଉଁଥିରେ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଓଭରସବ୍‌ସ୍କ୍ରିପ୍‌ଶନକୁ ବଜାୟ ରଖିବାର ବିକଳ୍ପ ରହିଛି, ଯାହାର ମୋଟ ମୂଲ୍ୟ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି । ଏହା ୩୦୦୦ କୋଟି ଟଙ୍କା (ଟ୍ରାଂଚ ଇସ୍ୟୁ)ର ସେଲ୍ଫ ଲିମିଟ୍ ଭିତରେ ରହିଛି । ସେବି ଏନସିଏସ ନିୟମ ଅନୁଯାୟୀ ଶୀଘ୍ର ବନ୍ଦ ହେବାର ଏକ ବିକଳ୍ପ ସହିତ ଟ୍ରାଂଚ ୧ ଇସ୍ୟୁ ଶୁକ୍ରବାର, ଡିସେମ୍ବର ୬ ତାରିଖ ୨୦୨୪ ରେ ଖୋଲିଛି ଏବଂ ଏହା ଡିସେମ୍ବର ୧୯ ତାରିଖ, ୨୦୨୪ରେ ବନ୍ଦ ହେବ ।
ଏନସିଡି ଗୁଡିକୁ ବିଏସ୍‌ଇ ଲିମିଟେଡ (ବିଏସଇ) ଓ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ)ରେ ତାଲିକାଭୁକ୍ତ କରିବା ପାଇଁ ପ୍ରସ୍ତାବ ରହିଛି । ଏନ୍‌ଏସ୍‌ଇ ଲିମିଟେଡ, ଟ୍ରାଂଚ ୧ ଇସ୍ୟୁ ପାଇଁ ନାମିତ ଷ୍ଟକ୍ ଏକ୍ସଚେଞ୍ଜ ହେବ । ଏନ୍‌ସିଡିଗୁଡିକ କ୍ରିସିଲ ରେଟିଙ୍ଗ୍‌ସ ଲିମିଟେଡ ଦ୍ୱାରା କ୍ରିସିଲ ଏଏ / ଷ୍ଟେବୁଲ” ଏବଂ ଇଣ୍ଡିଆ ରେଟିଙ୍ଗ୍‌ସ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡ ଦ୍ୱାରା “ଆଇଏନଡି ଏଏ /ଷ୍ଟେବୁଲ” ରେଟିଂ ଦିଆଯାଇଛି ।
ଟ୍ରାଂଚ ୧ ଇସ୍ୟୁ ବାର୍ଷିକ ୮.୮୫% ରୁ ବାର୍ଷିକ ୯.୨୫% ପର୍ଯ୍ୟନ୍ତ ରେଞ୍ଜର କୁପନ ରେଟ୍ ସହିତ ସବ୍‌ସ୍କ୍ରିପଶନ ପାଇଁ ଏନ୍‌ସିଡିଗୁଡିକର ବିଭିନ୍ନ ସିରିଜ ପ୍ରଦାନ କରୁଛି ।
ଟ୍ରାଂଚ ୧ ଇସ୍ୟୁ ଅଧିନରେ ଏନ୍‌ସିଡିଗୁଡିକୁ ସିରିଜ ୧, ୨, ୩, ୪, ୫, ୬, ୭, ୮ ଓ ୯ ରେ ମାସିକ ଓ ବାର୍ଷିକ କୁପନ ପେମେଂଟ୍ ବିକଳ୍ପଗୁଡିକ ସହିତ ୨୪ ମାସ, ୩୬ ମାସ, ୬୦ ମାସ ଓ ୮୪ ମାସର ଅବଧି /ମାଚ୍ୟୁରିଟି ବିକଳ୍ପ ସହ ପ୍ରଦାନ କରାଯାଉଛି । ସମସ୍ତ ବର୍ଗର ନିବେଶକଙ୍କ କ୍ଷେତ୍ରରେ ଏନ୍‌ସିଡି ହୋଲ୍ଡରଙ୍କ ପାଇଁ ଇଫେକ୍ଟିଭ ୟିଲ୍ଡ ବାର୍ଷିକ ୮.୮୫% ରୁ ବାର୍ଷିକ ୯.୨୭% ପର୍ଯ୍ୟନ୍ତ ରେଞ୍ଜରେ ରହିବ । ଟ୍ରାଂଚ ୧ ଇସ୍ୟୁ ସହ ଜଡିତ ଯେକୌଣସି ଖର୍ଚ୍ଚ ପୂରଣ କରିବା ପରେ ଟ୍ରାଂଚ ୧ ଇସ୍ୟୁର ଶୁଦ୍ଧ ଆୟ ସର୍ବନିମ୍ନ ୭୫%କୁ ଆଗକୁ ଋଣ ଦେବା,ଫାଇନାନ୍ସିଂ / ରିଫାଇନାନ୍ସିଂ ଏବଂ କମ୍ପାନୀର ବିଦ୍ୟମାନଋଣଗୁଡିକର ସୁଧ ଓ ମୂଳଧନର ପୁନଃପରିଶୋଧ / ପୂର୍ବ ପରିଶୋଧ ପାଇଁ କରାଯିବ । ସାଧାରଣ କର୍ପୋରେଟ୍ ଉଦ୍ଦେଶ୍ୟ ପାଇଁ ସର୍ବାଧିକ ୨୫% ପର୍ଯ୍ୟନ୍ତ ଉପଯୋଗ କରାଯିବ ।

 


Share It

Comments are closed.