ମୁଢି ଖାଇବାକୁ ପସନ୍ଦ କରୁଛନ୍ତି କି , ଜାଣନ୍ତୁ ଏହାର କିଛି ଫାଇଦା ସମ୍ପର୍କରେ


ବହୁ ଲୋକେ ସକାଳେ ଚାହା ସହିତ ହେଉ କିମ୍ବା ସନ୍ଧ୍ୟା ସମୟରେ ଚାହା କିମ୍ବା ସ୍ନାକ୍ସରେ ମୁଢି ଖାଇବାକୁ ପସନ୍ଦ କରିଥାନ୍ତି । କେବଳ ଓଡିଶାରେ ନୁବେଁ ବରେ ଭାରତର ବିଭିନ୍ନ ରାଜ୍ୟର ଲୋକେ ମୁଢି ଖାଇବାକୁ ପସନ୍ଦ କରିଥାନ୍ତି । କେଉଁଠି ଏହାକୁ ଭେଲ ତ କେଉଁଠି ଝାଲ ମୁଢି କୁହାଯାଇଥାଏ । ଚାଉଳରୁ ପ୍ରସ୍ତୁତ ଏହି ମୁଢି ଶରୀର ପାଇଁ ହିତକାରୀ ଏବଂ ଏହା ଶରୀରରେ ବିଭିନ୍ନ ପ୍ରକାରର ରୋଗରୁ ନିରାକରଣ ମଧ୍ୟ ପ୍ରଦାନ କରିଥାଏ ।  ଏହି ମୁଢି ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ମିଳିପାରେ ବହୁ ପ୍ରକାରର ଲାଭ । ଆସନ୍ତୁ ଜାଣିବା ଏହାର କିଛି ଲାଭ ସମ୍ପର୍କରେ ।

୧.   ତୁରନ୍ତ ଶକ୍ତି ପ୍ରଦାନ – ମୁଢିରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ ରହିଛି ଯାହା ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ । 

୨.   ହଜମ କ୍ରିୟାରେ ସାହାଯ୍ୟ – ମୁଢିରେ ଥିବା ଡାଇଟେରି ଫାଇବର ମୋଟାବୋଲିଜିମ ବୃଦ୍ଧି କରିଥାଏ ଏବଂ ହଜମ କ୍ରିୟାରେ ସାହାଯ୍ୟ କରିଥାଏ । 

୩.   ହାଡ ଶକ୍ତ କରିଥାଏ – ଏହା ଭିଟାମିନ ଡି, କ୍ୟାଲସିୟମ, ଆଇରନ ଏବଂ ଫାଇବରର ଉତ୍ତମ ସ୍ରୋତ ହୋଇଥିବାରୁ ଦାନ୍ତ ଏବଂ ହାଡ ଶକ୍ତ କରିବାରେ ସାହାଯ୍ୟ କରେ ।

୪.   ମସ୍ତିଷ୍କରେ ବିକାଶ – ମୁଢିରେ ନ୍ୟୁରୋ ଟ୍ରାନ୍ସମିଟର ନ୍ୟୁଟ୍ରିଏଣ୍ଟ ରହିଛି ଯାହା ମସ୍ତିଷ୍କର ବିକାଶ କରିବା ସହିତ ବ୍ରେନର କାର୍ୟ୍ୟ ଦକ୍ଷତା ବୃଦ୍ଧି କରିଥାଏ ।

୫.   ରକ୍ତ ଚାପରେ ନିୟନ୍ତ୍ରଣ – ଏହାର ନିମ୍ନ ସୋଡିୟମ କଣ୍ଟେଣ୍ଟ ରକ୍ତ ଚାପ ସ୍ତରକୁ ପରିଚାଳନା କରିଥାଏ । ଏବଂ ରକ୍ତ ଚାପରେ ସଠିକ ନିୟନ୍ତ୍ରଣ ରଖିଥାଏ । 

୬.   ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି – ଭିଟାମିନ ବି ଏବଂ ମିନେରାଲର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ରୋଗରୁ ମୁକ୍ତି ପ୍ରଦାନ କରିଥାଏ ।

୭.   ଓଜନ ହ୍ରାସ – ମୁଢିରେ କ୍ୟାଲୋରୀର ମାତ୍ରା ଖୁବ କମ ତେଣୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏବଂ ଏହା ଦ୍ୱାରା ହୃଦଘାତର ଆଶଙ୍କା ମଧ୍ୟ କମ ହୋଇଥାଏ ।

୮. ପେଟ ଜନିତ ସମସ୍ୟାରୁ ମୁକ୍ତି – ଆପଣଙ୍କୁ ଡାଇରିଆ ଏବଂ ପେଟର ସମସ୍ୟା ଦେଖାଯାଉଥିଲେ ଆପଣ ମୁଢିର ପାଣି କରି ପିଇପାରିବେ ଯାହା ତୁରନ୍ତ ପେଟକୁ ଥଣ୍ଡା କରିଥାଏ ଏବଂ ଡାଇରିଆ ରୋଗରୁ ମୁକ୍ତି ପ୍ରଦାନ କରିଥାଏ ।      

 


Share It

Comments are closed.