ରାସ୍ତାରେ ପଡିଥିବା ଟଙ୍କା ଦେଇଥାଏ ଶୁଭ-ଅଶୁଭ ସଙ୍କେତ, ଜାଣନ୍ତୁ କ’ଣ କରିବା ଉଚିତ
ଅନେକ ଥର ରାସ୍ତାରେ ଟଙ୍କା ପଡ଼ିଥିବାର ଦେଖାଯାଏ। ରାସ୍ତାରେ ପଡ଼ିଥିବା ମୁଦ୍ରା କିମ୍ବା ନୋଟ୍ ଅନେକ ଶୁଭ-ଅଶୁଭ ସଙ୍କେତ ଦେଇଥାଏ । ଏହାକୁ ଉଠାଇବା ଉଚିତ୍ କି ନୁହେଁ ସେ ବିଷୟରେ ଲୋକଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ରହିଥାଏ। ପ୍ରାୟତଃ ଲୋକମାନେ ଏହି ଟଙ୍କାକୁ ଉଠାଇନିଅନ୍ତି ଏବଂ ପରେ ଏହାକୁ ଅଭାବୀ ଲୋକ କିମ୍ବା ମନ୍ଦିରକୁ ଦାନ କରିଦିଅନ୍ତି। ତେବେ ଚାଲନ୍ତୁ ଜାଣିବା ରାସ୍ତାରେ ମିଳୁଥିବା ଏହି ଟଙ୍କା କ’ଣ ଶୁଭ-ଅଶୁଭ ସଙ୍କେତ ଦେଇଥାଏ।
-ରାସ୍ତାରେ ଟଙ୍କା ମିଳିବା ଅର୍ଥ ହେଉଛି ଧନ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ଏବଂ ଶୀଘ୍ର ଆପଣଙ୍କ ଉପରେ କୃପା କରିବେ। ହଠାତ୍ ଆପଣଙ୍କୁ କେଉଁଠାରୁ ଧନ ମିଳିପାରେ।
-ରାସ୍ତାରେ ଏକ ନୋଟ୍ ପାଇବା ଅର୍ଥ ଆପଣଙ୍କର କିଛି ବଡ ସମସ୍ୟା ଦୁର ହେବାକୁ ଯାଉଛି। ମା’ ଲକ୍ଷ୍ମୀଙ୍କ କୃପାରୁ, ଜୀବନରେ କିଛି ବଡ଼ ଖୁସି ମିଳିବାକୁ ଯାଉଛି।
-ଯଦି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ ସେହି ସମୟରେ ଆପଣ ରାସ୍ତାରେ ଏକ ମୁଦ୍ରା ପଡ଼ିଥିବାର ଦେଖନ୍ତି, ତେବେ ଏହାର ଅର୍ଥ ଆପଣ ବିନା ଦ୍ୱିଧାରେ ଆପଣଙ୍କର କାର୍ଯ୍ୟ ଆରମ୍ଭ କରିପାରିବେ ଏବଂ ସେଥିରେ ସଫଳତା ହାସଲ କରିବେ। ଏଥି ସହିତ, ପୁରୁଣା ଆର୍ଥିକ ସଙ୍କଟରୁ ମୁକ୍ତି ପାଇବେ।
-ଘରୁ ବାହାରକୁ ଯିବାବେଳେ ଯଦି ଆପଣ ରାସ୍ତାରେ ମୁଦ୍ରା କିମ୍ବା ନୋଟ୍ ଦେଖନ୍ତି, ତେବେ ସେହି କାର୍ଯ୍ୟରେ ଆପଣ ସଫଳତା ପାଇବେ।
-ଯଦି ରାସ୍ତାରେ ଟଙ୍କାରେ ଭରପୂର ଏକ ପର୍ସ ମିଳୁଛି, ତେବେ ଏହା ବଡ ଲାଭର ସଙ୍କେତ । ଶୀଘ୍ର ଆପଣ କିଛି ବଡ ସମ୍ପତ୍ତି କିମ୍ବା ପୈତୃକ ସମ୍ପତ୍ତି ପାଇପାରିବେ।
ଟଙ୍କା ରଖିବା କି ନାହିଁ :
ଯଦି ଟଙ୍କା ଭର୍ତି ଥିବା ଏକ ପର୍ସ କିମ୍ବା ବହୁ ପରିମାଣରେ ଟଙ୍କା ପାଉଛନ୍ତି, ତେବେ ସେହି ବ୍ୟକ୍ତିକୁ ଖୋଜି ବାହାର କରି ତାଙ୍କୁ ଫେରାଇଦେବା ଭଲ ହେବ। ଯଦି ସେହି ବ୍ୟକ୍ତି ନପାଆନ୍ତି ତାହାକୁ ଗରିବ ଲୋକଙ୍କୁ ଦାନ କରିଦିଅନ୍ତୁ। କିନ୍ତୁ ଯଦି ଆପଣ ରାସ୍ତାରେ ମୁଦ୍ରା କିମ୍ବା ନୋଟ୍ ପାଉଛନ୍ତି, ତେବେ ସେଗୁଡ଼ିକୁ ରଖନ୍ତୁ, କିନ୍ତୁ ଖର୍ଚ୍ଚ କରନ୍ତୁ ନାହିଁ। ଆପଣଙ୍କ ପର୍ସରେ ଏହି ଟଙ୍କା ରହିବା ଶୁଭ ହୋଇଥାଏ।
Comments are closed.