ଆଇଡିଏଫସି ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଟାର୍ଗେଟ ମାଚ୍ୟୁରିଟୀ ଗିଲ୍ଟ ଇଣ୍ଡେକ୍ସ ଫଣ୍ଡର ଶୁଭାରମ୍ଭ
ଭୁବନେଶ୍ୱର:ଆଇଡିଏଫସି ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଆଇଡିଏଫସି ଗିଲ୍ଟ ୨୦୨୭ ଇନଡେକ୍ସ ଫଣ୍ଡ ଏବଂ ଆଇଡିଏଫସି ଗିଲ୍ଟ ୨୦୨୮ ଇଣ୍ଡେକ୍ସ ଫଣ୍ଡ ଭଳି ଦୁଇଟି ଅଭିନବ ସ୍ଥାୟୀ ରୋଜଗାର ଫଣ୍ଡର ଶୁଭାରମ୍ଭ କରଯାଇଛି । ଉଭୟ ଫଣ୍ଡ ଓପନ-ଏଣ୍ଡେଣ୍ଡ ଟାର୍ଗେଟ ମାଚ୍ୟୁରିଟୀ ଇଣ୍ଡେକ୍ସ ଫଣ୍ଡ ଅଟନ୍ତି, ଯାହାକି ସରକାରୀ ସିକ୍ୟୋରିଟୀ ଏବଂ ଟ୍ରେଜେରୀ ବିଲରେ ବିନିଯୋଗ କରିବେ । ଯାହାକି ଯଥାକ୍ରମେ କ୍ରିଜିଲ ଗିଲ୍ଟ ୨୦୨୭ ଇଣ୍ଡେକ୍ସ ଏବଂ ଗିଲ୍ଟ ୨୦୨୮ ଇଣ୍ଡେକ୍ସ ଗଠନ କରିବ । ଏହି ନୂଆ ଫଣ୍ଡ ଅଫର (ଏନଏଫଓ) ଚଳିତ ମାର୍ଚ୍ଚ ୧୨ତାରିଖ ଶୁକ୍ରବାର ଖୋଲୁଥିବାବେଳେ ମାର୍ଚ୍ଚ ୧୯ତାରିଖ ଶୁକ୍ରବାର ଦିନ ଏହା ଶେଷ ହୋଇଯାଉଛି । ନିୟମିତ ଓପନ-ଏଣ୍ଡ ମ୍ୟୁଚୁଆଲ ଫଣ୍ଡ ଭଳି ଟାର୍ଗେଟ ମାଚ୍ୟୁରିଟୀ ଫଣ୍ଡଗୁଡ଼ିକର ଏକ ପରିଭାଷିତ ମାଚ୍ୟୁରିଟୀ ତାରିଖ ରହିଛି । ମାଚ୍ୟୁରିଟୀ ଉପରେ ଏହି ଫଣ୍ଡଗୁଡ଼ିକର ବାର୍ଷିକ ସମ୍ପତି ମୂଲ୍ୟ ୟୁନିଟହୋଲ୍ଡରଙ୍କୁ ଫେରସ୍ତ କରିଦିଆଯିବ । ଆହୁରି ମଧ୍ୟ ଆଇଡିଏଫସିର ଗିଲ୍ଟ ଇଣ୍ଡେକ୍ସ ଫଣ୍ଡଗୁଡ଼ିକ କେବଳ ଭାରତ ସରକାରଙ୍କ ଦ୍ୱାରା ନିଶ୍ଚିତ ହୋଇଥିବା ସାର୍ଭଭୌମ ଉପକରଣଗୁଡ଼ିକ ଉପରେ ବିନିଯୋଗ କରିବ, ଯାହାଦ୍ୱାରା କୌଣସି ପ୍ରକାରର ନେଣଦେଣ ବିପଦ ମଧ୍ୟ ରହେନାହିଁ ।
ଏହା ସମ୍ପର୍କରେ ଆଇଡିଏଫସି ଆସେଟ ମ୍ୟାନେଜମେଂଟ କମ୍ପାନୀର ସିଇଓ ଶ୍ରୀ ବିଶାଳ କପୁର କହିଛନ୍ତି ଯେ, “ଆଇଡିଏଫସି ଗିଲ୍ଟ ୨୦୨୭ ଇଣ୍ଡେକ୍ସ ଫଣ୍ଡ ଏବଂ ଆଇଡିଏଫସି ଗିଲ୍ଟ ୨୦୨୮ ଇଣ୍ଡେକ୍ସ ଫଣ୍ଡ ଏକ ସମତୂଲ ବିନିଯୋଗ ସମୟ ଦିଗବଳୟ ସହିତ ଉନ୍ନତ ଗୁଣବତାର ବିନିଯୋଗ ଚାହୁଁଥିବା ଗ୍ରାହକଙ୍କ ନିବେଶକଙ୍କ ପାଇଁ ଉପଯୁକ୍ତ । ଗିଲ୍ଟ ଉଚ୍ଚ ତରଳତା ପ୍ରଦାନ କରିଥାଏ ଯାହାଦ୍ୱାରା କୌଣସି ପ୍ରକାରର ଖର୍ଚ୍ଚ ଜନିତ ପ୍ରଭାବକୁ ହ୍ରାସ କରିଥାଏ । ନିବେଶକମାନଙ୍କର ଲାଭକୁ ଅନୁକୂଳତମ କରିବାର ଲକ୍ଷ ରଖିଥିବା ଗିଲ୍ଟ ଇଣ୍ଡେକ୍ସ ଭଳି ମଧ୍ୟବର୍ତୀ ଅବଧି ରଣକୌଶଳ ସହିତ ମିଶ୍ରିତ ଏକ ସ୍ୱଳ୍ପକାଳୀନ ବିନିଯୋଗ ସହିତ ନିବେଶକମାନେ ଏହି ଫଣ୍ଡଗୁଡ଼ିକୁ ବାର-ବେଲ ରଣନୀତିର ଏକ ଅଂଶ ଭାବେ ବ୍ୟବହାର କରି ଦେଖିପାରିବେ । ଆମର ଉଭୟ ଫଣ୍ଡ ନିବେଶକଙ୍କ ପାଇଁ ସର୍ବୋଚ୍ଚ ଗୁଣାତ୍ମକ ବିନିଯୋଗର ସରଳ, ସ୍ୱଳ୍ପ ମୂଲ୍ୟରେ ପଂହଚ ପ୍ରଦାନ କରିଥାଏ ।” ଏହା ସମ୍ପର୍କରେ ଆଇଡିଏଫସିର ବରିଷ୍ଠ ଫଣ୍ଡ ମ୍ୟାନେଜର ଶ୍ରୀ ଅନୁରାଗ ମିତଲ କହିଛନ୍ତି ଯେ, “ଉଦ୍ୟୋଗ କ୍ଷେତ୍ରରେ ଏକ ଦଶନ୍ଧିର ଅଭିଜ୍ଞତା ରହିଥିବା ଆଇଡିଏଫସି ଏଏମସି ଏହି ଉଭୟ ସ୍କିମର ଫଣ୍ଡ ମ୍ୟାନେଜର ଅଟେ ।
ଉଭୟ ଫଣ୍ଡ ଓପନ-ଏଣ୍ଡେଡ ହୋଇଥିବାବେଳେ ଦୈନିକ କ୍ରୟ ଏବଂ ରିଡିମ୍ପସନ ସୁବିଧା ପ୍ରଦାନ କରୁଛି । ଏଥିପାଇଁ ବିନିଯୋଗର ସର୍ବନିମ୍ନ ରାଶି ୫,୦୦୦ଟଙ୍କା ହୋଇଥିବାବେଳେ ରିଡିମ୍ପସନ ଉପରେ କୌଣସି ଏକ୍ସିଟ ଲୋଡ଼ ରହିବ ନାହିଁ । ଆଇଡିଏଫସି ଗିଲ୍ଟ ୨୦୨୭ ଇଣ୍ଡେକ୍ସ ଫଣ୍ଡ ୩୦ ଜୁନ ୨୦୨୭ରେ ଏବଂ ଆଇଡିଏଫସି ଗିଲ୍ଟ ୨୦୨୮ ଇଣ୍ଡେକ୍ସ ଫଣ୍ଡ ଏପ୍ରିଲ ୫, ୨୦୨୮ରେ ମାଚ୍ୟୋର ହୋଇଯିବ ।
Comments are closed.