ଆଇଡିବିଆଇ ବ୍ୟାଙ୍କ ର ନୂତନ ଯୋଜନା ‘ସୁଗମ-୨’ ଦେଉଛି ଋଣ ଭୁଗତାନରେ ନୂତନ ରାସ୍ତା

Share It

ଭୁବନେଶ୍ୱର : ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ୱାନ ଟାଇମ ସେଟେଲମେଂଟ (ଓଟିଏସ) ସ୍କିମ “ସଗୁନ ଋଣ ଭୁଗତାନ ୟୋଜନା (ସୁଗମ)-୨”ର ଘୋଷଣା କରାଯାଇଛି । ଏହି ଯୋଜନାରେ ନିର୍ଦ୍ଧାରିତ ଅନ୍ୟ ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ୫ ଲକ୍ଷ ଟଙ୍କା ଓ ତାହାଠାରୁ ଅଧିକ ଏବଂ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଏକ ଋଣଧାରକ-ଭିତିକ ମୋଟ ଗ୍ରସ ପ୍ରିନ୍ସିପାଲ ଆଉଟଷ୍ଟାଣ୍ଡିଙ୍ଗ (ଜିପିଓ) ସହିତ ମାର୍ଚ୍ଚ ୩୧ ତାରିଖ, ୨୦୨୨ ସୁଦ୍ଧା ବର୍ଗୀକୃତ ଖୁଚୁରା ଏନପିଏଗୁଡିକୁ କଭର କରୁଛି । ଯେଉଁ ଋଣଧାରକମାନଙ୍କର ଆକାଉଂଟଗୁଡିକ ଏନପିଏ ଭାବେ ବର୍ଗୀକୃତ ହୋଇଛି ଏବଂ ଯେଉଁମାନେ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଂଚିବା ପାଇଁ ଯୋଜନାର ସର୍ତ ଅନୁଯାୟୀ ନିଜର ବକେୟା ରାଶି ପରିଶୋଧ କରିବାକୁ ଇଚ୍ଛୁକ ଅଛନ୍ତି, ସେମାନଙ୍କୁ ଏହି ପଦକ୍ଷେପ ଏକ ସୁଯୋଗ ପ୍ରଦାନ କରିବ । ଏହି ଯୋଜନାର ବିସ୍ତୃତ ବିବରଣୀ https://www.idbi.bank.in/idbi-bank-sugam-rinn-bhugtan-yojana.aspx ରେ ଉପଲବ୍ଧ ରହିଛି ।


Share It

Comments are closed.