ଆଗାମୀ ଦିନରେ ଅଲମ୍ପିକ୍ସରେ ଦେଖିବାକୁ ମିଳିପାରେ ଛକା-ଚୌକାର ବର୍ଷା, କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସି ଚଳାଇଛି ପ୍ରସ୍ତୁତି

Share It

ଅଲମ୍ପିକ୍ସରେ ସାମିଲ ହୋଇପାରେ କ୍ରିକେଟ୍। ଅଲମ୍ପିକ୍ସରେ କ୍ରିକେଟ୍‌କୁ ସାମିଲ କରିବା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ (ଆଇସିସି) ଏହି କ୍ରୀଡ଼ା ମହାକୁମ୍ଭରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ଏହି ଟିମ୍ ୨୦୨୮ଲସ୍ ଆଞ୍ଜେଲସ୍ ଅଲମ୍ପିକ୍, ୨୦୩୨ ବ୍ରିସବ୍ରେନ୍ ଏବଂ ଅନ୍ୟ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଇବା ପାଇଁ ପକ୍ଷ ରଖିବ। ଅପରପକ୍ଷରେ ଆଇସିସିର ଏହି ଯୋଜନାକୁ ବିଶ୍ଵର ଧନୀ କ୍ରିକେଟ୍ ବୋର୍ଡ ବିସିସିଆଇ ସମର୍ଥନ କରିଛି।

ତେବେ ଭାରତୀୟ ବୋର୍ଡ କ୍ରିକେଟ୍‌କୁ ଅନ୍ୟ ଖେଳରେ ସାମିଲ କରିବା ପାଇଁ ବିରୋଧ କରିଆସୁଥିଲା। ହେଲେ ଜୟ ଶାହଙ୍କ ବୋର୍ଡ କାର୍ଯ୍ୟଭାର ସମ୍ଭାଳିବା ପରେ ଏବେ ସ୍ଥିତିରେ ପରିବର୍ତ୍ତନ ଆସିଛି। ଅଲମ୍ପିକରେ କ୍ରିକେଟ୍‌କୁ ସାମିଲ କରିବାର ନିଷ୍ପତ୍ତିକୁ ବିସିସିଆଇ ସମର୍ଥନ କରିଛି। ତେବେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡର ପ୍ରମୁଖ ଇୟାନ ୱାଟମୋର ଆଇସିସି ଅଲମ୍ପିକ୍ ୱାର୍କିଂ ଗ୍ରୁପର ଅଧ୍ୟକ୍ଷତା କରିବେ। ତାଙ୍କ ବ୍ୟତୀତ ଇନ୍ଦିରା ନୁଈ, ଜିମ୍ବାୱେ କ୍ରିକେଟର ପ୍ରମୁଖ ତମ୍ବେଗୱା ମୁକୁହଲାନି, ଆଇସିସିର ଆଶୋଶିଏଟ୍ ସଦସ୍ୟ ନିର୍ଦ୍ଦେଶକ ଏବଂ ଏଶିୟା କ୍ରିକେଟ ପରିଷଦର ଉପାଧ୍ୟକ୍ଷ ମହିନ୍ଦ୍ରା ବଲ୍ଲୀପୁରମ ଏବଂ ୟୁଏସଏ କ୍ରିକେଟର ଅଧ୍ୟକ୍ଷ ପରାଗ ମରାଠେ ସାମିଲ ହେବେ।

ଆଇସିସି ଅଧ୍ୟକ୍ଷ ଗ୍ରେଗ୍ ବାର୍କଲେ ଏନେଇ କହିଛନ୍ତି ଯେ, ସର୍ବ ପ୍ରଥମେ ଟୋକିଓ ୨୦୨୦ ଏବଂ ଜାପାନର ଲୋକମାନେ ଏଭଳି କଠିନ ପରିସ୍ଥିତିରେ ଏଭଳି ଅବିଶ୍ଵାସନୀୟ ଖେଳ ମହାକୁମ୍ଭ ଆୟୋଜନ କରିଥିବାରୁ ମୁଁ ଆଇସିସି ପକ୍ଷରୁ ଶୁଭେଚ୍ଛା ଜଣାଉଛି। ତେବେ କ୍ରିକେଟକୁ ଭବିଷ୍ୟତରେ ଟୋକିଓ ଅଲମ୍ପିକରେ ସାମିଲ କରାଯିବ ବୋଲି ଆମର ଆଶା ରହିଛି। ବିଶ୍ଵ ସ୍ତରରେ ଆମର ଏକ ଅରବରୁ ଅଧିକ ପ୍ରଶଂସକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପ୍ରଶଂସକ ଅଲମ୍ପିକରେ କ୍ରିକେଟ୍‌କୁ ଦେଖିବାକୁ ଚାହୁଁଛନ୍ତି। ବିଶେଷ କରି ଦକ୍ଷିଣ ଆଫ୍ରିକାରେ ସବୁଠୁ ଅଧିକ ୯୨ ପ୍ରତିଶତ ପ୍ରଶଂସକ ଅଛନ୍ତି। ସେହିପରି ଆମେରିକାରେ ୩୦ ମିଲିୟନ କ୍ରିକେଟର ପ୍ରଶଂସକ ଅଛନ୍ତି। ଏହି ପ୍ରଶଂସକମାନେ ତାଙ୍କର କ୍ରିକେଟ ଷ୍ଟାରମାନଙ୍କୁ ଅଲମଗପିକରେ ଦେଖିବାକୁ ଚାହୁଛନ୍ତି।


Share It

Comments are closed.