ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା, ଶ୍ରେଷ୍ଠ ୧୦ ମଧ୍ୟରେ ୩ ଭାରତୀୟ

Share It

ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ଅଧିନାୟକ ବିରାଟ କୋହଲି ପଞ୍ଚମ ସ୍ଥାନ ବଜାୟ ରଖିଥିବାବେଳେ ରିଶଭ ପନ୍ତ ଷଷ୍ଠ ଓ ରୋହିତ ଶର୍ମା ଅଷ୍ଟମକୁ ଉନ୍ନୀତ ହୋଇଛନ୍ତି । କେବଳ ଶ୍ରୀଲଙ୍କା ଓ ବାଂଲାଦେଶକୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶ ବର୍ତ୍ତମାନ ଟେଷ୍ଟ କ୍ରିକେଟ୍‌ ଖେଳୁ ନାହାନ୍ତି । ତେଣୁ ଶ୍ରୀଲଙ୍କା ଓ ବାଂଲାଦେଶ ଖେଳାଳିଙ୍କ ମାନ୍ୟତାରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଗତ ସପ୍ତାହରେ ଅନୁଷ୍ଠିତ ଜିମ୍ବାୱେ ବିପକ୍ଷ ଟେଷ୍ଟରେ ପାକିସ୍ତାନ ଖେଳାଳି ବାବର ଆଜମ ଗୋଟିଏ ବଲରେ ଆଉଟ୍‌ ହୋଇଥିବାରୁ ତାଙ୍କ ମାନ୍ୟତାରେ ଅବନତି ହୋଇଥିଲା । ଫଳ ସ୍ୱରୂପ ପନ୍ତ, ରୋହିତ ଓ ନ୍ୟୁଜିଲାଣ୍ଡର ହେନରୀ ନିକୋଲ୍ସ ମାନ୍ୟତାରେ ଗୋଟିଏ ଲେଖାଏଁ ସ୍ଥାନ ଉପରକୁ ଉଠିଥିଲେ ।ନ୍ୟୁଜିଲାଣ୍ଡର କେନ ୱିଲିୟମସନ୍‌ ୯୧୯ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ପ୍ରଥମ ୫ଟି ଯାକ ସ୍ଥାନ ଅପରିବର୍ତ୍ତିତ ରହିଛି । ଷ୍ଟିଭେନ ସ୍ମିଥ୍‌ ଦ୍ୱିତୀୟ(୮୯୧ପଏଣ୍ଟ), ମାର୍ନସ ଲାବୁସାନ ତୃତୀୟ(୮୭୮ ପଏଣ୍ଟ), ଜୋ ରୁଟ୍‌ ଚତୁର୍ଥ(୮୩୧ପଏଣ୍ଟ) ଓ କୋହଲି ପଞ୍ଚମ(୮୧୪ ପଏଣ୍ଟ) ସ୍ଥାନରେ ରହିଛନ୍ତି । ପନ୍ତ ଷଷ୍ଠ, ରୋହିତ ସପ୍ତମ ଓ ନିକୋଲ୍ସ ଅଷ୍ଟମକୁ ଉନ୍ନୀତ ହୋଇଛନ୍ତି । ବାବର ଷଷ୍ଠରୁ ସିଧା ନବମକୁ ଖସିଥିବାବେଳେ ଡେଭିଡ୍‌ ୱାର୍ଣ୍ଣର ଦଶମ ସ୍ଥାନ ବଜାୟ ରଖିଛନ୍ତି ।


Share It

Comments are closed.