ଷ୍ଟିଭ ସ୍ମିଥଙ୍କୁ ଆଉଟ କରିବା ଟ୍ୱିଟକୁ ନେଇ ସୋଏବଙ୍କୁ ଖୁବ ସମାଲୋଚିତ କଲେ ଆଇସିସି

Share It

ପାକିସ୍ତାନର ପୂର୍ବତ୍ତନ ଦ୍ରୁତ ବୋଲର ସୋଏବ ଅଖତର ନିକଟରେ କହିଥିଲେ ଯେ, ସେ ନିଜର ତିନୋଟି ବାଉନ୍ସର ପରେ ଚତୁର୍ଥ ବାଉନ୍ସରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କୁ ଆଉଟ କରିପାରନ୍ତି । ସୋଏବଙ୍କର ଏହି ଉକ୍ତିକୁ ନେଇ ଆଇସିସି ତାଙ୍କୁ ଖୁବ ସମାଲୋଚିତ କରିଛନ୍ତି । ଇଏସପିଏନ କ୍ରିକଇନଫୋ ପକ୍ଷରୁ ପୂର୍ବତ୍ତନ ଏବଂ ବର୍ତ୍ତମାନର କ୍ରିକେଟରଙ୍କୁ ନେଇ ଏକ ଟ୍ୱିଟ କରାଯାଇଥିଲା । ଏଥିରେ ପ୍ରଶ୍ନ କରାଯାଇଥିଲା ଯେ, କେଉଁ ପୂର୍ବତ୍ତନ ଏବଂ ବର୍ତ୍ତମାନର କ୍ରିକେଟଙ୍କ ମଧ୍ୟରେ ପ୍ରଶଂସକମାନେ ବ୍ୟାଟ ଏବଂ ବଲର ଯୁଦ୍ଧ ଦେଖିବାକୁ ଚାହୁଁଛନ୍ତି । ସେଥିରେ ଏକ ବିକଳ୍ପ ଷ୍ଟିଭ ସ୍ମଥ ଏବଂ ସୋଏବ ଅଖତରଙ୍କ ମଧ୍ୟ ଥିଲା ।
ଇଏସପିଏନ କ୍ରିକଇନଫୋର ଏହି ଟ୍ୱିଟର ଜବାବ ଦେବାକୁ ଯାଇ ସୋଏବ ଅଖତର ଟ୍ୱିଟ କରିଥିଲେ । ସୋଏବଂ ଟ୍ୱିଟ କରି ଲେଖିଥିଲେ ଯେ, ଏବେ ତିନୋଟି ଭୟଙ୍କର ବାଉନସର ପରେ ଚତୁର୍ଥ ବାଉନସରରେ ମୁଁ ଷ୍ଟିଭ ସ୍ମିଥଙ୍କୁ ଆଉଟ କରିପାରିବି ।

ସୋଏବଙ୍କର ଏହି ଟ୍ୱିଟକୁ ନେଇ ତାଙ୍କୁ ଅନେକ ସମାଲୋଚନାର ଶୀକାର ହେବାକୁ ପଡିଥିଲା । ପ୍ରଶଂସକଙ୍କ ସମାଲୋଚନା ପରେ ଏବେ ଆଇସିସି ମଧ୍ୟ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଲାଣି । ସୋଏବଙ୍କ ଏହି ଟ୍ୱିଟର ସ୍କ୍ରିନସଟ ସହ ପୂର୍ବତ୍ତନ ବାସ୍କେଟବଲ ଖେଳାଳି ମାଇକେଲ ଜୋର୍ଡାନଙ୍କୁ ଛବିକୁ ଆଇସିସି ସେୟାର କରିଛି ।
ପ୍ରଥମ ଫଟୋରେ ଜୋର୍ଡାନ ତଳକୁ ଚାହୁଁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ମଧ୍ୟରେ ଦ୍ୱିତୀୟ ଛବିରେ ସୋଏବ ଅଖତରଙ୍କ ଟ୍ୱିଟର ସ୍କ୍ରିନ ସଟ ରହିଛି । ଫୁଣି ତୃତୀୟ ଛବିରେ ମାଇକେଲ ଜୋର୍ଡାନ ଖୁବ ଜୋରସେ ହସୁଥିବାର ଦେଖିବାକୁ ମିଳିଛି ।
ପ୍ରକାଶ ଥାଉକି, ଷ୍ଟିଭ ସ୍ମିଥ ସର୍ବଶ୍ରେଷ୍ଠ ଖେଳାଳୀ ବୋଲି ନିକଟରେ ଇଂଲଣ୍ଡର ବୋଲର ଷ୍ଟୁଆର୍ଟ ବ୍ରଡ କହିଥିଲେ, ଯାହାଙ୍କୁ ବିରୋଧରେ ସେ ଖେଳି ସାରିଛନ୍ତି । ସୋଏବ ଅଖତର ପାକିସ୍ତାନ ବିପକ୍ଷରେ ୪୬ଟି ଟେଷ୍ଟ, ୧୬୨ଟି ଦିନିକିଆ ଏବଂ ୧୫ ଟି-୨୦ ଆନ୍ତର୍ଜାତିକ ମ୍ୟାଚ ଖେଳି ସାରିଛନ୍ତି ।


Share It

Comments are closed.