ଜାରି ହେଲା ଆଇସିସି ୨୦୨୨ ମହିଳା ବିଶ୍ୱକପ ସୂଚୀ, କେବେ ଅଛି ଭାରତର ପ୍ରଥମ ମ୍ୟାଚ ଜାଣନ୍ତୁ
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ମଙ୍ଗଳବାର ୨୦୨୨ ମହିଳା କ୍ରିକେଟ ବିଶ୍ୱକପର କ୍ରୀଡାସୂଚୀ ଜାରି କରିଛି। ମାର୍ଚ୍ଚ ୪ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ନ୍ୟୁଜିଲ୍ୟାଣ୍ଡରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଓ୍ୱେଲିଂଟନର ବେସିନ ରିଜର୍ଭରେ ଖେଳାଯିବ । ଟିମ୍ ଇଣ୍ଡିଆ ମାର୍ଚ୍ଚ ୬ ତାରିଖରେ ପ୍ରଥମ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ । ଭାରତ ବିଶ୍ୱକପର ଚଳିତ ଥର ୭ଟି ମ୍ୟାଚ୍ ଖେଳିବ। ଦଳ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଟିମ୍ ସହ ୪ଟି ମ୍ୟାଚ୍ ଖେଳିବା ପରେ ୩ଟି ମ୍ୟାଚ୍ କ୍ୱାଲିଫାଏର ଟିମ୍ ସହ ଖେଳିବ ।ତେବେ ଏପ୍ରିଲ ୩ ତାରିଖରେ ଖ୍ରୀଷ୍ଟଚର୍ଚ୍ଚ ମଇଦାନରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହାପୂର୍ବରୁ ଫେବୃଆରୀ ୨୦୨୧ରେ ବିଶ୍ୱକପ୍ ଅନୁଷ୍ଠିତ ହେବାର ଥିଲା। ମାତ୍ର କରୋନା ମହାମାରୀ କାରଣରୁ ଏହାକୁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା।
Comments are closed.