କରୋନା ଟୀକା ନେବାକୁ ମନା କରି ଚାକିରୀରୁ ବହିଷ୍କୃତ ହେଲେ ଭାରତୀୟ ବାୟୁ ସେନା କର୍ମଚାରୀ
କରୋନା ଟିକା ନନେଇ ଅଡୁଆରେ ପଡିଲେ ଭାରତୀୟ ବାୟୁସେନାର କର୍ମଚାରୀ। କେନ୍ଦ୍ର ସରକାର ଗୁଜରାଟ ହାଇକୋର୍ଟଙ୍କୁ କହିଛନ୍ତି, ଭାରତୀୟ ବାୟୁସେନାର (Indian Airforce) କର୍ମଚାରୀ କରୋନା ଟିକା ନେବାକୁ ମନା କରିଥିବା ତାଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି। କାରଣ ଟିକା ଲଗାଇବା ସେବାର ସର୍ତ୍ତରେ ସାମିଲ କରାଯାଇଛି। ଅତିରିକ୍ତ ସଲିସିଟର ଜେନେରାଲ ଦେଓ୍ବାଙ୍ଗ ବ୍ୟାସ୍ ବାୟୁସେନାର କରପୋରାଲ ଯୋଗେନ୍ଦ୍ର କୁମାରଙ୍କ ଆବେଦନ ଉପରେ ବୁଧବାର ହାଇକୋର୍ଟଙ୍କ ସମ୍ମୁକରେ ଏହା କହିଛନ୍ତି। ଜଷ୍ଟିସ୍ ଏଜେ ଦେଶାଇ ଓ ଜଷ୍ଟିସ୍ ଏପି ଠାକୋରଙ୍କ ଖଣ୍ଡପୀଠକୁ କହିଛନ୍ତି ଯେ, ପୁରା ଭାରତରେ ୯ ଜଣ କର୍ମଚାରୀ ଟିକା ନନେବାକୁ ମନା କରିଛନ୍ତି। ଏଥିପାଇଁ ସେ ସମସ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ବ୍ୟାସ୍ ହାଇକୋର୍ଟଙ୍କୁ କହିଛନ୍ତି, ୯ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିବା ବେଳେ ଜଣେ ଏହାର ଉତ୍ତର ଦେଇନଥିଲେ। ସେଥିପାଇଁ ତାଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି। ସେ ବରଖାସ୍ତ କରାଯାଇଥିବା କର୍ମଚାରୀଙ୍କ ନାଁ କିମ୍ବା ବ୍ୟକ୍ତଗତ ସୂଚନା ଦେଇ ନାହାନ୍ତି। ସେ କହିଛନ୍ତି, ସାଧାରଣ ଲୋକଙ୍କ ପାଇଁ ଟିକା ଏକ ବିକଳ୍ପ, କିନ୍ତୁ ବାୟୁସେନାରେ ଏହା ସେବାର ଏକ ସର୍ତ୍ତ କରି ଦିଆଯାଇଛି।
Comments are closed.