ଅପରେସନ ସିନ୍ଦୁର ସଂପର୍କରେ ପ୍ରତିକ୍ରିୟା ଦେଇ ପାହାଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ପୀଡିତା କିହଲେ “ମୋ ଆଖିରୁ ଲୁହ ଝରିଗଲା”
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଶିକାର ହୋଇଥିବା ସନ୍ତୋଷ ଜଗଦଲେଙ୍କ ପତ୍ନୀ ପ୍ରଗତି ଜଗଦଲେ ଗତ ମାସରେ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପହଲଗାମରେ ଆତଙ୍କବାଦୀମାନେ ହିନ୍ଦୁ ପୁରୁଷଙ୍କ ଧର୍ମ ପଚାରି ହତ୍ୟା କରିଥିବା ବେଳେ ଏଥିରେ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣ ପର୍ଯ୍ୟଟକପ୍ରାଣ ହରାଇଥିଲେ। ବୁଧବାର (ମେ ୭) ସକାଳେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରି ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଗତି କହିଛନ୍ତି ଯେ ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଏହା ଉପଯୁକ୍ତ ଜବାବ ଏବଂ ଅପରେସନର ନାମ ଜାଣିବା ପରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା ।
ସେହି ଆତଙ୍କବାଦୀମାନେ ଆମ ଝିଅମାନଙ୍କର ମାନଙ୍କର ସିନ୍ଦୁର ପୋଛିବା ପରେ ଏହା ସେ ମାନଙ୍କ ପାଇଁ ଉଚିତ ଜବାବ । ଏହି ଅପରେସନର ନାଁ ଶୁଣି ମୋ ଆଖିରେ ଲୁହ ଆସିଗଲା । ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତି। ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଏହା ଶ୍ରଦ୍ଧାଞ୍ଜଳି ଓ ନ୍ୟାୟ ବୋଲି ତାଙ୍କ ଝିଅ ଅସବରୀ ଜଗଦଲେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।
ଅପରେସନର ନାଁ ଶୁଣି ମୁଁ ବହୁତ କାନ୍ଦିଥିଲି। ଆତଙ୍କବାଦୀଙ୍କ ଦ୍ୱାରା ନିହତ ହୋଇଥିବା ଲୋକଙ୍କ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ଓ ନ୍ୟାୟ ବୋଲି ଅସାବରୀ କହିଛନ୍ତି।
ଏହା ପୂର୍ବରୁ ପହଲଗାମ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଶୁଭମ ଦ୍ୱିବେଦୀଙ୍କ ପତ୍ନୀ ପ୍ରତିଶୋଧ ନେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ନେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ତାଙ୍କ ଉପରେ ମୋର ପୂରା ପରିବାରର ବିଶ୍ୱାସ ଥିଲା ଏବଂ ସେ ଯେଉଁଭଳି ଭାବରେ (ପାକିସ୍ତାନକୁ) ଜବାବ ଦେଇଥିଲେ, ସେ ଆମବିଶ୍ୱାସକୁ ବଜାୟ ରଖିଛନ୍ତି। ଏହା ହିଁ ମୋ ସ୍ୱାମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ମୋ ସ୍ୱାମୀ ଯେଉଁଠି ବି ଥାଆନ୍ତୁ, ସେ ଆଜି ଶାନ୍ତିରେ ରହିବେ ବୋଲି ସେ କହିଛନ୍ତି।
Comments are closed.