ହାଇଦ୍ରାବାଦ ଏପର୍ଯ୍ୟନ୍ତ ନିଜ ଘର ବାହାରେ ଜିତିପାରିନାହିଁ ଦେଖନ୍ତୁ ମ୍ୟାଚ୍ ରିପୋର୍ଟ

Share It

ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୱିକେଟ୍ ହରାଇ ୧୬୨ ରନ୍ କରିଥିଲା। ଜବାବରେ ମୁମ୍ବାଇ ୧୮.୧ ଓଭରରେ ଓ୍ଵିକେଟ୍ ହରାଇ ୧୬୬ ରନ୍ କରି ମ୍ୟାଚ୍ କୁ ନିଜ ସପକ୍ଷରେ ସୁରକ୍ଷିତ କରି ନେଇଥିଲା। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୱିକେଟରେ ପରାସ୍ତ କରିଛି। ମୁମ୍ବାଇର କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ ଖେଳି ପାରିନଥିଲେ ମଧ୍ୟ ଏକ ଦଳ ଭାବେ ସେମାନେ ଭଲ ପ୍ରଦର୍ଶନ କରି ବିଜୟ ହାସଲ କରିବାରେ ସଫଳ ହୋଇଥିଲେ। ମୁମ୍ବାଇର ଏହା ମ୍ୟାଚ୍ ରୁ ତୃତୀୟ ବିଜୟ ଏବଂ ପଏଣ୍ଟ ସହ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ସନରାଇଜର୍ସ ମ୍ୟାଚ୍ ରୁ ଚତୁର୍ଥ ପରାଜୟର ସମ୍ମୁଖୀନ ହୋଇ ପଏଣ୍ଟ ସହ ନବମ ସ୍ଥାନରେ ରହିଛି। 

ମୁମ୍ବାଇର ୱାଙ୍ଖଡେରେ ଟାର୍ଗେଟ ପିଛା କରି ୨୯ତମ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ହାଇଦ୍ରାବାଦ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଭେନ୍ୟୁରେ ଗୋଟିଏ ବି ମ୍ୟାଚ୍ ଜିତିପାରିନାହିଁ। ଏହା ପୂର୍ବରୁ ବିଶାଖାପାଟଣାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ବରଣ କରିଥିଲା। ଏହାପରେ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ଇଡେନ୍ ଗାର୍ଡେନ୍ସରେ ସେମାନଙ୍କୁ ପରାସ୍ତ କରିଥିଲା।


Share It

Comments are closed.