ପୁଅଟିଏ ପାଇବା ପାଇଁ ସୁଶାନ୍ତଙ୍କ ମା’ ମନ୍ଦିରରେ କରିଥିଲେ ଅନେକ ପୂଜାର୍ଚ୍ଚନା, ୩ ଝିଅଙ୍କ ପରେ ମା’ ଉଷା ଦେବୀ ତାଙ୍କୁ ପାଇଥିଲେ
ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ପାଇ ସମସ୍ତଙ୍କୁ ଲାଗିଛି ବଡ ଝଟକା। ୧୩ ମାସ ପୂର୍ବେ ନିଜର ମାମୁଁ ଘରକୁ ଯାଇଥିବା ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି। ସୁଶାନ୍ତ ମାମୁଁଘର ବିହାରର ଚୌଥମ ଥାନା ଅନ୍ତର୍ଗତ ବୋରେନ ସ୍ଥାନ ଗାଁରେ। ସୁଶାନ୍ତ ପିଲା ମଧ୍ୟ ଏହି ଗାଁରେ କଟିଛି। ସୁଶାନ୍ତ ଗତ ବର୍ଷ ୧୩ ମଇରେ ନିଜର ଦାଦା ପୁଅ ଭାଇ ତଥା ସୁପୋଲର ବିଜେପି ବିଧାୟକ ନୀରଜ ସିଂ ବବଲୁ ଓ ଭାଉଜ ନୂତନ ସିଂଙ୍କ ସହିତ ନିଜର ମୁଣ୍ଡନ ପାଇଁ ବୋରେନ୍ ଗାଁକୁ ଯାଇଥିଲେ। ସେ ଡଙ୍ଗାରେ ବାଗମତୀ ନଦୀ ପାର କରି ନିଜର ମାମୁଁଘରେ ପହଁଞ୍ଚିତିଲେ। ନିଜର ହିରୋଙ୍କ ଏକ ଝଲକ ପାଇବା ପାଇଁ ସେହି ସମୟରେ ପ୍ରବଳ ଭିଡ ଲାଗିଯାଇଥିଲା।
ଉଲ୍ଲେଖନୀୟ ଯେ, ସୁଶାନ୍ତଙ୍କ ମା’ ଉଷା ଦେବୀ ବୋରେନ୍ ସ୍ଥିତ ମନସା ମନ୍ଦିରରେ ପୁତ୍ର ପ୍ରାପ୍ତି ପାଇଁ ମାନସିକ କରିଥିଲେ। ୩ ଭଉଣୀ ପରେ ସୁଶାନ୍ତ ଜନ୍ମ ନେଇଥିଲେ। ତେବେ ୨୦୦୨ ରେ ତାଙ୍କ ମା’ଙ୍କର ପରଲୋକ ହୋଇଥିଲା। ଏହାର ୧୭ ବର୍ଷ ପରେ ନିଜର ମା’ଙ୍କର ମାନସିକ ପୂରଣ କରିବା ପାଇଁ ସୁଶାନ୍ତ ନିଜେ ମୁଣ୍ଡନ ହେବା ପାଇଁ ମାମୁଁଘର ଗାଁକୁ ଯାଇଥିଲେ। ପ୍ରଥମେ କାରରେ ଗାଁର ବାଗମତୀ ଘାଟରେ ପହଁଞ୍ଚିଥିଲେ। ସେଠାରେ ମାମୁଁଘର ବୋରେନରେ ପହଁଞ୍ଚିଥିଲେ। ମନ୍ଦିରରେ ଭଗବତୀଙ୍କର ପୁଜା-ଅର୍ଚ୍ଚନା କରିଥିଲେ। ଏହାପରେ କୂଳଦେବତାଙ୍କ ପୂଜା ଓ ବିଧି-ବିଧାନ କରିବା ପରେ ମୁଣ୍ଡନ କରିଥିଲେ।
Comments are closed.