ଏଚ୍‌ପି ପକ୍ଷରୁ ଏଆଇ କମର୍ସିଆଲ ପିସିର ନୂତନ ଶୃଙ୍ଖଳା ଉନ୍ମୋଚିତ

Share It

ଭୁବନେଶ୍ୱର: ଆଜି ଏଚ୍‌ପି ପକ୍ଷରୁ ଭାରତରେ ଏହାର ନୂତନ ପିଢିର କମର୍ସିଆଲ ଏଆଇ ପିସିର ନୂଆ ଶୃଙ୍ଖଳାର ଶୁଭାରମ୍ଭ କରାଯାଇଛି ଯାହାକୁ ବ୍ୟବସାୟ ଓ ପେସାଦାର ବ୍ୟକ୍ତିମାନଙ୍କ ପରିବର୍ତିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି । ଏହି ଶୃଙ୍ଖଳାରେ ଏଚ୍‌ପି ଏଲିଟବୁକ ଅଲ୍‌ଟ୍ରା ଜି୧ଆଇ ୧୪-ଇଂଚ, ଏଚ୍‌ପି ଏଲିଟବୁକ ଏକ୍ସ ଜି୧ଆଇ ୧୪ ଇଂଚ୍ ଓ ଏଚ୍‌ପି ଏଲିଟବୁକ ଏକ୍ସ ଜି୧ଆଇ ଫ୍ଲିପ ୧୪ ଇଂଚ ମଡେଲ ସାମିଲ ରହିଛି । ଏହି ପିସିଗୁଡିକ ନୂଆ ଇଂଟେଲ କୋରଟିଏମ୍ ଅଲ୍‌ଟ୍ରା ପ୍ରୋସେସରଗୁଡିକ ଦ୍ୱାରା ପରିଚାଳିତ ଅଟେ ଯେଉଁଥିରେ ଏକ ନ୍ୟୁରାଲ ପ୍ରୋସେସିଂ ୟୁନିଟ (ଏନ୍‌ପିୟୁ) ରହିଛି ଯାହା ପ୍ରତି ସେକେଣ୍ଡ ପିଛା ୪୮ ଟ୍ରିଲିୟନ ପର୍ଯ୍ୟନ୍ତ ଅପରେଶନଗୁଡିକୁ (ଟପ୍‌ସ) ନିୟନ୍ତ୍ରଣ କରିପାରେ । ଏହାବ୍ୟତୀତ ଏଚ୍‌ପି ଭାରତରେ ଏଲିଟବୁକ ଏକ୍ସ ଜି୧ଏ ୧୪-ଇଂଚ ନୋଟବୁକର ଶୁଭାରମ୍ଭ କରିଛି . ଯେଉଁଥିରେ ଏଏମ୍‌ଡି ରାଇଜେନ ପ୍ରୋସେସର ରହିଛି ଏବଂ ଏକ ଏଚପି – ଏକ୍ସକ୍ଲୁସିଭ ଏନପିୟୁ ରହିଛି ଯାହା ଶିଲ୍ପର ଅଗ୍ରଣୀ ୫୫ ଟିଓପିଏସ ପ୍ରଦାନ କରେ, ଯାହା ଏଆଇ ପ୍ରଦର୍ଶନରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରେ ।

କାର୍ଯ୍ୟ ପରିବେଶ ନିରନ୍ତର ଭାବେ ବିକଶିତ ହେଉଥିବା ବେଳେ ଲିଡରମାନେ ଏଭଳି ମୋବାଇଲ ଡିଭାଇସର ଆବଶ୍ୟକ କରୁଛନ୍ତି ଯାହା ସେମାନଙ୍କୁ କନେକ୍ଟେଡ ରଖିବା ସହ ସେମାନଙ୍କର ଉତ୍ପାଦକତା, ସହଯୋଗିତା ଓ ସୁରକ୍ଷା ବୃଦ୍ଧି କରିବ । ଏଚ୍‌ପିର ନୂତନ ଶୃଙ୍ଖଳାର ନେକ୍ସଟ-ଜେନ ଏଆଇ-ପାୱାର୍‌ଡ ଏଲିଟବୁକଗୁଡିକୁ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି । ଏହି ପିସିଗୁଡିକ ସହଜ ମଲ୍ଟିଟାସ୍କିଙ୍ଗ ପାଇଁ ଅଲ୍‌ଟ୍ରା-ଲାଇଟ ଡିଜାଇନ, ଦୀର୍ଘସ୍ଥାୟୀ ବ୍ୟାଟେରୀ ଓ ଶକ୍ତିଶାଳୀ କାର୍ଯ୍ୟଦକ୍ଷତା ପ୍ରଦାନ କରୁଛନ୍ତି ଏବଂ କଂଟେଂଟ କ୍ରିଏଶନ ଓ ଡାଟା ଆନାଲିସିସ ଭଳି ପର୍‌ଫର୍ମାନ୍ସ-ଇଂଟେନ୍ସିଭ ଟାସ୍କଗୁଡିକରେ ସର୍ବୋତମ ପ୍ରଦର୍ଶନ କରୁଛନ୍ତି ।

ଏଚ୍‌ପି ଏଆଇ କମ୍ପାନିଅନ ଓ ପଲି କ୍ୟାମେରା ପ୍ରୋ ଭଳି ଏଆଇ-ଏନ୍‌ହାନ୍ସଡ ଫିଚରଗୁଡିକ ସହିତ ଏଲିଟବୁକଗୁଡିକ ଉପଭୋକ୍ତା ଅନୁଭୂତିକୁ ପର୍ସନାଲାଇଜ ଓ ଅପ୍ଟିମାଇଜ କରୁଛନ୍ତି, ଯାହା ସହଭାଗିତାକୁ ଅଧିକ ଦକ୍ଷ କରୁଛି । ଏହାର ମାଇକ୍ରୋସଫ୍ଟ କୋପାଇଲଟ କୀ ଏକ ସରଳ ପ୍ରମ୍ପ୍‌ଟ ସହ ଏଆଇ ଆସିଷ୍ଟାଂଟ ପାଇଁ ସହଜ ଆକ୍‌ସେସ ପ୍ରଦାନ କରୁଛି । ଏହାବ୍ୟତୀତ ଏଚ୍‌ପି ୱଲ୍ଫ ସିକ୍ୟୁରିଟି ନୂଆ ସାଇବର ବିପଦଗୁଡିକ ବିରୋଧରେ ମଜବୁତ ସୁରକ୍ଷା ଦେବା ସହ ସମ୍ବେଦନଶୀଳ ଡାଟାଗୁଡିକୁ ସବୁବେଳେ ସୁରକ୍ଷିତ ରଖିଥାଏ ।

ଏସମ୍ପର୍କରେ ଏଚ୍‌ପି ଇଣ୍ଡିଆର ପର୍ସନାଲ ସିଷ୍ଟମ୍‌ସ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ବିନୀତ ଜିହାନି କହିଛନ୍ତି, “ ୨୦୨୫ ଏଆଇ ପିସିଗୁଡିକର ଗ୍ରହଣୀୟତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତକୁ ଚିହ୍ନିତ କରୁଛି, କାର୍ଯ୍ୟ ଓ ଉଦ୍ଭାବନ ପାଇଁ ଟେକ୍ନୋଲୋଜିର ସହଯୋଗକୁ ପୁନଃବ୍ୟାଖ୍ୟା କରୁଛି । ଏଚ୍‌ପିରେ ଆମେ ବିଶ୍ୱାସ କରୁଛୁ ଯେ, ଏଆଇ ପିସିଗୁଡିକ ଉତ୍ପାଦକତା ଓ ସହଭାଗିତା କ୍ଷେତ୍ରରେ ପରବର୍ତୀ ବଡ ପରିବର୍ତନକୁ ପରିଚାଳନା କରୁଛନ୍ତି । ଆମର ଏଲିଟବୁକ ଶୃଙ୍ଖଳାକୁ ଦକ୍ଷତା ଓ ସୁରକ୍ଷା ବୃଦ୍ଧି କରିବା ପାଇଁ ନିର୍ମାଣ କରାଯାଇଛି ଏବଂ ଏହା ଭବିଷ୍ୟତର କାର୍ଯ୍ୟଗୁଡିକ ପାଇଁ ପର୍ସନାଲାଇଜ୍‌ଡ ଅନୁଭୂତି ପ୍ରଦାନ କରୁଛି । ଅତ୍ୟାଧୁନିକ ଏଆଇ, ଅଗ୍ରଗାମୀ ସୁରକ୍ଷା ଫିଚର ଓ ସ୍ଥାୟୀ ଉଦ୍ଭାବନଗୁଡିକୁ ଏକୀକୃତ କରି ଏହି ଡିଭାଇସ୍‌ଗୁଡିକ ଶିଳ୍ପରେ ଏକ ନୂତନ ବେଂଚମାର୍କ ସ୍ଥାପନ କରିଛନ୍ତି – ଟେକ୍ନୋଲୋଜିକୁ ଆଜିର ବ୍ୟବସାୟଗୁଡିକର ଆବଶ୍ୟକତା ସହ ମେଳ ଖାଇବା ପାଇଁ ରୂପାନ୍ତର କରିଛନ୍ତି ।”

ଏଚ୍‌ପି ଏଲିଟବୁକ ଅଲ୍‌ଟ୍ରା ଜି୧ଆଇ ୧୪-ଇଂଚ ନୋଟ୍‌ବୁକ ନେକ୍ସଟ ଜେନ ଏଆଇ ପିସି

ଏଚ୍‌ପି ଏଲିଟ୍‌ବୁକ ଅଲ୍‌ଟ୍ରା ଜି୧ଆଇ ୧୪ ଇଂଚ ନୋଟବୁକ ନେକ୍ସଟ-ଜେନ ଏଆଇ ପିସି ଦ୍ରୁତ ନିଷ୍ପତି ଗ୍ରହଣ କ୍ଷମତା ଓ ଏଆଇ ଦ୍ୱାରା ଉନ୍ନତ ସହଯୋଗିତା ପ୍ରଦାନ କରିବା ପାଇଁ ଏକ ସ୍ଲିକ, ଅଲ୍‌ଟ୍ରାଥିନ, ଅଲ୍‌ଟ୍ରା-ଲାଇଟ୍ ଡିଜାଇନକୁ ଶକ୍ତିଶାଳୀ କାର୍ଯ୍ୟଦକ୍ଷତା ସହ ମିଶ୍ରଣ କରିଛି ।

  •  କେବଳ ୧.୯ କେଜି ଓଜନର ଏହି ପିସିରେ ଇଂଟେଲ କୋର ଅଲ୍‌ଟ୍ରା ୫ ଓ ୭ (ସିରିଜ ୨) ପ୍ରୋସେସର ସହିତ ୪୮ ଟପ୍‌ସ ପର୍ଯ୍ୟନ୍ତ ଏନ୍‌ପିୟୁର କାର୍ଯ୍ୟଦକ୍ଷତା , ଦ୍ରୁତ ମଲ୍ଟିଟାସ୍କିଙ୍ଗ ଓ କଂଟେଂଟ ନିର୍ମାଣ ପାଇଁ ଉନ୍ନତମାନର ଉତ୍ପାଦକତା ରହିଛି ।
  •  ଏହା ଏକ ୯ଏମ୍‌ପି କ୍ୟାମେରା, ଡୁଆଲ ମାଇକ୍ରୋଫୋନ ଓ ଉନ୍ନତ କନ୍‌ଫରେନ୍ସିଂ ପାଇଁ ଏଆଇ-ଚାଳିତ ପଲି କ୍ୟାମେରା ପ୍ରୋ ଥିବା ବିଶ୍ୱର ପ୍ରଥମ ଏଆଇ ବିଜ୍‌ନେସ୍ ନୋଟବୁକ ସହିତ ଏକ ପେସାଦାର ଭିଡିଓ ନିର୍ମାଣ ଅନୁଭୂତି ଦେଉଛି । ଏହାର ସାର୍ପ ୧୨୦ ଏଚ୍‌ଜେଡ ୩କେ ଓଏଲ୍‌ଇଡି ଡିସ୍‌ପ୍ଲେ ଓ ବିଶ୍ୱର ସବୁଠାରୁ ବଡ ହାପ୍ଟିକ ଟ୍ରାକପ୍ୟଡ ଭର୍ଚୁଆଲ ଯୋଗାଯୋଗକୁ ଉନ୍ନତ କରିଥାଏ ।
  •  ସ୍ଥାୟିତ୍ୱକୁ ଧ୍ୟାନରେ ରଖି ନିର୍ମାଣ କରାଯାଇଥିବା ଏଲିଟବୁକ ଏକ୍ସଟରନାଲ କଭରଗୁଡିକରେ ୯୦% ରିସାଇକେଲ୍‌ଡ ମ୍ୟାଗ୍ନେସିୟମ, କୀକ୍ୟାପ୍‌ଗୁଡିକ ୫୦% ପୋଷ୍ଟ-କଞ୍ଜ୍ୟୁମର ରିସାଇକେଲ୍‌ଡ ପ୍ଲାଷ୍ଟିକ ଓ ୧୦୦% ନବୀକରଣଯୋଗ୍ୟ ପ୍ୟାକେଜିଂ ବ୍ୟବହାର କରିଛି ।

ଏଚ୍‌ପି ଏଲିଟବୁକ ଏକ୍ସ ଜି୧ଆଇ ୧୪-ଇଂଚ ନୋଟବୁକ ଓ ଏଚ୍‌ପି ଏଲିଟବୁକ ଏକ୍ସ ଫ୍ଲିପ ଜି୧ଆଇ ୧୪ ଇଂଚ ନୋଟବୁକ ନେକ୍ସଟ-ଜେନ ଏଆଇ ପିସି

ଏଚ୍‌ପି ଏଲିଟବୁକ ଏକ୍ସ ଜି୧ଆଇ ନେକ୍ସଟ ଜେନ ଏଆଇ ପିସି ଏଆଇ-ଚାଳିତ ତଥ୍ୟ, ଆଧୁନିକ ସହଭାଗିତା ଫିଚର ଓ ବର୍ଦ୍ଧିତ ବ୍ୟାଟେରୀ ଲାଇଫ୍ ସହ ବ୍ୟବସାୟଗଚଡିକୁ ସଶକ୍ତ କରୁଛି ।

  •  ୪୮ ଟପ୍‌ସ ପର୍ଯ୍ୟନ୍ତ ଏନ୍‌ପିୟୁ ପ୍ରଦର୍ଶନ ସହିତ ଇଂଟେଲ କୋର ଅଲ୍‌ଟ୍ରା ୫ ଓ ୭ ପ୍ରୋସେସରଗୁଡିକ ଦ୍ୱାରା ପରିଚାଳିତ ଏହି ପିସି ମିଟିଂଗୁଡିକୁ ଟ୍ରାନ୍‌ସ୍କ୍ରାଇବ କରିବା ଓ ଉପସ୍ଥାପନା ପ୍ରସ୍ତୁତ କରିବା ଭଳି କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରିଥାଏ ।
  •  ୧.୪ କେଜି ସହ ଆରମ୍ଭ ହେଉଥିବା ହାଲୁକା ଏଲିଟବୁକ ଏକ୍ସ ଫ୍ଲିପ ଯେକୌଣସି କାର୍ଯ୍ୟଶୈଳୀ ସହ ମେଳ ଖାଇବା ପାଇଁ ଖୁବ୍ ସହଜରେ ଲାପଟପ, ଟାବଲେଟ ଓ ଟେଂଟ ମୋଡଗୁଡିକ ମଧ୍ୟରେ ଟ୍ରାଞ୍ଜିସନ କରିଥାଏ ଏବଂ ସଠିକ ନୋଟ୍ ଲେଖିବା ପାଇଁ ଏଚ୍‌ପି ରିଚାର୍ଜେବୁଲ ଆକ୍ଟିଭ ପେନ ସହ ବାଧାହୀନ ଭାବେ ପେୟାର ହୋଇଥାଏ ।
  •  ଏଚ୍‌ପି ସ୍ୟୋର ସେନ୍ସ ଏଆଇ କାର୍ଯ୍ୟପ୍ରବାହ ଦକ୍ଷତାକୁ ଉନ୍ନତ କରିଥାଏ ଏବଂ ବ୍ୟାଟେରୀ ଲାଇଫ୍‌କୁ ଅପ୍ଟିମାଇଜ କରି ଉତ୍ପାଦକତା ବଢାଇଥାଏ । ପାୱାର କୀରେ ନିର୍ମାଣ କରାଯାଇଥିବା ଏକ ନୂଆ ଫିଙ୍ଗରପ୍ରିଂଟ ସେନ୍ସର କେବଳ ଏକ ସ୍ପର୍ଶ ସହିତ ଶୀଘ୍ର ଓ ସୁରକ୍ଷିତ ଲଗ୍‌ଇନକୁ ଅନୁମତି ଦେଇଥାଏ । ପଲି କ୍ୟାମେରା ପ୍ରୋ ବ୍ୟାକ୍‌ଗ୍ରାଉଣ୍ଡ ଆଡଜଷ୍ଟମେଂଟ ଓ ଅଟୋ-ଫ୍ରେମିଂ ସହ ସହଯୋଗିତା ବୃଦ୍ଧି କରୁଥିବା ବେଳେ ୪ଟି ପଲି ଷ୍ଟୁଡିଓ-ଟ୍ୟୁନ୍‌ଡ ସ୍ପିକର କ୍ରିଷ୍ଟାଲ-କ୍ଲିୟର ଅଡିଓ ନିଶ୍ଚିତ କରିଥାଏ ।
  •  ବିଲ୍ଟ-ଇନ ଏଚ୍‌ପି ଏଣ୍ଡପଏଂଟ ସିକ୍ୟୁରିଟି କଂଟ୍ରୋଲର (ଇଏସ୍‌ସି) , କ୍ୱାଂଟମ କମ୍ପ୍ୟୁଟିଂ ବିପଦଗୁଡିକ ବିରୋଧରେ ମଜବୁତ ସୁରକ୍ଷା ଦେଇଥାଏ । ୭୦%ରୁ ଅଧିକ ରିସାଇକେଲ୍‌ଡ ସାମଗ୍ରୀରେ ନିର୍ମିତ ଏଲିଟବୁକ ଏକ୍ସ ଜି୧ଆଇ ଶକ୍ତି ଉପଯୋଗକୁ ହ୍ରାସ କରି ସ୍ଥାୟିତ୍ୱକୁ ବୃଦ୍ଧି କରିଥାଏ ।
  • ଏଚ୍‌ପି ଏଲିଟବୁକ ଏକ୍ସ ଜି୧ଏ ୧୪-ଇଂଚ ନୋଟବୁକ ନେକ୍ସଟ ଜେନ ଏଆଇ ପିସି
    ଏଚ୍‌ପି ଏଲିଟବୁକ ଏକ୍ସ ଜି୧ମ ୧୪-ଇଂଚ ନେକ୍ସଟ ଜେନ ଏଆଇ ପିସିଗୁଡିକ ବିଜୁଳି ପରି ଦ୍ରୁତ ସ୍ଥାନୀୟ ଏଆଇ କାର୍ଯ୍ୟଦକ୍ଷତା ପ୍ରଦାନ କରୁଛନ୍ତି, ଯାହା ଏହାକୁ ଟେକ୍ ଭିଜିନାରୀଙ୍କ ପାଇଁ ଉପଯୁକ୍ତ ପସନ୍ଦରେ ପରିଣତ କରୁଛି ।
  •  ନେକ୍ସଟ-ଜେନ ଏଏମ୍‌ଡି ରାଇଜେନଟିଏମ୍ ୭ ପ୍ରୋ ଓ ୯ ପ୍ରୋ ପ୍ରୋସେସରଗୁଡିକ ଦ୍ୱାରା ପରିଚାଳିତ ଏହି ପିସି କଂଟେଂଟ ନିର୍ମାଣ ଓ ଡାଟା ବିଶ୍ଳେଷଣ ଭଳି ଚାହିଦାପୂର୍ଣ୍ଣ କାର୍ଯ୍ୟଗୁଡିକ ପାଇଁ ୫୫ ଟପ୍‌ସ ପର୍ଯ୍ୟନ୍ତ ଏନ୍‌ପିୟୁ କାର୍ଯ୍ୟଦକ୍ଷତା ପ୍ରଦାନ କରୁଛି । ୮୦୦୦ ଏମ୍‌ବିପିଏସ୍‌ରେ ପରିଚାଳନା କରୁଥିବା ୬୪ଜିବିର ଏଲ୍‌ପିଡିଡିଆର୍‌୫ଏକ୍ସ ରାମ ସହିତ ଏହା ହାଇସ୍ପିଡ ଏଆଇ ପ୍ରୋସେସିଂ ନିଶ୍ଚିତ କରିଥାଏ ।
  •  ଆଡାପ୍ଟିଭ ଡିମିଂ ଓ ପଲି ଷ୍ଟିଡୁଓ ଅଡିଓ ଟ୍ୟୁନିଂ ସହିତ ଏଆଇ-ଏନ୍‌ହାନ୍ସଡ ୱେବକ୍ୟାମ ସ୍ପଷ୍ଟ କନ୍‌ଫରେନ୍ସିଂ ପ୍ରଦାନ କରିଥାଏ । ବ୍ୟାକ୍‌ଗ୍ରାଉଣ୍ଡ ଆଡଜଷ୍ଟମେଂଟ ଓ ଅଟୋ ଫ୍ରେମିଂ ଭଳି ପଲି କ୍ୟାମେରା ପ୍ରୋ ଫିଚରଗୁଡିକ ଆପଣଙ୍କୁ ଓ ଆପଣଙ୍କର ବିଚାରଗୁଡିକୁ ସମ୍ମୁଖ ଓ କେନ୍ଦ୍ରରେ ରଖିଥାଏ ।
  •  ୪୦ଡବ୍ଲ୍ୟୁ ଥର୍ମାଲ ଡିଜାଇନ ପାୱାର (ଟିଡିପି) ସହ ପେୟାର ହୋଇଥିବା ଏଚ୍‌ପି ସ୍ମାର୍ଟ ସେନ୍ସ ଓ ଡୁଆଲ ଟର୍ବୋ ହାଇ-ଡେନ୍ସିଟି ଫ୍ୟାନଗୁଡିକ ଶୀତଳ ଓ ଶାନ୍ତ ପ୍ରଦର୍ଶନ ପାଇଁ ଦ୍ରୁତ ପ୍ରତିକ୍ରିୟାଶୀଳତାକୁ ପରିଚାଳନା କରିଥାଏ ।
  •  କେବଳ ୧.୪୯ କିଲୋଗ୍ରାମ ଓଜନର ଏହି ପିସିରେ କ୍ୱାଂଟମ କମ୍ପ୍ୟୁଟିଂ ବିପଦଗୁଡିକ ବିରୋଧରେ ସୁରକ୍ଷା ପ୍ରଦାନ କରିବା ପାଇଁ ଏକ ବିଲ୍ଟ-ଇନ ଏଚପି ଏଣ୍ଡପଏଂଟ ସିକ୍ୟୁରିଟି କଂଟ୍ରୋଲ, ଫାଷ୍ଟ ଚାର୍ଜିଂ (୩୦ ମିନିଟରେ ୫୦%) ଏବଂ ଉନ୍ନତ ସ୍ଥାୟିତ୍ୱ ଓ ଡିଭାଇସର ଦୀର୍ଘ ଜୀବନକାଳ ପାଇଁ ଅପ୍ସନାଲ ଏଚପି ଡିଭାଇସ ଲାଇଫ୍ ଏକ୍ସଟେନ୍‌ଶନ ସାମିଲ ରହିଛି ।

ମୂଲ୍ୟ ଓ ଉପଲବ୍ଧତା

  •  ଏଚ୍‌ପି ଏଲିଟବୁକ ଅଲ୍‌ଟ୍ରା ଜି୧ଆଇ ୧୪ ଇଂଚ୍ ଆଟ୍‌ମୋସ୍ପିୟର ବ୍ଲୁ କଲରରେ ଏଚପି ଅନଲାଇନ ଷ୍ଟୋରରେ ୨,୬୭,୨୨୩ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ ।
  • ଏଚ୍‌ପି ଏଲିଟବୁକ ଏକ୍ସ ଜି୧ଆଇ ୧୪ ଇଂଚ ଆଟ୍‌ମୋସ୍ପିୟର ବ୍ଲୁ ଓ ଗ୍ଲାସିୟର ସିଲଭର କଲରରେ ମୂଲ୍ୟ ୨,୨୩,୪୫୬ଟଙ୍କାରେ, ଏଚପି ଅନଲାଇନ ଷ୍ଟୋରରେ ଉପଲବ୍ଧ ହେବ ।
  •  ଏଚ୍‌ପି ଏଲିଟବୁକ ଏକ୍ସ ଫ୍ଲିପ ଜି୧ଆଇ ୧୪ ଇଂଚ ଆଟ୍‌ମୋସ୍ପିୟର ବ୍ଲୁ ଓ ଗ୍ଲାସିୟର ସିଲଭର କଲରରେ ମୂଲ୍ୟ ୨,୫୮,୯୮୯ଟଙ୍କାରେ ଏଚପି ଅନଲାଇନ ଷ୍ଟୋରରେ ଉପଲବ୍ଧ ହେବ ।
  •  ଏଚ୍‌ପି ଏଲିଟବୁକ ଏକ୍ସ ଜି୧ଏ ୧୪-ଇଂଚ ଗ୍ଲାସିଅର ସିଲଭର କଲରରେ ମୂଲ୍ୟ ୨, ୨୧,୭୨୩ଟଙ୍କାରେ ଏଚପି ଅନଲାଇନ ଷ୍ଟୋରରେ ଉପଲବ୍ଧ ହେବ ।

 


Share It

Comments are closed.