କିପରି କଟିବ ଆଜି ଆପଣଙ୍କ ଦିନ, ଜାଣନ୍ତୁ

Share It

ମେଷ ରାଶି:- ବ୍ୟକ୍ତିମାନେ ପରାମର୍ଶ ନେଇ କାର୍ଯ୍ୟ କରିଲେ ସଫଳତା ଲାଭ କରିବେ । ବହୁଧନ ଲାଭ କରି ଆନନ୍ଦିତ ରହିବେ । ପାରିବାରିକ ସ୍ଥିତି ମଜବୁତ ରହିବ । ପରୋପକାର କରି ଆନନ୍ଦିତ ରହିବେ । ଆଜି ଆପଣ ଶିବ ମନ୍ଦିରରେ ଜଳାଭିଷେକ କରନ୍ତୁ ।

ବୃଷ ରାଶି:- ବ୍ୟକ୍ତି ମନ ମୁତାବକ କାର୍ଯ୍ୟ କରି ଖୁସି ଅନୁଭବ କରିବେ । ଶତୃକ୍ଷୟ ହେବା ସହିତ ଘରୋଇ କାର୍ଯ୍ୟରେ ପ୍ରବୀଣ ରହିବେ । ବିଦ୍ୟାର୍ଥୀମାନେ ପାଠ ପଢାରେ ନୂତନ ମନୋଭାବ ନେଇ ପାଠ ପଢିବେ । ଆଜିଠାରୁ ପ୍ରତ୍ୟେକ ଦିନ ଗାଈକୁ ଖାଇବାକୁ ଦିଅନ୍ତୁ ।

ମିଥୁନ ରାଶି:- ଆପଣ ଆଜି ବିନିତ ସ୍ୱଭାବ ଯୁକ୍ତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ । ସମସ୍ତ ଯାତ୍ରା ଅନୁକୂଳ ରହିବା ସହିତ ବିବାହ ଉପଯୋଗୀଙ୍କ ବିବାହ ସ୍ଥିର ହୋଇଯିବ । ଆପଣ ଆଜି ବିଷ୍ଣୁ ସହସ୍ରନାମ ପାଠ କରିବା ସହିତ ଛୋଟ ପିଲାଙ୍କୁ ଚକଲେଟ୍ ଦିଅନ୍ତୁ ।

କର୍କଟ ରାଶି:- ପରିବାର ସହିତ ଶାନ୍ତି, ଶୃଙ୍ଖଳାରେ ସମୟ ଅତିବାହିତ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଖର୍ଚ୍ଚର ପରିମାଣ ଆୟ ଠାରୁ ଅଧିକ ହେବ । ଦାମ୍ପତ୍ୟ ଜୀବନରେ ପୂର୍ବରୁ ଥିବା ବିବାଦର ଅନ୍ତ ଘଟିବ । ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ । ପ୍ରତ୍ୟେକ ଦିନ କଳା କୁକୁରକୁ ରୋଟି ଖାଇବାକୁ ଦିଅନ୍ତୁ ।

ସିଂହ ରାଶି:- ଆଜି ଆପଣ ସମସ୍ତ ବାଧାବିଘ୍ନକୁ ଏଡାଇ ଆଗକୁ ବଢି ଚାଲିବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ରହିବେ । ସୁଖ ସମ୍ମାନ ଲାଭ କରିବେ । ମଘା ଓ ଉତ୍ତରଫାଲ୍‌ଗୁନୀ ନକ୍ଷତ୍ର ବ୍ୟକ୍ତିମାନେ ବ୍ୟବସାୟରେ ପ୍ରବଳ ଉନ୍ନତି କରିବେ । ପ୍ରତ୍ୟେକ ଦିନ ଆଦିତ୍ୟହୃଦୟ ସ୍ତୋତ୍ର ପାଠ କରନ୍ତୁ ।

କନ୍ୟା ରାଶି:- ଆଜି ଆପଣଙ୍କ ଚିନ୍ତାଧାରା ଉନ୍ନତି ସହିତ ସମସ୍ତଙ୍କ ପ୍ରିୟଭାଜନ ହେବେ । ନୂତନ ବନ୍ଧୁଙ୍କ ଦ୍ୱାରା କାର୍ଯ୍ୟ ହାସଲ ଆପଣ କରିପାରିବେ । ଅଟକିରହିଥିବା ଅର୍ଥପ୍ରାପ୍ତି କରିବେ । ମାଲିମକୋଦ୍ଦମା କ୍ଷେତ୍ରରେ ବିଜୟୀ ହେବେ । ପ୍ରତ୍ୟେକ ଦିନ ନାଲିଚନ୍ଦନ ମଥାରେ ଧାରଣ କରନ୍ତୁ ।

ତୁଳା ରାଶି:- ବିବାଦୀୟ ଘଟଣାରେ ବିଜୟୀ ଲାଭ କରିବେ । କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି କରିବେ । ନିଜର ଭଲ ଗୁଣ ଯୋଗୁ ଅନ୍ୟମାନଙ୍କ ଆଗରେ ପରିଚିତ ହେବେ । ବ୍ୟୟ ଭାର ସାମାନ୍ୟ ବଢିବ । ମାନସିକ ଶାନ୍ତି ଲାଭ କରିବେ । ପ୍ରତ୍ୟେକ ଦିନ ବେଲଗଛ ମୂଳେ ପାଣି ଦିଅନ୍ତୁ ଭଲ ଫଳ ପ୍ରାପ୍ତି କରିବେ ।ବିଛା ରାଶି:- ବ୍ୟକ୍ତିଙ୍କର କର୍ମତତ୍‌ପରତା ବୃଦ୍ଧି ପାଇବା ସହିତ ନୂତନ କର୍ମନିଯୁକ୍ତି ଯୋଗ ଦେଖାଯାଉଛି । ଉନ୍ନତି ପଥରେ ଆଗକୁ ବଢିଚାଲିବେ । ଅର୍ଥପ୍ରାପ୍ତିର ସୁଯୋଗ ଅଛି । ତ୍ୟାଗଶୀଳ ଓ ନୀତିଜ୍ଞ ରହିବେ । ଭାଗ୍ୟବାନ ରହିବେ । ଗଣେଶଙ୍କୁ ପ୍ରତ୍ୟେକ ଦିନ ନାଲି ମନ୍ଦାରଫୁଲ ଅର୍ପଣ କରନ୍ତୁ ।

ଧନୁ ରାଶି:- ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ । ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି । ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ ।

ମକର ରାଶି:- ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି । ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ । ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ ।


Share It

Comments are closed.