ଆଜି ଶନିବାର, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ


ମେଷ: ଘାତବାର ଓ ସନ୍ଧ୍ୟା ୬ଟା ୦୯ ମିନିଟ୍‌ ର୍ପ୍ୟନ୍ତ ଦ୍ୱିତୀୟ ଚନ୍ଦ୍ର ହେତୁ ଧନକୁ ନେଇ ବିବାଦ ଓ ବିପଦରେ ପଡ଼ିପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ଆର୍ଥିକ ଠକାମି ଓ ଶାରୀରିକ ପୀଡ଼ା ଭୋଗିପାରନ୍ତି ।  ବାଦବିବାଦ, ସ୍ୱାସ୍ଥ୍ୟ ଓ ଆର୍ଥିକ କାରବାର କଲାବେଳେ ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ।ହା ହେବ, ତା’ଠାରୁ ଅଧିକ ବଦ୍‌ଖର୍ଚ୍ଚ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିବ । ଯେଉଁମାନଙ୍କର କୃତ୍ତିକା ମେଷ ସେମାନେ ସତର୍କ ହେବେ ।

ଶୁଭରଙ୍ଗ-ଲାଲ୍‌ସଂଖ୍ୟା: ୧୧ଆରାଧନା: ପ୍ରଭୁ ସ୍କନ୍ଦ

ବୃଷ: ଶ୍ରୀଚନ୍ଦ୍ର ହେତୁ ଧନ, ମାନ, ସମ୍ମାନ ଓ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ଆମୋଦପ୍ରମୋଦ ଓ ମଉଜ, ମଜଲିସରେ ଅଧିକ ଆଗ୍ରହ ଏବଂ ପରିବାର ପ୍ରତି ଅଧିକ ଦୁର୍ବଳତା ପ୍ରକାଶ ପାଇବ । ମନ ପ୍ରଫୁଲ୍ଲ ରହିବ ଏବଂ ଚାଲିଚଳନ ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ । ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ରହିବ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସୁଫଳ ପାଇବେ ।

ଶୁଭରଙ୍ଗ: ନୀଳସଂଖ୍ୟା: ୨ଆରାଧନା: ମା’ ସମଲେଶ୍ୱରୀ

ମିଥୁନ: ଦ୍ୱାଦଶ ଚନ୍ଦ୍ର ଓ ସନ୍ଧ୍ୟା ୬ଟା ୦୯ ମିନିଟ୍‌ ପରେ ଶ୍ରୀଚନ୍ଦ୍ର ହେତୁ ଦିନଟି ଆପଣଙ୍କ ପାଇଁ ଉତ୍ତମ ଆୟ, ଉତ୍ତମ ସ୍ୱାସ୍ଥ୍ୟ, ମାନ, ସମ୍ମାନ ଓ ସମୃଦ୍ଧି ଆଣିବାରେ ସହାୟକ ହେବ । ଅପବ୍ୟୟ, ଅପବାଦ ଓ ଅପଯଶରୁ ମୁକ୍ତି ମିଳିବ ଏବଂ ଖର୍ଚ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଯେଉଁମାନଙ୍କର ଆର୍ଦ୍ରା ଓ ପୁନର୍ବସୁ ମିଥୁନ ସେମାନେ ଉପକୃତ ହେବେ ।

ଶୁଭରଙ୍ଗ: ସବୁଜସଂଖ୍ୟା: ୪ଆରାଧନା: ଭଗବାନ ବିଷ୍ଣୁ

କର୍କଟ: ସନ୍ଧ୍ୟା ୬ଟା ୦୯ ମିନିଟ୍‌ ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ଓ ପରେ ଦ୍ୱାଦଶ ଚନ୍ଦ୍ର ହେତୁ ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ ଏବଂ ସଞ୍ଚୟ ଅଧିକ ରହିବ । ଆୟ ପ୍ରତି ମନରେ ଅଧିକ ଆଗ୍ରହ ଓ ଦୁର୍ବଳତା ଦେଖାଦେବ ଏବଂ ଆୟ ଅଧିକ କରିବା ପାଇଁ ଓ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ନୂତନ କଳାକୌଶଳ ଆପଣାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳାସଂଖ୍ୟା: ୫ଆରାଧନ: ଭଗବାନ ଶିବ

ସିଂହ: ରବିବାର, ଦଶମ ଓ ଏକାଦଶ ଚନ୍ଦ୍ର ଓ ମଙ୍ଗଳଙ୍କ ନକ୍ଷତ୍ର ହେତୁ ଧନ, ସମ୍ପଦ, ପ୍ରାର୍ଚ୍ୟୁ, ପ୍ରତିପତ୍ତି ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ଉନ୍ନତିମୂଳକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିୋଗ କରିବେ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ ସେମାନେ ଉପକୃତ ହେବେ ।

ଶୁଭରଙ୍ଗ: ଗୋଲାପୀସଂଖ୍ୟା: ୬ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ

କନ୍ୟା: ସନ୍ଧ୍ୟା ୬ଟା ୦୯ ମିନିଟ୍‌ ର୍ପ୍ୟନ୍ତ କୃଷ୍ଣପକ୍ଷର ନବମ ଚନ୍ଦ୍ର ଓ ପରେ ଘାତଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଏବଂ େକୌଣସି କର୍ମ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରିବେ । ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା ଏବଂ ଅପମାନ, ଅପଶ ଓ ଅପନିନ୍ଦା ମିଳିବ । ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିବ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା ସେମାନେ ସତର୍କ ହେବେ ।

ଶୁଭରଙ୍ଗ: ମେରୁନ୍‌ସଂଖ୍ୟା: ୮ଆରାଧନା: ମା’ ଷୋଡ଼ଶୀ

ତୁଳା: ସନ୍ଧ୍ୟା ୬ଟା ୦୯ ମିନିଟ୍‌ ର୍ପ୍ୟନ୍ତ ଅଷ୍ଟମ ଚନ୍ଦ୍ର ଓ ପରେ ନବମ ଚନ୍ଦ୍ର ହେତୁ ବିଶେଷ ସତର୍କତା ଜରୁରୀ । ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ, ମାନ, ସମ୍ମାନ ହାନି ଏବଂ ନିଜର ପୁରାତନ ବନ୍ଧୁ କିମ୍ବା ପ୍ରିୟବନ୍ଧୁଙ୍କ ସହ ମତାନ୍ତର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ  ସ୍ୱଳ୍ପ ହେବ ଏବଂ ଅଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ବଢ଼ି·ଲିବ । ଯେଉଁମାନଙ୍କର ଚିତ୍ରା ତୁଳା ସେମାନେ ସତର୍କ ରହିବେ ।

ଶୁଭରଙ୍ଗ: ନୀଳସଂଖ୍ୟା: ୧୨ଆରାଧନା: ମା’ ଗାୟତ୍ରୀ

ବିଛା: ସନ୍ଧ୍ୟା ୬ଟା ୦୯ ମିନିଟ୍‌ ପର୍ଯ୍ୟନ୍ତ ଘାତଚନ୍ଦ୍ର  ଓ ପରେ ଅଷ୍ଟମ ଚନ୍ଦ୍ର ଏବଂ ଘାତତିଥି ହେତୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଅପରିଚିତ ମହିଳାଙ୍କ ସହ କଥାବାର୍ତ୍ତା ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ·ଲିଚଳନ, ବ୍ୟବହାର ବିବାଦୀୟ ହେବ ଏବଂ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । ପରିବାରରେ ଅଶାନ୍ତି, ଦାମ୍ପତ୍ୟ ଜୀବନରେ ଝଡ଼ ଏବଂ ଅପରିଚିତ ମହିଳାଙ୍କଠାରୁ ଅପମାନ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ସ୍ତ୍ରୀହେତୁକ ଧନକ୍ଷତି ଅଧିକ ରହିବ । ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସତର୍କ ହେବେ ।

ଶୁଭରଙ୍ଗ: ହଳଦିଆସଂଖ୍ୟା: ୩ଆରାଧନା: ପ୍ରଭୁ ହନୁମାନ

ଧନୁ: ସପ୍ତମ ଚନ୍ଦ୍ର ଭୋଗ ହେଉଥିବା ଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତି । ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ । ସ୍ତ୍ରୀ ସୌଖ୍ୟ, ସ୍ତ୍ରୀହେତୁକ ଧନପ୍ରାପ୍ତି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ । ଦେହ, ମନ ସୁସ୍ଥ ରହିବ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ବାଣିଜ୍ୟରେ ଉତ୍ତମ ଆୟ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ଉପକୃତ ହେବେ ।

ଶୁଭରଙ୍ଗ: ଧଳାସଂଖ୍ୟା:୧ଆରାଧନା: ମା’ ଧୂମାବତୀ

ମକର: କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ହେତୁ ବିଦ୍ୟାରେ ଅସଫଳ, ସନ୍ତାନହେତୁକ ଦୁଶ୍ଚିନ୍ତା ଏବଂ ତାଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ପୈତୃକ ସମ୍ପତ୍ତିକୁ ନେଇ ବିବାଦ କିମ୍ବା ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ମାନ, ସମ୍ମାନ ହାନି ଏବଂ ଇତର ଜନଠାରୁ ଅପମାନ ପାଇବେ । ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ ।

ଶୁଭରଙ୍ଗ: ବାଇଗଣୀସଂଖ୍ୟା: ୩ଆରାଧନା : ମା’ କାଳୀ

କୁମ୍ଭ: ଆର୍ଥିକ ଅବସ୍ଥାରେ ଉନ୍ନତି, ମନରେ ଉନ୍ନତ ଚିନ୍ତାଧାରା ଓ ଉଚ୍ଚାଭିଳାଷ ପ୍ରକାଶ ପାଇବ । ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ବିଶେଷ କରି ପରିବହନ ବ୍ୟବସାୟରେ ଆଜି ଅଧିକ ଲାଭବାନ ହେବେ ଓ ନୂତନ ପରିବହନ ବ୍ୟବସାୟର ଚିନ୍ତା କରିବେ । ଯେଉଁମାନଙ୍କର ଶତଭିଷା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ଉପକୃତ ହେବେ ।

ଶୁଭରଙ୍ଗ: କଳାସଂଖ୍ୟା : ୩ଆରାଧନା: ମା’ କାଳୀ

ମୀନ: ତୃତୀୟ ଓ ଚତୁର୍ଥ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ଧନଧାନ୍ୟ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଭାଇ, ଭଉଣୀଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ଭାବ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ଉପକୃତ ହେବେ ।

ଶୁଭରଙ୍ଗ: ଲାଲସଂଖ୍ୟା : ୨ଆରାଧନା : ମା’ ତାରା


Share It

Comments are closed.