କିପରି କଟିବ ଆଜି ଆପଣଙ୍କ ଦିନ, ଜାଣନ୍ତୁ
ମେଷ- ଦେହ ସୁସ୍ଥ ରହିବ । ମନୋବଳ ବୃଦ୍ଧି ପାଇବ । ଅବସର ସମୟର ସଦ୍ଉପଯୋଗ କରିବେ । ଦୂରଯାତ୍ରା କରିବେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ବ୍ୟବସାୟ ଆଶାନୁରୂପକ ହେବ ।
ବୃଷ- ଶାରୀରିକ ସୁସ୍ଥତା ଲାଭ କରିବେ । ସମସ୍ତ ବକେୟା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ । ହଠାତ୍ ଧନ ଆଗମନର ସୂଚନା ମିଳୁଛି । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ । ପରିବାରରେ ହସ ଖୁସିର ଲହରୀ ରହିବ ।
ମିଥୁନ- ଦେହ ଓ ମନ ଭଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । କୌଣସି ନୂତନ ଦ୍ରବ୍ୟ କ୍ରୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ସୁଖ ସମୃଦ୍ଧି ବଜାୟ ରହିବ ।
କର୍କଟ- ସୁଖ ସମୃଦ୍ଧିର ଦିନ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଧନ ଆଗମନର ସୂଚନା ମିଳୁଛି । ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତ ହେବ । ବିବାହ ଭୋଜି ଆଦି କାର୍ଯ୍ୟକ୍ରମରେ ଯୋଗ ଦେବେ ।
ସିଂହ- ଦାନ ଧର୍ମ ପ୍ରତି ମନ ବଳିବ । ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ଲାଗି ରହିବ । ଆୟ ସଂକୁଚିତ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ଜନତାଙ୍କ ଆକ୍ରୋଶର ଶିକାର ହେବେ ।
କନ୍ୟା- ସାଂସାରିକ ଜୀବନ ସୁଖମୟ ହେବ । ଶରୀର ସୁସ୍ଥ ଓ ମନ ଭଲ ରହିବ । ଦାୟିତ୍ୱ ବୃଦ୍ଧି ପାଇବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ ।
ତୁଳା- ପରିଶ୍ରମ ଅନୁଯାୟୀ ଫଳ ମିଳିବ । ଅପରିଚିତ ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । କ୍ରୀଡାବିତ୍ଙ୍କ ପାଇଁ ଦିନଟି ଶୁଭଫଳ ଦେବ । ବ୍ୟବସାୟ ଭଲ ହେବ ।
ବିଛା- ମଉଜ ମଜଲିସରେ ଦିନ ଅତିବାହିତ କରିବେ । ଦୂରଯାତ୍ରା କରିପାରନ୍ତି । ଖର୍ଚ୍ଚ ବୃଦ୍ଧି ପାଇବ । ବିବାହ ଭୋଜି ଆଦିରେ ଯୋଗ ଦେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ଧନୁ- ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଶରୀର ଆରୋଗ୍ୟ ଓମନ ପ୍ରସନ୍ନ ରହିବ । ବନ୍ଧୁବାନ୍ଧବ ତଥା ଆତ୍ମୀୟ ସ୍ୱଜନଙ୍କ ମେଳରେ ଦିନ କାଟିବେ । ପାରିବାରିକ ଜୀବନ ମଧୁରମୟ ହେବ ।
ମକର – ଶାରୀରିକ କ୍ଲେଶ ଅନୁଭବ କରିବେ । ଚିଡିଚିଡା ସ୍ୱଭାବର ହେବେ । କୌଣସି ଦ୍ରବ୍ୟ ଚୋରି କିମ୍ବା ହଜି ଯାଇପାରେ । ସାଂସାରିକ ଜୀବନ ବାଧା ପ୍ରାପ୍ତ ହେବ । ପଡୋଶୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିବ ।
କୁମ୍ଭ- କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ପାଇବ । ବିରକ୍ତି ଭାବ ପ୍ରକାଶ ପାଇବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଆଶା କରୁଥିବା ଦିଗରୁ ଅର୍ଥ ପାଇବାରେ ବିଳମ୍ବ ହେବ । ଦୂରଯାତ୍ରା ବିଫଳ ହେବ
ମୀନ- ଦେହ ଓ ମନ ଭଲ ରହିବ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ବକେୟା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଆହୁରି ବିଳମ୍ବ ହେବ । ବିଦ୍ୟାର୍ଥୀମାନେ ଖେଳ ପ୍ରିୟ ହେବେ । ମହିଳାମାନେ ଗୃହ ନିପୁଣା ହେବେ । ବ୍ୟବସାୟରେ ସ୍ୱଳ୍ପ ଲାଭ ମିଳିବ ।
ବାସ୍ତୁ ବିଚାର-ଗୃହ ଓ ରଙ୍ଗ:- ବାସ୍ତୁ ଶାସ୍ତ୍ରରେ ଗୃହକର୍ତ୍ତାଙ୍କର ରାଶି ଅନୁଯାୟୀ ଗୃହର ରଙ୍ଗ ନିର୍ବାଚନ କଲେ ଗୃହର ସୌଭାଗ୍ୟ,ସମୃଦ୍ଧି ବୃଦ୍ଧି ପାଇଥାଏ ।
ରାଶି ରଙ୍ଗ
ମେଷ ଲାଲ, ଗୋଲାପି,ପ୍ରବାଳ,ରକ୍ତରଙ୍ଗ
ବୃଷ ଧଳା କିମ୍ବା ଦୁଗ୍ଧ ଧଳା
ମିଥୁନ ସବୁଜ
କର୍କଟ ଗୋଲାପି କିମ୍ବା ମୋତି ଧଳା
ସିଂହ ଚନ୍ଦନ ଧଳା, ଧଳା କିମ୍ବା ସୁନେଲି
କନ୍ୟା ହାଲୁକା ସବୁଜ
Comments are closed.