କରୋନା ମହାମାରୀ ସମୟରେ ଗଳା ସଂକ୍ରମଣ ଦୂର କରିବ ମହୁ, ଜାଣନ୍ତୁ ଏହାର ଉପକାରିତା
ମହୁ ଜଳର ଲାଭ : ଭାରତରେ କରୋନା ଭାଇରସରେ ଲୋକମାନେ ନିଜ ଜୀବନଶୈଳୀରେ ଅନେକ ପରିବର୍ତ୍ତନ କରିଛନ୍ତି । ସକାଳ-ସନ୍ଧ୍ୟା ନିତ୍ୟକର୍ମ ପୂରାପୂରି ଭାବେ ପରିବର୍ତ୍ତିତ ହୋଇଛି । କିଏ ସକାଳେ ଉଷୁମ ପାଣି ପିଉଛି ତ କିଏ ବାରମ୍ବାର ଷ୍ଟିମ୍ ବା ବାଷ୍ପ ନେଉଛନ୍ତି। ଯଦି ଆପଣଙ୍କର ଗଳା ସଂକ୍ରମଣ ହୋଇଛି, ତେବେ ମହୁ ପାଣି ପିଅନ୍ତୁ।
ମହୁ ପାଣି ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ
ମହୁ ପାରି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ବହୁତ ସାହାଯ୍ୟ କରେ । ଯଦି ଆପଣ ପ୍ରତିଦିନ ଉଷୁମ ପାଣି ପିଉଛନ୍ତି, ତେବେ ସେଥିରେ ମହୁ ମିଶାଇବା ଆରମ୍ଭ କରନ୍ତୁ । ଆପଣ ଏଥିରୁ ଦ୍ୱିଗୁଣା ଅଧିକା ଲାଭ ପାଇବେ ।
ଓଜନ ନିୟନ୍ତ୍ରଣରେ ରହିବ
ମହୁରେ ଅନେକ ଆଣ୍ଟି-ଅକ୍ସିଡାଣ୍ଟ ଥାଏ । ଭାଇରାଲ୍ ସଂକ୍ରମଣ ସହିତ ଲଢ଼ିବା ପାଇଁ ସାହାଯ୍ୟ କରିବ। ଉଷୁମ ପାଣିରେ ମହୁ ମିଶେଇ ପିଇବା ଦ୍ୱାରା ଓଜନ ହ୍ରାସ ଏବଂ ହଜମ ମଧ୍ୟ ଭଳ ଭାବେ ହୋଇଥାଏ। ଯଦିଓ ଗଳା ସଂକ୍ରମଣ ହେଉଛି ତଥାପି ମହୁ ପାଣି ବହୁତ ଲାଭଦାୟକ ହୋଇପାରେ ।
ଚେହେରା ଚମକିବ
ଉଷୁମ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା ଶରୀରର ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଆସେ। ଏହାଦ୍ୱାରା ତ୍ୱଚା ଉଜ୍ୱଳ ହୋଇଥାଏ ଏବଂ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ । କେବଳ ଏତିକି ନୁହେଁ, ଏହା କେଶ ମୂଳକୁ ମଧ୍ୟ ବହୁତ ଶକ୍ତିଶାଳୀ କରିଥାଏ ।
Comments are closed.