‘ଅମ୍ଫାନ’ ସ୍ଥିତିର ସମୀକ୍ଷା ପାଇଁ ପଶ୍ଚିମବଙ୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଓଡିଶା ମଧ୍ୟ ଆସିବେ

Share It

ପଶ୍ଚିମବଙ୍ଗ ଏବଂ ଓଡିଶାରେ ସାମୁଦ୍ରିକ ବାତ୍ୟା ଅମ୍ଫାନର ତାଣ୍ଡବ ଲୀଳା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାରଦିନ) ଦୁଇଟି ରାଜ୍ୟର ସ୍ଥିତି ସମୀକ୍ଷା କରିବା ପାଇଁ ଆଜି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ପହଞ୍ଚିସାରିଛନ୍ତି ସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଦୁଇଟି ରାଜ୍ୟର ପ୍ରଭାବିତ ଅଞ୍ଚଳମାନଙ୍କର ସ୍ଥିତି ସଂପର୍କରେ ଆକାଶମାର୍ଗରୁ ଅନୁଧ୍ୟାନ କରିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଗୁରୁବାର ଦିନ କହିଥିଲେ ଯେ, ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ।

ପ୍ରଧାନମନ୍ତ୍ରୀ ଦୀର୍ଘ ତିନି ମାସ ପରେ ଗସ୍ତ କରୁଛନ୍ତି । ଗତ ୨୯ ଫେବୃଆରୀରେ ପ୍ରଧାନମନ୍ତ୍ରୀ ଗସ୍ତ କରିଥିଲେ, ଯେତେବେଳେ ସେ ଉତ୍ତରପ୍ରଦେଶର ଚିତ୍ରକୁଟ ଏବଂ ପ୍ରୟୋଗରାଜ ଯାଇଥିଲେ । ଦୀର୍ଘ ୮୩ ଦିନ ପରେ ପ୍ରଧାନମନ୍ତ୍ରୀ ଓଡିଶା ଏବଂ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ସାମୁଦ୍ରିକ ବାତ୍ୟା ଅମ୍ଫାନ ଯୋଗୁଁ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିକୁ ନେଇ ସମସ୍ତ ସହୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୃତି ଦେଇଛନ୍ତି ।

ପ୍ରକାଶ ଥାଉକି, ଅମ୍ଫାନର ତାଣ୍ଡବଲୀଳା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଥିଲେ ଯେ, “ସାମୁଦ୍ରିକ ବାତ୍ୟା ଅମ୍ଫାନ କାରଣରୁ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିର ଦୃଶ୍ୟକୁ ମୁଁ ଦେଖିଲି । ଏହା ଆହ୍ୱାନପୂର୍ଣ୍ଣ ସମୟ ଅଟେ, ସାରା ଦେଶ ବର୍ତ୍ତମାନ ପଶ୍ଚିମବଙ୍ଗ ସହ ଠିଆ ହୋଇଛି । ରାଜ୍ୟର ଲୋକଙ୍କ କଲ୍ୟାଣ ପାଇଁ ଆମେ ପ୍ରାର୍ଥନା କରୁଛୁ । ସ୍ଥିତି ସାମାନ୍ୟ କରିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ । ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ବି ସୁଯୋଗକୁ ହାତ ଛଡା କରାଯିବ ନାହିଁ । ”
ପ୍ରଧାନମନ୍ତ୍ରୀ ଆହୁରୀ କହିଛନ୍ତି ଯେ, ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ମିଳିତ ଭାବେ କାର୍ଯ୍ୟ ମଧ୍ୟ କରୁଛନ୍ତି ।


Share It

Comments are closed.