ହିଣ୍ଡ୍‌ୱେୟାର୍ ଲୋଗୋ ଡ଼ିଜାଇନରେ ପରିବର୍ତନ ସହ ତମନ୍ନା ଭାଟିଆଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ନିଯୁକ୍ତ

Share It

ଭୁବନେଶ୍ୱର: କମ୍ପ୍‌ଲିଟ୍ ବାଥ୍‌ରୁମ୍ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଲିଡର୍ ହିଣ୍ଡ୍‌ୱେୟାର ପକ୍ଷରୁ ଆଜି ଗ୍ରାହକଙ୍କ ସହିତ ଏହାର ସଂଯୋଗ ଓ ସାନିଟାରୀୱେୟାର ଶିଳ୍ପରେ ନିଜର ସ୍ଥିତିକୁ ସୁଦୃଢ କରିବା ପାଇଁ ଏକ ନୂଆ ବ୍ରାଣ୍ଡ୍ ପରିଚୟର ଘୋଷଣା କରାଯାଇଛି । ଏହି ଯୋଜନାର ଅଂଶସ୍ୱରୁପ, କମ୍ପାନୀ ଏକ ନୂଆ ଲୋଗୋର ଶୁଭାରମ୍ଭ କରିଛି, ଏକ ନୂଆ ରେଞ୍ଜ୍‌ର କଲର୍‌ଡ ଫାଉସେଟ୍‌ସ ‘ହ୍ୟୁସ୍‌’ର ଲଂଚ୍ କରିଛି ଏବଂ ଦକ୍ଷିଣ ଭାରତୀୟ ବଜାର ଏବଂ ଦେଶବ୍ୟାପୀ ଉପଭୋକ୍ତାଙ୍କ ସହ ଏକ ମଜଭୁତ ସଂଯୋଗ ସ୍ଥାପନ କରିବା ପାଇଁ ବ୍ରାଣ୍ଡ୍ ଏଣ୍ଡୋର୍‌ସର୍ ଭାବେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ନିଯୁକ୍ତ କରିଛି ।
ନୂଆ ପ୍ରିମିୟମ ବ୍ରାଣ୍ଡ୍ ଲୋଗୋ ସହିତ, ହିଣ୍ଡ୍‌ୱେୟାର ଇଟାଲିଆନ୍ କଲେକ୍ସନ ‘ହ୍ୟୁସ୍ ବାଏ ହିଣ୍ଡ୍‌ୱେୟାର ଇଟାଲିଆନ୍ କଲେକ୍ସନ’ର ପ୍ରଡକ୍ଟ ଲଂଚ୍ ସମ୍ପର୍କରେ ଘୋଷଣା କରି ନିଜ ମୁକୁଟରେ ଆଉ ଏକ ସଫଳତାକୁ ସଂଲଗ୍ନ କରିଛି । ‘ହ୍ୟୁସ୍ ବାଏ ହିଣ୍ଡ୍‌ୱେୟାର ଇଟାଲିଆନ୍ କଲେକ୍ସନ’ ମେଟ୍ରୋ ଓ ମିନି-ମେଟ୍ରୋ ସହରଗୁଡିକରେ କଲର୍ ଓ ପ୍ରିଷ୍ଟିନ୍ ଫିନିଶ୍ ସହିତ ଡିଜାଇନ୍ ବାଥ୍‌ରୁମ୍ ଚାହୁଁଥିବା ଗ୍ରାହକଙ୍କ ସହ ସଂଯୋଗ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି । ଏହି ନୂଆ ବାଥ୍‌ରୁମ୍ ରେଞ୍ଜ୍‌ରେ ଏଜ୍‌, ଏଲିମେଂଟ୍ ଓ ଆଭିଓର୍ କୁହାଯାଉଥିବା ଫାଉସେଟ୍‌ସର ଏକ ସମ୍ପୂର୍ଣ୍ଣ ପୋର୍ଟଫୋଲିଓ ରହିଛି ଯାହାକି ଗୋଲ୍ଡ, ରୋଜ୍ ଗୋଲ୍ଡ ଓ କ୍ରୋମ୍ ବ୍ଲାକ୍ ଭଳି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି । ଏହି ପ୍ରଡକ୍ଟ ରେଞ୍ଜ୍‌ରେ ବେସିନ୍ ଓ ପ୍ରତ୍ୟେକ ବାଥ୍ ସ୍ପେଶ୍‌ର ୱାଟର୍ କ୍ଲୋଜେଟ୍ ସହ ମେଳ ଖାଇବା ପାଇଁ ଏକ ସାର୍ପ ଓ ଏଜି ଡିଜାଇନ୍ ରହିଛି । ପ୍ରତ୍ୟେକ କଲର୍ ପ୍ୟାଲେଟ୍ ସବୁଠାରୁ ପ୍ରଭାବୀ ଉପାୟରେ ସୌନ୍ଦର୍ଯ୍ୟତା ଓ ଚମତ୍କାରିତାକୁ ବର୍ଣ୍ଣନା କରିଥାଏ, ଯେକୌଣସି ବାଥ୍ ସ୍ପେଶ୍‌ର ଲୁକ୍‌କୁ ତତ୍କାଳ ବୃଦ୍ଧି କରିବାକୁ ସକ୍ଷମ ଅଟେ । ସ୍ୱତନ୍ତ୍ର ଭାବେ ଏହି କଲେକ୍ସନକୁ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଆକର୍ଷଣୀୟ କରିବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଏହାକୁ ବର୍ତମାନ ଉପଲବ୍ଧ ସବୁଠାରୁ ଡ୍ୟୁରେବୁଲ ଫିନିଶ୍ ସହ ନିର୍ମାଣ କରାଯାଇଛି ।
ଲୋକପ୍ରିୟ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ‘ହ୍ୟୁସ୍ ବାଏ ହିଣ୍ଡ୍‌ୱେୟାର ଇଟାଲିଆନ୍ କଲେକ୍ସନ’ର ଶୁଭାରମ୍ଭ ପାଇଁ ବ୍ରାଣ୍ଡ୍ ଏଣ୍ଡୋର୍ସର୍ ଭାବେ ନିୟୋଜିତ କରାଯାଇଛି । ଏହି ସହଭାଗିତାର ଅଂଶ ଭାବେ ତମନ୍ନା ବ୍ରାଣ୍ଡ୍ ଭାଲ୍ୟୁକୁ ସପୋର୍ଟ କରିବେ ଏବଂ ହିଣ୍ଡ୍‌ୱେୟାର ଇଟାଲିଆନ୍ କଲେକ୍ସନର ପ୍ରିମିୟମ ଅଫରିଙ୍ଗ୍ କ୍ଷେତ୍ରରେ କମ୍ପାନୀର ସ୍ଥିତିକୁ ମଜଭୁତ କରିବେ ।
ଏହି ପରିପ୍ରେକ୍ଷୀରେ ବ୍ରିଲୋକା, ବାଥ୍ ଆଣ୍ଡ୍ ଟାଇଲ୍‌ସର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁଧାଂଶୁ ପୋଖିରିୟାଲ୍ କହିଛନ୍ତିଯେ, ବଜାର ଭାବନା ଓ ଦର୍ଶକଙ୍କ ଆବେଦନକୁ ଦୃଷ୍ଟିରେ ରଖି ଆମେ ହିଣ୍ଡ୍‌ୱେୟାର ଓ ହିଣ୍ଡ୍‌ୱେୟାର ଇଟାଲିଆନ୍ କଲେକ୍ସନ ପାଇଁ ଏକ ନୂଆ ପରିଚୟର ଶୁଭାରମ୍ଭ କରିବା ଲାଗି ଏକ ସଚେତ ଆହ୍ୱାନ ଗ୍ରହଣ କରିଛୁ । ଏହାସହିତ, ଆମେ ଆଧୁନିକ ଆଉଟ୍‌ଲୁକ୍ ଓ ଆମର ସମୃଦ୍ଧ ବିରାସତକୁ ପ୍ରତିଫଳନ କରିଛୁ, ଏହି ରିବ୍ରାଣ୍ଡିଙ୍ଗ୍‌ର ଲକ୍ଷ୍ୟ ହେଉଛି ବର୍ତମାନ ସମୟରେ ଗ୍ରାହକଙ୍କ ସହିତ ସଂଯୋଗକୁ ବୃଦ୍ଧି କରିବା । ନୂଆ ବ୍ରାଣ୍ଡ ପରିଚୟ ସହ ଜଡିତ ହୋଇ, ଆମେ ବିଳାସପୂର୍ଣ୍ଣ ଫାସେଟ୍‌ସ, ହ୍ୟୁସ୍ ବାଏ ହିଣ୍ଡୱେୟାର ଇଟାଲିଆନ୍ କଲେକ୍ସନ’ର ଏକ ଜୀବନ୍ତ ଓ ଷ୍ଟାଇଲିଶ୍ ରେଞ୍ଜ୍‌କୁ ଲଂଚ୍ କରି ଖୁସି ଅନୁଭବ କରୁଛୁ । ଏହି ରଙ୍ଗୀନ୍ ଫାଉସେଟ୍‌ରେ ଏକ ଆକର୍ଷଣୀୟ, ଦୀର୍ଘସ୍ଥାୟୀ ଫିନିଶ୍ ରହିଛି ଯାହା ଆପଣଙ୍କ ବାଥ୍‌ରୁମ୍‌କୁ ଆଲୋକିତ କରିବା ସହ ଏହାକୁ ଏକ ଆଏସ୍ଥେଟିକ୍ ଲୁକ୍ ପ୍ରଦାନ କରିବ ।’
ଏହି ସହଭାଗିତା ଉପରେ ମତ ରଖି ତମନ୍ନା ଭାଟିଆ କହିଛନ୍ତି, “ ମୁଁ ଭାରତର ଅଗ୍ରଣୀ ବାଥ୍‌ୱେୟାର ସଲ୍ୟୁଶନ୍ସ ବ୍ରାଣ୍ଡ, ହିଣ୍ଡ୍‌ୱେୟାର ସହ ସହଭାଗିତା କରି ଅତ୍ୟଧିକ ଖୁସି ଅଛି । ମୁଁ ଏପରି ଜଣେ ବ୍ୟକ୍ତି ଯିଏକି ସୁନ୍ଦ ବାଥ୍‌ରୁମ୍ ସେଟିଙ୍ଗ୍ ସହ ପ୍ରଭାବିତ ହୋଇଥାଏ । ଏହି କାରଣରୁ ମୁଁ କମ୍ପାନୀର ଦୃଷ୍ଟିକୋଣ ସହିତ ଅନୁବାଦିତ ହୋଇଛି । ମୋର ପସନ୍ଦ ଭଳି, ସେମାନଙ୍କର କଲେକ୍ସନ ଆତ୍ମବିଶ୍ୱାସ ଓ ସମୃଦ୍ଧ ଡିଜାଇନ୍ ସହିତ ଅନୁପ୍ରାଣିତ ରହିଛି । ‘ହ୍ୟୁସ୍‌’ ବାଏ ହିଣ୍ଡୱେୟାର ଇଟାଲିଆନ୍ କଲେକ୍ସନ ଚମତ୍କାର ଭାବେ ସୁନ୍ଦର ଦେଖାଯାଉଛି ଏବଂ ଏହାର କଲର୍ ଟୋନ୍‌ଗୁଡିକ ନିଶ୍ଚିତ ରୂପେ ବାଥ୍‌ରୁମ୍ ସେଟିଙ୍ଗ୍‌ରେ ବିଳାସପୂର୍ଣ୍ଣତାର ଏକ ସ୍ପର୍ଶ ସାମିଲ କରିବ । ମୁଁ ବାସ୍ତବରେ ବ୍ରାଣ୍ଡ ସହ ଜଡିତ ହୋଇଛି ଏବଂ ଆଗକୁ ଏକ ଦୀର୍ଘ ପୂର୍ଣ୍ଣ ସହଭାଗିତାକୁ ଅପେକ୍ଷା କରିଛି ।”
ଏହି ଘୋଷଣା ଉପରେ ବ୍ରିଲୋକା ଲିମିଟେଡ୍‌ର ମାର୍କେଟିଙ୍ଗ୍ ବିଭାଗର ଉପାଧ୍ୟକ୍ଷ, ଚାରୁ ମଲ୍‌ହୋତ୍ରା ଭାଟିଆ କହିଛନ୍ତି, “ ଆମେ ଅଭିନେତ୍ରୀ ତାମନ୍ନା ଭାଟିଆଙ୍କୁ ଆମର ବ୍ରାଣ୍ଡ ଏଣ୍ଡୋର୍ସର ନିଯୁକ୍ତ କରି ଖୁସି ଅଛୁ; ମୁଁ ନିଶ୍ଚିତ ଯେ ଏହି ସହଭାଗିତା ଆମକୁ ଦକ୍ଷିଣ ଭାରତୀୟ ବଜାରରେ ଆମର ଉପଭୋକ୍ତାଙ୍କ ସହ ସଂଯୋଗକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ । ହିଣ୍ଡ୍‌ୱେୟାର ସବୁବେଳେ ଚିନ୍ତାଶୀଳ ବୈଶିଷ୍ଟ୍ୟ ଓ ସୁନ୍ଦର ଡିଜାଇନ୍‌ର ସମ୍ମିଶ୍ରଣକୁ ପାଳନ କରିଛି ଓ ଏକ୍ଷେତ୍ରରେ ବିଜୟ ହାସଲ କରିଛି ଏବଂ ତମନ୍ନା ନିଜର ‘ନଥିଙ୍ଗ୍ ବଟ୍ ଦ ବେଷ୍ଟ୍‌’ ଆଭିମୁଖ୍ୟ ସହିତ ବ୍ରାଣ୍ଡର ବିଳାସପୂର୍ଣ୍ଣତାକୁ ସଠିକ୍ ଭାବେ ଜୀବନ୍ତ କରୁଛନ୍ତି । ଆମେ ତାଙ୍କୁ ହିଣ୍ଡ୍‌ୱେୟାର ପରିବାରକୁ ସ୍ୱାଗତ କରୁଛୁ ।”

 


Share It

Comments are closed.