ସମ୍ବଲପୁରରେ ହିନ୍ଦୱେୟାର ଷ୍ଟୋରର ଶୁଭାରମ୍ଭ ସହିତ ଓଡ଼ିଶାରେ ଏହାର ଉପସ୍ଥିତିକୁ ମଜଭୁତ କରିଛି
ସମ୍ବଲପୁର: ଭାରତର ଅଗ୍ରଣୀ ବାଥୱୟାର ବ୍ରାଣ୍ଡ, ହିନ୍ଦୱେୟାର ଲିମିଟେଡ୍ ପକ୍ଷରୁ ସମ୍ବଲପୁରରେ ଏହାର ପ୍ରଥମ ବ୍ରାଣ୍ଡ ଷ୍ଟୋରର ଶୁଭାରମ୍ଭ କରାଯାଇଛି । ସମ୍ବଲପୁର ମୋଦିପଡ଼ାରେ ଅବସ୍ଥିତ ଶ୍ୟାମ ସାନିଟେସନ ନାମକ ଏହି ନୂତନ ଷ୍ଟୋର ସମ୍ବଲପୁରରେ ହିନ୍ଦୱେୟାରର ପ୍ରଥମ ଏବଂ ଓଡ଼ିଶାରେ ୧୮ତମ ବ୍ରାଣ୍ଡ ଷ୍ଟୋରରେ ପରିଣତ ହୋଇଛି। ଏହି ଷ୍ଟୋରରେ ହିନ୍ଦୱେୟାରର ସମ୍ପୂର୍ଣ୍ଣ ବାଥୱେୟାର ର ସମସ୍ତ ପୋର୍ଟଫୋଲିଓ ଯେପରିକି ସାନିଟାରୀ ୱେୟାର, ଫ୍ୟାସେଟ୍, ଶାୱାର୍ ଏବଂ ପ୍ରିମିୟମ୍ ହିନ୍ଦୱେୟାର ଇଟାଲୀୟ କଲେକ୍ସନ୍ ଉପଲବ୍ଧ।
ଏହି ଅବସରରେ ହିନ୍ଦୱେୟାର ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ନିରୁପମ ସହାୟ କହିଛନ୍ତି, “ସମ୍ବଲପୁରରେ ଆମର ପ୍ରଥମ ବ୍ରାଣ୍ଡ ଷ୍ଟୋରର ଶୁଭାରମ୍ଭ ସହିତ ଓଡ଼ିଶାରେ ଆମର ଉପସ୍ଥିତିକୁ ସୁଦୃଢ଼ କରି ଆମେ ଆନନ୍ଦିତ। ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଆମେ ଏଠାରେ ବିପୁଳ ସମ୍ଭାବନା ଦେଖୁଛୁ କାରଣ ରାଜ୍ୟରେ ସ୍ଥିର ଅର୍ଥନୈତିକ ଏବଂ ଆବାସିକ ଅଭିବୃଦ୍ଧି ଜାରି ରହିଛି। ଯେହେତୁ ଏହି ସହର ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଏବଂ ଆବାସିକ ହବଭାବେ ବିକଶିତ ହେଉଛି । ଆମେ ନିଶ୍ଚିତ ଯେ ଆମର ନୂତନ ଷ୍ଟୋର୍ ଗ୍ରାହକମାନଙ୍କୁ ଏକ ଅସାଧାରଣ ଅଭିଜ୍ଞତା ପ୍ରଦାନ କରିବ ।
ସାରା ଭାରତରେ ଏକ ଦୃଢ଼ ଉପସ୍ଥିତି ସହିତ, ହିନ୍ଦୱେୟାରର ୩୫,୦୦୦ରୁ ଅଧିକ ସକ୍ରିୟ ଖୁଚୁରା ଟଚପଏଂଟ, ୭୦୦ରୁ ଅଧିକ ଜିଲ୍ଲାରେ ୫୦୦ରୁ ଅଧିକ ବିତରକ ଏବଂ ରଣନୈତିକ ଦୃଷ୍ଟିରୁ ୫୭୫ରୁ ଅଧିକ ବ୍ରାଣ୍ଡ ଷ୍ଟୋର ରହିଛି। ଏହି ବିସ୍ତୃତ ଖୁଚୁରା ନେଟୱାର୍କ ଭାରତର ୭୦୦ରୁ ଅଧିକ ଜିଲ୍ଲାରେ ୧,୦୯୦ରୁ ଅଧିକ ଟେକ୍ନିସିଆନଙ୍କ ଏକ ଉତ୍ସର୍ଗୀକୃତ ବିକ୍ରୟ ପରବର୍ତି ସେବା ନେଟୱାର୍କ ଦ୍ୱାରା ସମର୍ôଥତ।
Comments are closed.