ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ସହ ହିନ୍ଦୁସ୍ତାନ କୋକା-କୋଲା ବେଭ୍‌‌ରେଜେସର ବୁଝାମଣା

Share It

ଭୁବନେଶ୍ୱର: ଓଡିଶାରେ ଏସଏଚଜିଗୁଡିକ ସହ ଜଡିତ ୨୭୦୦ରୁ ଅଧିକ ମହିଳା ଉଦ୍ୟୋଗୀଙ୍କୁ ତାଲିମ ପ୍ରଦାନ କରିବା ଓ ସହଭାଗିତା କରିବା ପାଇଁ ଭାରତର ଅନ୍ୟତମ ଅଗ୍ରଣୀ ଏଫଏମସିଜି କମ୍ପାନୀ, ହିନ୍ଦୁସ୍ତାନ କୋକା-କୋଲା ବେଭ୍‌‌ରେଜେସ (ଏଚସିସିବି) ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ସହ ଏକ ଲେଟର ଅଫ ଅଣ୍ଡରଷ୍ଟାଣ୍ଡିଙ୍ଗ (ଏଲଓୟୁ) ସ୍ୱାକ୍ଷର କରିଛି । ଭୁବନେଶ୍ୱରରେ ଏହି ଏଲ୍‌‌ଓୟୁ ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡାଙ୍କୁ, ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଆୟୁକ୍ତ ଓ ସଚିବ ଆଇଏଏସ ଶ୍ରୀମତି ଶାଲିନୀ ପଣ୍ଡିତ, ମିଶନ ଶକ୍ତି ବିଭାଗର ଷ୍ଟେଟ ମିଶନର ନିର୍ଦ୍ଦେଶକ ଓ ସିଇଓ, ଆଇଏଏସ ଡଃ ମୋନିକା ପ୍ରିୟଦର୍ଶିନୀ ଏବଂ ଏଚସିସିବିର କର୍ପୋରେଟ ସୋସିଆଲ ରେସ୍‌‌ପନ୍ସବିଲିଟି (ସିଏସଆର) ମୁଖ୍ୟ ଶ୍ୱେତା ପୁନିଥାଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଥିଲା ।

ଏହି ଏଲ୍‌‌ଓୟୁ ଅଧିନରେ ଏଚସିସିବି ଏହାର ଇମ୍‌‌ପ୍ଲିମେଂଟେଶନ ପାର୍ଟନର ୱାଇ୪ଡି ଫାଉଣ୍ଡେଶନ ମାଧ୍ୟମରେ ସୁଭଦ୍ରା ଶକ୍ତି କ୍ୟାଫେଗୁଡିକୁ ଅପ୍‌‌ଗ୍ରେଡ ଓ ବିସ୍ତାର କରିବ । ଏହା ଆର୍ôଥକ ଓ ଡିଜିଟାଲ ସାକ୍ଷରତା, ବିକ୍ରୟ, ମାର୍କେଟିଂ ଓ ରିଟେଲ ମ୍ୟାନେଜମେଂଟ କ୍ଷେତ୍ରରେ ଏସଏଚଜିଗୁଡିକ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଡିଜାଇନ ଓ କାର୍ଯ୍ୟକାରୀ କରିବ ।

ଏହି ଅବସରରେ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା କହିଛନ୍ତି, “ଦେଶର ଗୁରୁତ୍ୱ ସବୁବେଳେ ମହିଳାମାନଙ୍କ ସଶକ୍ତିକରଣ ଉପରେ ରହିଆସିଛି ଏବଂ ଆମର ସୁଭଦ୍ରା ଶକ୍ତି କ୍ୟାଫେଗୁଡିକ ମହିଳାଙ୍କ ସାମୂହିକ ଶକ୍ତି, ଉଦ୍ୟୋଗିକତା ଓ ସଶକ୍ତିକରଣର ଭାବନାକୁ ପ୍ରତିଫଳନ କରୁଛି, ଯାହା ଦେଶବ୍ୟାପୀ ସମୁଦାୟଗୁଡିକ ପାଇଁ ଏକ ପ୍ରେରଣା ଭାବେ କାର୍ଯ୍ୟ କରିଛି । ଆମେ ବିଶ୍ୱାସ କରୁଛୁ ଯେ, ହିନ୍ଦୁସ୍ତାନ କୋକା-କୋଲା ବେଭ୍‌‌ରେଜେସ ସହ ଏହି ସହଭାଗିତା କେବଳ ଏସଏଚଜିର ମହିଳାମାନଙ୍କୁ ସଶକ୍ତ କରିବ ନାହିଁ ବରଂ ସୁଭଦ୍ରା ଶକ୍ତି କ୍ୟାଫେର ପୂର୍ଣ୍ଣ କ୍ଷମତାକୁ ଉନ୍ମୋଚନ କରିବ ଯାହା ସେଗୁଡିକୁ ଜୀବିକା, ସମ୍ପ୍ରଦାୟ ଗର୍ବ ଓ ସାମାଜିକ ପ୍ରଭାବର କେନ୍ଦ୍ରରେ ପରିଣତ କରିବ ।

ଏହି ସହଭାଗିତା ସମ୍ପର୍କରେ ଏଚସିସିବିର ଉପାଧ୍ୟକ୍ଷ ଓ ପବ୍ଲିକ ଆଫାୟାର୍ସ ବିଭାଗର ମୁଖ୍ୟ ଏବଂ ଯୋଗାଯୋଗ ଓ ସ୍ଥାୟିତ୍ୱ ଅଧିକାରୀ ହିମାଂଶୁ ଶେଖର ପ୍ରିୟଦର୍ଶୀ କହିଛନ୍ତି, “ପ୍ରୋଜେକ୍ଟ ସାଇନ ମାଧ୍ୟମରେ ଆମର ଲକ୍ଷ୍ୟ କେନ୍ଦ୍ର ସରକାରଙ୍କ ଦୂରଦୃଷ୍ଟିସମ୍ପନ୍ନ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ସହ ସମନ୍ୱିତ ରହିଛି, ଆମେ ସୁଭଦ୍ରା ଶକ୍ତି କ୍ୟାଫେଗୁଡିକୁ ଆତ୍ମନିର୍ଭରଶୀଳ ସାମାଜିକ ଉଦ୍ୟୋଗରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ । ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ମହିଳାମାନଙ୍କୁ ବିକ୍ରୟ, ମାର୍କେଟିଂ, ରିଟେଲ ମ୍ୟାନେଜମେଂଟ, ଆର୍ôଥକ ଓ ଡିଜିଟାଲ ସାକ୍ଷରତା କ୍ଷେତ୍ରରେ ଜରୁରୀ ଦକ୍ଷତା ସହ ସଶକ୍ତ କରି ଆମେ ଉଦ୍ୟୋଗିକତା ଓ ଉଦ୍ଭାବନର ଏକ ସଂସ୍କୃତି ବିକଶିତ କରୁଛୁ । ଯାହା ଦୀର୍ଘାବଧି ସମୃଦ୍ଧି ପାଇଁ ସ୍ଥାୟୀ ମାର୍ଗ ସୃଷ୍ଟି କରିବା ସହ ଓଡିଶାର ସାମାଜିକ- ଆର୍ଥିକ ବିକାଶରେ ଯୋଗଦାନ ଦେବ ।” ପ୍ରୋଜେକ୍ଟ ସାଇନ ହେଉଛି ଏକ ସିଏସଆର ପଦକ୍ଷେପ ଯାହା ୫ଟି ମୂଳ ପ୍ରସଙ୍ଗ ଉପରେ ନିର୍ମିତ । ବର୍ତମାନ ପର୍ଯ୍ୟନ୍ତ ଏଚସିସିବିର ସିଏସଆର ପ୍ରୟାସଗୁଡିକ ଓଡିଶାରେ ୧୩୪,୦୦୦ରୁ ଅଧିକ ଲୋକଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିଛି ।


Share It

Comments are closed.