ବାଙ୍ଗଲାଦେଶରେ ପୁଣି ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ପୋଡି ମାରିଦେବାର ଉଦ୍ୟମ,୨ ସପ୍ତାହରେ ୪ ଆକ୍ରମଣ

Share It

ବାଙ୍ଗଲାଦେଶ :  ବାଙ୍ଗଲାଦେଶରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟକ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ମୁସଲମାନ ସଂପ୍ରଦାୟର ଏକ ଗୋଷ୍ଠୀ ତାଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ତାଙ୍କ ଦେହରେ ନିଆଁ ଲଗାଇଦେଇଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ ବାଙ୍ଗଲାଦେଶରେ ଏହା ସଂଖ୍ୟାଲଘୁଙ୍କ ପ୍ରତି ଚତୁର୍ଥ ଆକ୍ରମଣ । ଖୋକନ ଚନ୍ଦ୍ର ନାମକ ୪୦ ବର୍ଷୀୟ ବ୍ୟକ୍ତି ନିକଟସ୍ଥ ପୋଖରୀକୁ ଡେଇଁ ପଳାଇ ଜୀବନରକ୍ଷା କରିଥିଲେ, କିନ୍ତୁ ସେ ଗୁରୁତର ଭାବେ ପୋଡ଼ିଯାଇଥିଲେ।

ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ସେ କେଉରଭଙ୍ଗା ବଜାରରେ ତାଙ୍କ ଔଷଧ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ, ରାତି ୯ଟା ସମୟରେ ତିଲୋଇ ଅଞ୍ଚଳରେ କିଛି ଦୁର୍ବୃତ୍ତ ତାଙ୍କୁ ଘେରି ନିର୍ମମ ଆକ୍ରମଣ କରିଥିଲେ।

ମୁସଲମାନ ସଂପ୍ରଦାୟର ଦୁବୃର୍ତ୍ତ ତାଙ୍କ ଉପରେ ଏକ ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରିବା ସହ ପେଟ୍ରୋଲ ଢାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । କିନ୍ତୁ ଖୋଖନ ନିକଟସ୍ଥ ପୋଖରୀକୁ ଡେଇଁ ନିଜ ଆତ୍ମରକ୍ଷା କରିଥିବାବେଳେ ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ସରିୟତପୁର ସଦର ହସ୍ପିଟାଲକୁ ସ୍ଥାନନ୍ତିରତ କରିଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଗୁରୁତର ରହିଛି ବୋଲି ଡାକ୍ତର କହିଛନ୍ତି ।

 


Share It

Comments are closed.