ରାଜଧାନୀରେ ଐତିହ୍ୟ ଗଣଦୌଡ଼
ଭୁବନେଶ୍ୱର,୦୫/୦୪:ସମୃଦ୍ଧ ଶିଳ୍ପ-ସ୍ଥାପତ୍ୟ, କଳା-ଭାସ୍କର୍ଯ୍ୟ, ସାଂସ୍କୃତିକ ବିଭବ ଏବଂ ଐତିହ୍ୟ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା । ତେବେ ଆଜି ଓଡ଼ିଆ ପକ୍ଷ ପାଳନର ପଞ୍ଚମ ଦିବସ ଅବସରରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ ହୋଇଛି।ଓଡ଼ିଶାରେ ରହିଥିବା ଐତିହ୍ୟ ସ୍ଥଳୀଗୁଡ଼ିକର ବହୁଳ ପ୍ରଚାର ଓ ପ୍ରସାର କରିବା ଏବଂ ଯୁବପିଢ଼ିଙ୍କୁ ଏହାର ଗୌରବମୟ ଇତିହାସ ସମ୍ବନ୍ଧରେ ଅବଗତ କରାଇବା ପାଇଁ ଭୁବନେଶ୍ଵର ମୁକ୍ତେଶ୍ୱର ମନ୍ଦିର ଐତିହ୍ୟ ସ୍ଥଳୀ ନିକଟରୁ ଆରମ୍ଭ ହୋଇଥିଲା ଗଣଦୌଡ଼। ମୁକ୍ତେଶ୍ୱର ମନ୍ଦିର ରୁ ଆରମ୍ଭ ହୋଇ,ରାମେଶ୍ୱର ମନ୍ଦିର,ବିବେକାନନ୍ଦ ମାର୍ଗ ,ଉତ୍କଳ କନିକା ଗ୍ୟାଲେରିଆ ମଲ୍,ଲୁଇସ୍ ରୋଡ୍, ବିଜେବି କଲେଜ,ରବି ଟକିଜ୍ ଛକ ହୋଇ ରାଜାରାଣୀ ମନ୍ଦିରରେ ସରିଲା ଏହି ଗଣଦୌଡ଼।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏକାମ୍ର ବିଧାୟକ ବାବୁ ସିଂ,ଅଲମ୍ପିଆନ ଅନୁରାଧା ବିଶ୍ୱାଳ,ଅଭିନେତ୍ରୀ ଶିବାନୀ ସଙ୍ଗୀତା ।
ଐତିହ୍ୟ ଗଣଦୌଡ଼ ଅତୀତ ସ୍ମୃତି କୁ ବହନ କରୁନାହିଁ ବରଂ ବର୍ତ୍ତମାନର କଥାକୁ ଯୁବପିଢ଼ି ଙ୍କ ପାଖରେ ପହଞ୍ଚାଇବା ପାଇଁ ।ଏହା ଏକ ଶ୍ରେଷ୍ଟ ପ୍ରୟାସ।ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡିଶାର ଅସ୍ମିତା କଥା କହି ଯେଉଁ କଥା ଆରମ୍ଭ କରିଛନ୍ତି ସେ କଥାକୁ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଶୀ ସୂରଜ ଆଉ ପାଦେ ଆଗକୁ ନେଇଛନ୍ତି ।ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ଆମ କଳା ସଂସ୍କୃତି ଐତିହ୍ୟ କୁ ବିଶ୍ୱ ଦରବାରରେ ପହଞ୍ଚାଇବା କଥା କହିଥିଲେ ଏକାମ୍ର ବିଧାୟକ ବାବୁ ସିଂ।
Comments are closed.