ଇଂଟରନ୍ୟାସନାଲ ଟ୍ରିପ ସମୟରେ ଅତ୍ୟନ୍ତ ଜରୁରୀ ହୋଇଥାଏ ଟ୍ରାଭେଲ ଇନସ୍ୟୁରାନ୍ସ

Share It

ଭୁବନେଶ୍ୱର : ଯଦି ଆପଣ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଇଂଟରନ୍ୟାସନାଲ ଟ୍ରିପ ପାଇଁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବା ଇଂଟରନ୍ୟାସନାଲ ଟ୍ରାଭେଲ ଇନସ୍ୟୁରାନ୍ସକୁ ଆଦୌଁ ଭୁଲନ୍ତୁ ନାହିଁ । ଆପଣ ପାସପୋର୍ଟ ଏବଂ ଫ୍ଲାଇଟ ଟିକେଟକୁ ଜରୁରୀ କାଗଜପତ୍ର ଭାବେ ଗୁରୁତ୍ୱ ଦେଉଥିବା ସମୟରେ ଟ୍ରାଭେଲ ଇନସ୍ୟୁରାନ୍ସକୁ ପ୍ରାୟତଃ ଅଣଦେଖା କରିଥାନ୍ତି । ଯଦି ପ୍ୟାରିସରେ ଆପଣଙ୍କର ବ୍ୟାଗେଜ ହଜିଯାଏ, ଦୁବାଇରୁ ଆପଣଙ୍କ କନେକ୍ଟିଂ ଫ୍ଲାଇଟ ବିଳମ୍ବ ହୁଏ କିମ୍ବା ବାଲିରେ ଆପଣଙ୍କୁ ଜରୁରୀକାଳୀନ ଚିକିତ୍ସାର ଆବଶ୍ୟକତା ପଡ଼େ ତାହେଲେ କଣ କରିବେ ? ଏଥିପାଇଁ ଆପଣ ଫୋନପେ ମାଧ୍ୟମରେ ସହଜ, ସୁଗମ ଟ୍ରାଭେଲ ଇନସ୍ୟୁରାନ୍ସ ଚୟନ କରିପାରିବେ ।
ଇଂଟରନ୍ୟାସନାଲ ଟ୍ରାଭେଲ ଇନସ୍ୟୁରାନ୍ସର ପ୍ଲାନଗୁଡ଼ିକ ଭାରତ ବାହାରେ ଆପଣଙ୍କର ଯାତ୍ରାକୁ କଭର କରେ । ୟୁଜରମାନେ ଯାତ୍ରା ଅବଧି ସମୟରେ ଏହି ପ୍ଲାନଗୁଡ଼ିକର ଲାଭ ନେଇ ପାରିବେ ଯାହା ଦ୍ୱାରା ସେମାନେ ନିଜକୁ ଏବଂ ସେମାନଙ୍କ ପରିବାର / ବନ୍ଧୁମାନଙ୍କୁ ଅପ୍ରତ୍ୟାଶିତ ଚିକିତ୍ସା ଖର୍ଚ୍ଚ, ଟ୍ରିପ ବିଳମ୍ବ କିମ୍ବା ବାତିଲକରଣ, ବ୍ୟାଗେଜ ହଜିବା କିମ୍ବା ଚୋରି ହେବା ଆଦି ଅନ୍ୟ ଆର୍ôଥକ ବିପଦରୁ ରକ୍ଷା କରିପାରିବେ ।
ଫୋନପେ ଟ୍ରାଭେଲ ଇନସ୍ୟୁରାନ୍ସ କିଣିବାର ପ୍ରକ୍ରିୟାକୁ ସରଳ କରିଛି ଯାହା ଦ୍ୱାରା ଯାତ୍ରୀମାନେ ଆଉ ଏବେ ଏଜେଂଟ, କାଗଜପତ୍ର କାମ କିମ୍ବା ଲୁକ୍କାୟିତ ଚାର୍ଜ ଭଳି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଏହାର ସୁଲଭ ପ୍ରିମିୟମ ପ୍ଲାନ ଦିନକୁ ମାତ୍ର ୨୩ଟଙ୍କାରେ ଆରମ୍ଭ ହୁଏ, ଏହା ଦ୍ୱାରା ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ୟୁଜରମାନେ ଉଚ୍ଚସ୍ତରୀୟ କଭରେଜ ପାଆନ୍ତି । ୟୁଜରମାନେ ହସ୍ପିଟାଲରେ ଭର୍ତିି ହେବା, ଫ୍ଲାଇଟ ବିଳମ୍ବ, ବାତିଲକରଣ ଭଳି ଅନେକ କିଛି ଏହି ପ୍ଲାନରେ କଭର ହୋଇଥାଏ । ବ୍ୟାଗେଜ ଏବଂ ପାସପୋର୍ଟ ହଜିଯିବାରୁ ସୁରକ୍ଷା ଦେଇଥାଏ । ସେହିଭଳି ୟୁଜରମାନେ ସିଧା ଫୋନପେ ଆପରୁ କିଛି ମିନିଟ ମଧ୍ୟରେ ସେମାନଙ୍କର ଟ୍ରିପ ଇନସ୍ୟୁରାନ୍ସ ପଲିସି ପାଆନ୍ତି । ବୀମା ସଂସ୍ଥା ପକ୍ଷରୁ ୨୪ଘଂଟିଆ ଗ୍ଲୋବାଲ କ୍ଲେମ ସପୋର୍ଟ ରହିଥାଏ । ଯେକୌଣସି ବ୍ୟକ୍ତି ତାଙ୍କ ପ୍ରସ୍ଥାନର ଗୋଟିଏ ଦିନ ପୂର୍ବରୁ ମାଗଣାରେ ଫ୍ଲାଇଟ ବାତିଲ କରିପାରିବେ ।
ଟ୍ରାଭେଲ ଇନସ୍ୟୁରାନ୍ସ ବ୍ୟତୀତ, ଫୋନପେ ଯାତ୍ରୀମାନଙ୍କୁ ସର୍ବଦା କନେକ୍ଟେଡ ରଖିବା ପାଇଁ ମେଟ୍ରିକ୍ସ ସେଲ୍ୟୁଲାର ଇଂଟରନ୍ୟାସନାଲ ସର୍ଭିସେସ ଲିମିଟେଡ ସହିତ ପାଟର୍ନରସିପ କରିଛି । ଏହି ପାଟର୍ନରସିପ ସହ, ଫୋନପେ ପ୍ଲାଟଫର୍ମରେ କିଣାଯାଇଥିବା ପ୍ରତ୍ୟେକ ଇଂଟରନ୍ୟାସନାଲ ଟ୍ରାଭେଲ ଇନସ୍ୟୁରାନ୍ସ ପଲିସିରେ ୫୦୦ଏମବି ଇଂଟରନ୍ୟାସନାଲ ଡାଟା ସହ ଏକ ମାଗଣା ମେଟ୍ରିକ୍ସ ଇସିମ ପ୍ରଦାନ କରାଯାଉଛି – ଏହା ପୁଣି ବିନା କୌଣସି ଅତିରିକ୍ତ ମୂଲ୍ୟରେ!
ଯାତ୍ରୀମାନଙ୍କୁ ଆଉ ଲୋକାଲ ସିମ କାର୍ଡ ଖୋଜିବାକୁ ପଡ଼ିବ ନାହିଁ କିମ୍ବା ମହଙ୍ଗା ରୋମିଂ ଚାର୍ଜ ଦେବାକୁ ହେବ ନାହିଁ । ଫୋନପେରେ ଇଂଟରନ୍ୟାସନାଲ ଟ୍ରାଭେଲ ଇନସ୍ୟୁରାନ୍ସ କିଣିବା ପରେ, ଇସିମ ସେଟଅପ ଲିଙ୍କ ସିଧାସଳଖ ସେମାନଙ୍କ ଇନବକ୍ସରେ ଆସିଥାଏ, ବିଦେଶରେ ପହଂଚିବା ମାତ୍ରେ ଏହା ବ୍ୟବହାର କରିବା ପାଇଁ ପ୍ରସ୍ତୁତ ହୋଇ ରହିଥାଏ । ଏହା ଦ୍ୱାରା, ୟୁଜରମାନେ ଗୋଟିଏ ଥରରେ ବୀମାକୃତ ଏବଂ ଇସିମକୁ କନେକ୍ଟ କରିପାରିବେ ।
ଏଥିପାଇଁ ୟୁଜରଙ୍କ ସ୍ମାର୍ଟଫୋନ ଇସିମକୁ ସପୋର୍ଟ କରୁଥିବା ଜରୁରୀ । ପ୍ରତି ପଲିସି ପାଇଁ ଗୋଟିଏ ଇସିମ ଜାରି କରାଯାଏ ଏବଂ ୟୁଜରମାନେ ମେଟ୍ରିକ୍ସ ସେଲ୍ୟୁଲାର ଇଂଟରନ୍ୟାସନାଲ ସର୍ଭିସେସ ଲିମିଟେଡ ୱେବସାଇଟ ମାଧ୍ୟମରେ ଅତିରିକ୍ତ ଡାଟା ଟପ ଅପ କରିପାରିବେ ।
ଏହାକୁ କିଣିବାର ୫ଟି ସରଳ ପଦକ୍ଷେପ ରହିଛି । ପ୍ରଥମେ ଫୋନପେ ଆପ ଖୋଲନ୍ତୁ ଏବଂ ଇନସ୍ୟୁରାନ୍ସ ବିଭାଗକୁ ଯାଆନ୍ତୁ । ଟ୍ରାଭେଲ ଇନସ୍ୟୁରାନ୍ସ ରୁ ଇଂଟରନ୍ୟାସନାଲ ପ୍ଲାନକୁ ସିଲେକ୍ଟ କରନ୍ତୁ । ଆପଣଙ୍କର ଟ୍ରିପର ବିବରଣୀ ଏଂଟର କରନ୍ତୁ – ଡେଷ୍ଟିନେସନ, ତାରିଖ, ଯାତ୍ରୀଙ୍କ ସଂଖ୍ୟା । ଆପରେ ଥିବା ଶ୍ରେଷ୍ଠ ବୀମାକାରୀଙ୍କ ପଲିସି ତୁଳନା କରନ୍ତୁ । ଆପଣଙ୍କର ପ୍ଲାନ ବାଛନ୍ତୁ, ସୁରକ୍ଷିତ ଭାବରେ ପେମେଂଟ କରନ୍ତୁ ଏବଂ ତୁରନ୍ତ ଆପଣଙ୍କର ପଲିସି ପାଆନ୍ତୁ । ପଲିସି କିଣିବା ପରେ ଆପଣଙ୍କର ପଞ୍ଜିକୃତ ଇମେଲରେ ଇସିମ ଲିଙ୍କ ସେୟାର କରାଯିବ ।
ତେଣୁ ପରବର୍ତୀ ସମୟରେ ଯେତେବେଳେ ଆପଣ ଏକ ଇଂଟରନ୍ୟାସନାଲ ଟ୍ରିପ ପ୍ଲାନ କରିବେ, ମନେରଖନ୍ତୁ – କେବଳ ଆପଣଙ୍କ ଫୋନପେ ଆପ ଆପଣଙ୍କର ସର୍ବୋତମ ଯାତ୍ରାର ସାଥୀ ହୋଇପାରେ ।


Share It

Comments are closed.