ଇ-ମେଲ୍‌କୁ ଆସୁଛି କି ଅନାବନା ମେସେଜ୍‌ ଓ ଲିଙ୍କ୍; କରିନିଅନ୍ତୁ ଏପରି ସେଟିଙ୍ଗ୍‌ ନଚେତ୍‌ ଲିକ୍‌ ହୋଇଯିବ ସବୁ ତଥ୍ୟ


ଆପଣ ହ୍ବାଟ୍ସଆପରେ ମେସେଜ୍‌ ପଢ଼ିଛନ୍ତି କି ନାଇଁ, ତାହା ଜାଣିବା ପାଇଁ ବ୍ଳୁ ଟିକ୍‌ କିମ୍ବା ଇନ୍‌ଫୋ ଅପସନ୍‌ ରହିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଠିକ ଏହିପରି ଏକ ଫିଚର ରହିଛି ଆପଣଙ୍କ ମେଲ୍‌ରେ, ଯାହାକି ସାମ୍ନାରେ ଦେଖାଯାଏ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଇ-ମେଲର ଏହି ଗୁପ୍ତ ଫିଚର ମାଧ୍ୟମରେ ଆପଣଙ୍କ ଉପରେ କଡ଼ା ନଜର ରଖାଯାଉଛି। ଆପଣଙ୍କ ଅଜାଣତରେ ଏମିତି କିଛି ମେଲ୍‌ ଆସୁଛି, ଯାହା ଆପଣଙ୍କ କାର୍ଯ୍ୟକଳାପକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏହାକୁ ଏକ ପ୍ରକାର ଟ୍ରାକିଙ୍ଗ ବୋଲି ମଧ୍ୟ ଆପଣ କହିପାରିବେ। ତେବେ କେମିତି ଆସୁଛି ଏହି ମେଲ୍‌ ଏବଂ ଏଥିରୁ ଆପଣ ସୁରକ୍ଷିତ ରହିବେ କିପରି?

ଆପଣଙ୍କ ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ଲାପ୍‌ଟପ୍‌ ପର୍ଯ୍ୟନ୍ତ ସବୁଠି ଆପଣଙ୍କ କାର୍ଯ୍ୟକଳାପ ଉପରେ ନଜର ରଖୁଛନ୍ତି ଅନେକ କମ୍ପାନୀ ଅନେକ ହ୍ୟାକର ମଧ୍ୟ। କାରଣ ସେମାନଙ୍କ ଲକ୍ଷ ହେଉଛି ଆପଣଙ୍କ କାର୍ଯ୍ୟକଳାପକୁ ଟ୍ରାକ୍‌ କରି ଆପଣ ମୋବାଇଲ ଓ ଲାପଟପ୍‌କୁ ସେମାନେ ପଠାଇଥାଆନ୍ତି ଆପଣଙ୍କ ହିସାବରେ ଆଡ୍‌, ଫଟୋ, ନାନା ଲିଙ୍କ୍‌ ଭଳି ଅନେକ କିଛି। ଏହାକୁ ବୈଷୟିକ ଭାଷାରେ କୁହାଯାଏ, ଇ-ମେଲ୍‌ ଟ୍ରାକିଙ୍ଗ୍‌ ପିକ୍ସେଲ। ଏହାଦ୍ବାରା ଆପଣଙ୍କ ମୋବାଇଲ, ଲାପଟପ୍‌ କିମ୍ବା କମ୍ପ୍ୟୁଟରରେ ଥିବା ସମସ୍ତ ତଥ୍ୟ ଉପରେ ନଜର ରଖିଥାଆନ୍ତି ଏମାନେ। ଆପଣଙ୍କ ଗତିବିଧିରୁ ଏହି ମାର୍କଟିଙ୍ଗ କମ୍ପାନୀ ଗୁଡ଼ିକ ଦେଖନ୍ତି, ଆପଣ କେଉଁଭଳି ମେଲ୍‌ ଚେକ୍‌ କରୁଛନ୍ତି। ଫଳସ୍ବରୁପ ଆପଣଙ୍କ ମୋବାଇଲ ଲାପଟପର ତମାମ ବିବରଣୀ ପହଞ୍ଚିଯାଏ ମାର୍କେଟିଙ୍ଗ କମ୍ପାନୀ ଓ ହ୍ୟାକର ମାନଙ୍କ ପାଖରେ।

ହିଡେନ୍‌ ଟ୍ରାକରଙ୍କ ଠାରୁ ଆପଣଙ୍କ ତଥ୍ୟକୁ କେମିତି ରଖିବେ ସୁରକ୍ଷିତ?

ଦୁଃଖର ବିଷୟ ଏଇଆ ଯେ, ବର୍ତ୍ତମାନ ଜି-ମେଲ୍‌ ଓ ଆଉଟଲୁକ୍‌ ଭଳି ଇ-ମେଲ୍‌ ସାଇଟ ଗୁଡ଼ିକ ପାଇଁ ବର୍ତ୍ତମାନ ଏନେଇ କୌଣସି ସୁବିଧା ନାହିଁ। କିନ୍ତୁ ଆପଣ ଏଥିପାଇଁ ଅଗ୍‌ଲି ଇ-ମେଲ୍‌ ଓ ଟ୍ରକର୍‌ ଭଳି ସବ୍‌ସାଇଟର ବ୍ୟବହାର କରିପାରିବେ। କେବଳ ଏତିକି ନୁହେଁ, ଆପଣଙ୍କ ମେଲ୍‌ରେ ଆସୁଥିବା ଫଟୋ ଗୁଡ଼ିକୁ ଯଦି ଅଟୋ ଡାଉନଲୋଡ୍‌ ହେଉଥାଏ, ତେବେ ତାକୁ ବନ୍ଦ କରନ୍ତୁ। ତେବେ ଅଟୋ ଡାଇନଲୋଡ୍‌ ବନ୍ଦ କରିବାକୁ ହେଲେ, ଆପଣ ଜି-ମେଲ୍‌ର ସେଟିଙ୍ଗ ଉପରେ କ୍ଳିକ କରନ୍ତୁ। ତା ପରେ ଇମେଜ୍‌ ଅପ୍‌ସନ୍‌କୁ ଯାଇ ask before displaying external images ଅପସନ୍‌କୁ ଏନେବଲ୍‌ କରିଦିଅନ୍ତୁ। ତେବେ ଯଦି ଆପଣ ଆଉଟଲୁକ ବ୍ୟବହାର କରୁଛନ୍ତି, ତେବେ ତାର ସେଟିଙ୍ଗରେ ଥିବା block external images କୁ ଅନ୍‌ କରନ୍ତୁ। ଫଳରେ ଆପଣଙ୍କ ମେଲ୍‌ରେ ଅଟୋମେଟିକ୍‌ ଡାଉନଲୋଡ ହେଉଥିବା ଫଟୋ ଗୁଡ଼ିକ ଅଟକିଯିବ। ଏବଂ ଆପଣଙ୍କ ସମସ୍ତ ତଥ୍ୟ ସୁରକ୍ଷିତ ରହିଛି।

 


Share It

Comments are closed.