ଖେଚୁଡି ଖାଇବାକୁ ଭଲ ପାଉଥିଲେ ଜାଣନ୍ତୁ କଣ ରହିଛି ଏହାର ହିତକାରୀ ଗୁଣ

Share It

ଚାଉଳ, ଡାଲି ଏବଂ ପରିବା ଦ୍ୱାରା ପ୍ରସ୍ତୁତ ହେଉଥିବା ଖେଚୁଡି ଖାଇବା ପାଇଁ ଯେପରି ସ୍ୱାଦିଷ୍ଟ ହୋଇଥାଏ ସେହିପରି ପ୍ରସ୍ତୁତ କରିବାରେ ମଧ୍ୟ ଖୁବ ସହଜ । ଆୟୁର୍ବେଦ ଡାଏଟରେ ଖେଡୁଚିର ଏକ ପ୍ରାଧ୍ୟାନ୍ୟତା ରହିଛି । ଖେଚୁଡି ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ, ଭିଟାମିନ ସିବ,ବି କମ୍ପ୍ଲେକ୍ସ ଏବଂ ପ୍ରୋଟିନରେ ଭରପୁର । ଖେଚୁଡିରେ ହଳଦି, ବିଭିନ୍ନ ମସଲା ଏବଂ ସବୁଜ ପନିପାରିବା ରହିଥାଏ ଯାହାକି ଏକ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱ ର ମିଶ୍ରଣ । ବର୍ତ୍ତମାନ ଖେଚୁଡିକୁ ବିଭିନ୍ନ ଫ୍ଲେଭରରେ ବିଭିନ୍ନ ସ୍ୱାଦରେ ପ୍ରସ୍ତୁତ କରାଯାଉଛି । ଆସନ୍ତୁ ଜାଣିବା କଣ ରହିଛି ଏହାର ଉପକାରିତା ସମ୍ପର୍କରେ –
୧. ପୋଷକ ତତ୍ତ୍ୱ ର ଏକ ମିଲ – ଖେଚୁଡି ସମସ୍ତ ପ୍ରକାରର ଭିଟାମିନ, ପ୍ରୋଟିନ, ଫାଇବର, ମାଗ୍ନେସିୟମ, କ୍ୟାଲସିୟମର ମାତ୍ରା ଭରପୁର ପରିମାଣରେ ରହିଛି । ଗୋଟିଏ ତାଟିଆ ଖେଚୁଡି ଶରୀରରେ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱକୁ ପୂରଣ କରିପାରିବ ।
୨. ହଜମ କ୍ରିୟାରେ ସହାୟକ – ଖେଚୁଡିରେ ଡାଲି ପନିପରିବା ମସଲାଜାତୀୟ ଉତ୍ପାଦ ରହୁଥିବାରୁ ଏହା ହଜମ କ୍ରିୟାରେ ସାହାଯ୍ୟ କରିଥାଏ । ଏହା ଫାଇବରର ଏକ ଉତ୍ତମ ସ୍ରୋତ ହୋଇଥିବାରୁ ଏହା ହଜମ କ୍ରିୟାକୁ ସକ୍ରିୟ କରାଇଥାଏ ।
୩. ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି – ଏହା ଆଣ୍ଟି-ଇନଫ୍ଲାମେଟାରୀ ହୋଇଥିବାରୁ ରୋଗ ପ୍ରତିରେଧକ ଶକ୍ତି ବୃଦ୍ଧି କରିଥାଏ । ଏଥିରେ ଥିବା ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ଶରୀରରେ ଆଣ୍ଟି-ବ୍ୟକ୍ଟୋରିଆଲ ପରି କାର୍ଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଯେକୌଣସି ରୋଗୀ ଶୀଘ୍ର ରିକୋଭରି ପାଇଁ ନିୟମିତ ଖେଚୁଡିର ସେବନ କରିପାରିବେ ।
୪. ରକ୍ତ ଶର୍କରାକୁ କମ କରିଥାଏ – ଖେଚୁଡିରେ ଭାତ ଏବଂ ଡାଲିର ମିଶ୍ରଣ ରହିଥିବାରୁ ଏହା ଶରୀରରେ ରକ୍ତ ଶର୍କରାର ମାତ୍ରାକୁ କମ କରିଥାଏ । ଭାତରେ ଥିବା କାର୍ବୋହାଇଡ୍ରେଟର ମାତ୍ରାକୁ କମ କରିଥାଏ ତେଣୁ ଡାଇବେଟିସ ରୋଗୀମାନେ ଏହାକୁ ନିଶ୍ଚିନ୍ତରେ ଖାଇପାରିବେ ।
୫. ଏହା ଓଜନ ହ୍ରାସରେ ସହାୟକ ହୋଇଥାଏ – ପ୍ରତିଦିନ ଖେଚୁଡିର ସେବନ ଦ୍ୱାରା ଶରୀରରେ ଏହା ଡିଟକ୍ସିଫିକେସନ କରିଥାଏ । ଏହା ଫାଇବର ଏବଂ ଆଣ୍ଟି-ଇନଫ୍ଲାମେଟାରୀ ହୋଇଥିବାରୁ ଏହା ଶରୀରରୁ ଫ୍ୟାଟକୁ କମ କରିଥାଏ ।
୬. ଶିଶୁମାନଙ୍କ ପାଇଁ ଖେଚୁଡି ଏକ ପ୍ରକାରର ଖୁବ ଉପକାରୀ ଏବଂ ସ୍ୱାଦିଷ୍ଟ ଖାଦ୍ୟ । ଏହା ଗ୍ଲୁଟେନ ଫ୍ରି ହୋଇଥିବାରୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ।


Share It

Comments are closed.