ବାବା ଲୋକନାଥଙ୍କ ପୀଠରେ ଭକ୍ତଙ୍କ ଭିଡ, ଭୋର ୫ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ
ପୁରୀ,୧୫/୦୨: ମହାଶିବରାତ୍ରି ପାଇଁ ପୁରୀର ବାବା ଲୋକନାଥଙ୍କ ପୀଠ ଚଳଚଞ୍ଚଳ । ରାତି ୧୨ଟା ୩୦ରୁ ଦ୍ବାର ଫିଟାଯାଇ ସ୍ବତନ୍ତ୍ର ନୀତିକାନ୍ତ କରାଯାଇଛି । ଭୋର ୫ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ରାତି ୩ଟାରେ ହରିହର ଭେଟ, ଭୋଗ ସମ୍ପନ୍ନ ପରେ ବଡ଼ସିଂହାର ବେଶ କରାଯାଇ ଭୋର ୪ ଟାରେ ମହାଦୀପ ଉଠିବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜଣେ ଆଡିସନାଲ ଏସପି, ୬ଜଣ ଡିଏସପି, ୬୫ଜଣ ଏସଆଇ ପ୍ରମୁଖ ନିୟୋଜିତ ଅଛନ୍ତି ।
Comments are closed.