ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା
ଭୁବନେଶ୍ୱର,୨୨/୦୩:ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ପଶ୍ଚିମା ଝଡ଼ ବା ଵାୟୁ ପ୍ରବାହରେ ଆହୁରି ୨୪ ଘଣ୍ଟା ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ୱର, ମୟୁରଭଞ୍ଜ ,କୋରାପୁଟ ଓ ମାଲକାନଗିରି ରେ ବିଜୁଳି ଘଡ ଘଡି ସହ ହାଲୁକାରୁ ମାଧ୍ୟମ ବର୍ଷା ସମ୍ଭାବନା ଦେଇଛି ବିଭାଗ ।ଏହାସହ ୩୦ ରୁ ୪୦ କିମି ଝଡ ପବନ ର ସମ୍ଭାବନା ସହ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ଠାରୁ ୨୫ ତାରିଖ ଯାଏ ରାଜ୍ୟର କିଛି କିଛି ଅଂଚଳରେ ବିଜୁଳି ଘଡଘଡି ସହ ହାଲ୍କା ବର୍ଷା ସମ୍ଭାବନା ଥିବା ବେଳେ ବର୍ଷା ପାଇଁ କୌଣସି ୱାର୍ଣ୍ଣିଙ୍ଗ ନାହିଁ । ପୁଣି ୨୬ ତାରିଖରୁ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ବେଳେ ୨୮ ଯାଏ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସେପଟେ ଗତ ୨୪ ଘଂଟାରେ ୧୩ ଟି ଷ୍ଟେସନ ରେ ବର୍ଷା ରେକର୍ଡ ହୋଇଥିବା ବେଳେ ମୟୁରଭଞ୍ଜ ର ବେତନଟୀ ରେ ସର୍ବାଧିକ ୩୦ ମିଲି ବର୍ଷା ରେକର୍ଡ ନାହିଁ ।ବର୍ତ୍ତମାନର ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ସହ ମେଘୁଆ ପାଗ ରହିଥିବା ବେଳେ ଖରା ଓ ଗରମର ପ୍ରଭାବ କମ ରହିଛି । ହେଲେ ଆଗାମୀ ୪ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ଗତ ୨୪ ଘଂଟାରେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡି ରେ ୩୫.୬ ଡିଗ୍ରୀ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।

Comments are closed.