୨୬ ରୁ ୨୯ ପ୍ରବଳ ବର୍ଷା ସମ୍ଭାବନା

Share It

ଭୁବନେଶ୍ୱର : ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ଥିବାବେଳେ ଆହୁରି ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ତେବେ 24 ଘଂଟାରେ ଲଘୁଚାପର ରୂପ ନେବ ଏହି ସକ୍ରିୟ ଘୁର୍ଣ୍ଣିବଳୟ ତେବେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ସୂଚନା ଦେଇଚି ବିଭାଗ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୁର୍ଣ୍ଣିବଳୟଟି ସକ୍ରିୟ ଥିବା ବେଳେ ଏହା ଅଧିକ ଘନୀଭୂତ ବା ଘୁର୍ଣ୍ଣିବଳୟ ପ୍ରଭାବରେ ୪୮ ଘଂଟାରେ ଲଘୁଚାପର ରୂପ ନେବ ବୋଲି ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ପ୍ରଭାବରେ ଆଗାମୀ ୫ ଦିନ ଯାଏ ବର୍ଷା ସହ ଦକ୍ଷିଣ ଓଡ଼ିଶାରେ ବିଶେଷକରି ପ୍ରବଳ ବର୍ଷା ସମ୍ଭାବନା ଦେଇଛି ବିଭାଗ। ସାରା ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ଯାଜପୁର , ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡା, କଟକ, ମୟୁରଭଞ୍ଜ, କେନ୍ଦୁଝର ରାୟଗଡା ଗଜପତି ଓ କୋରାପୁଟ ରେ ଏହି ୧୦ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ଆଜି ସାରା ରାଜ୍ୟରେ ବର୍ଷା ସହ ରାୟଗଡା ଓ ଗଜପତି ପ୍ରବଳରୁ ଅତି ପ୍ରବଳ ବର୍ଷା ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।


Share It

Comments are closed.