ପ୍ରଭାବ ଦେଖାଇଲାଣି ବାତ୍ୟା ‘ୟାସ’, ପାରାଦ୍ୱୀପରେ ସର୍ବାଧିକ ବର୍ଷା

Share It

ବାତ୍ୟା ୟାସ ସିଭିୟର ସାଇକ୍ଲୋନିକ ଷ୍ଟ୍ରମର ରୁପ ନେଇଛି । ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟ୍ରମର ରୂପ ନେବ । ବାତ୍ୟା ଆସନ୍ତା ୨୬ ତାରିଖରେ ପାରାଦ୍ୱୀପରୁ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି । ବର୍ତ୍ତମାନ ଏହା ପାରାଦ୍ୱୀପ ଠାରୁ ୩୨୦ କି.ମି ଦୂରରେ ରହିଛି । ଘଣ୍ଟାପ୍ରତି ୯ କି.ମି ବେଗରେ ବାତ୍ୟା ଗତି କରୁଛି । ବାଲେଶ୍ୱର ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରୁ ୪୩୦ କି.ମି ଦୂରରେ ବାତ୍ୟା ୟଶ ରହିଛି ।

ତେବେ ବାତ୍ୟା ପୂର୍ବରୁ ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ପାରାଦ୍ୱୀପରେ ସର୍ବାଧିକ ବର୍ଷା ହୋଇଛି । ପାରାଦ୍ୱୀପରେ ୧୫୧.୫ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୯୭ ଓ ପୁରୀରେ ୪୦ ମିମି ବର୍ଷା ହୋଇଛି ।

୮ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୩ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ , ଖୋର୍ଦ୍ଧା ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୩ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ଢେଙ୍କାନାଳ ଓ ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।


Share It

Comments are closed.