୨ ମାସରେ ୩୫୦ରୁ ଉର୍ଦ୍ଧ୍ୱ ହାତୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ !
ଆଫ୍ରିକାର ବୋସିୱାନାରେ ହାତୀ ମୃତ୍ୟୁ ମାମଲା ଥମିବାର ନାମ ନେଉ ନାହିଁ । ଗତ ୨ ମାସ ମାଧ୍ୟରେ ୩୫୦ରୁ ଉର୍ଦ୍ଧ୍ୱ ହାତୀ ପ୍ରାଣ ହରାଇ ସାରିଛନ୍ତି । ସବୁଠାରୁ ଦୁଃଖର କଥା ଏହା ଯେ, ଏହି ହାତୀମାନଙ୍କ ମୃତ୍ୟୁକୁ ନେଇ କୌଣସି କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଗୋଟିଏ ପଟେ ହାତୀଙ୍କ ମୃତ୍ୟୁକୁ ନେଇ ଧିରେ ଧିରେ ରହସ୍ୟ ଘନେଇବାରେ ଲାଗିଲାଣି । ସରକାର ଲ୍ୟାବ ଟେଷ୍ଟ ପାଇଁ ଘୋଷଣା କରିଥିବାବେଳେ ଅନ୍ୟପଟେ ଏହାର ଫଳାଫଳ ଆସିବାକୁ ବାକି ରହିଛି । ପ୍ରକାଶ ଥାଉକି, ଆଫ୍ରିକାରେ ମୋଟ ହାତୀଙ୍କ ମଧ୍ୟରେ ଏକ ତୃତୀୟାଂଶ ହାତୀ ବୋସୱାନାରେ ରହୁଛନ୍ତି । ସେପଟେ ରହସ୍ୟମୟ ଭାବେ ହାତୀ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ସମସ୍ତେ ନିଜର ଦୁଃଖ ଜାହିର କରୁଥିବାବେଳେ ଏହାର ପ୍ରକୃତ କାରଣ ଜାଣିବା ପାଇଁ ସମସ୍ତେ ଦାବୀ କରୁଛନ୍ତି ।
Around 500 elephants have died in Botswana in last few days. Described as a ‘conservation disaster’ in which elephants are dying mysteriously in clusters. Tragic. https://t.co/ZcGKM5zonK pic.twitter.com/GgQtw4mtBA
— Parveen Kaswan, IFS (@ParveenKaswan) July 2, 2020
ଏହି ଫଟୋ ଆଇଏଫଏସ ପ୍ରବୀଣ କାସୱାନ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ବୋସୱାନାରେ ଶହ ଶହ ହାତୀ ପ୍ରାଣ ହରାଇଛନ୍ତି । କିନ୍ତୁ ଏହାର ପ୍ରକୃତ କାରଣ କ’ଣ ରହିଛି ତାହା ଅସ୍ପଷ୍ଟ ରହିଛି । ପ୍ରକାଶ ଥାଉକି, ବୋସୱାନାର ଓକାମ୍ବୋଗୋ ଡେଲଟା ଅଞ୍ଚଳରେ ୩୫୦ରୁ ଉର୍ଦ୍ଧ୍ୱ ହାତୀ ପ୍ରାଣ ହରାଇଥିବାର ଚିହ୍ନଟ କରାଯାଇଛି ।
ବିବିସି ସହ ସାକ୍ଷାତକାର ସମୟରେ ବ୍ରିଟେନସ୍ଥିତ ନ୍ୟାସନାଲ ପାର୍କ ରେସକ୍ୟୁର ଡାକ୍ତର ନିଆଲ ମ୍ୟାକେନ କହିଛନ୍ତି ଯେ, “ବନଜୀବ ସଂରକ୍ଷଣ ସହ ଜଡିତ ଥିବା ଲୋକ ମେଇ ଆରମ୍ଭରୁ ସରକାରଙ୍କୁ ଏ ସଂପର୍କରେ ସୂଚୀତ କରାଇଥିଲେ । ସେ କହିଥିଲେ କି ଡେଲଟା ଉପରେ ୩ ଘଣ୍ଟାର ଉଡାଣ ଦ୍ୱାରା ସଂରକ୍ଷଣ କାର୍ଯ୍ୟକର୍ତ୍ତା ହାତୀଙ୍କର ୧୬୯ ଶବ ଚିହ୍ନଟ କରିଥିଲେ । ଏକ ମାସ ପରେ ଯେତେବେଳେ ଦ୍ୱିତୀୟ ଥର ପାଇଁ ଏହାର ଯାଞ୍ଚ କରାଯାଇଥିଲା ସେତେବେଳେ ଏହାର ସଂଖ୍ୟାରେ ବୃଦ୍ଧି ଘଟି ୩୫୦ରେ ଆସି ପହଞ୍ଚିଥିଲା । ”
Heartbreaking 💔
More than 350 elephants drop dead in mysterious mass 'die off' clustered around water holes in Botswana's Okavango Delta
⠀
The carcasses are yet to be tested for pathogens or poison despite the first dying in EARLY MAY. https://t.co/tiSGyisEpB pic.twitter.com/xgFCEZ6nIP— animals_innocent_creatures (@AnimalsInnocent) July 1, 2020
ତାଙ୍କ ମୁତାବକ, ଯଦି ହାତୀଙ୍କ ମୃତ୍ୟୁ ଶୁଖିଲାପଣ ଯେଉଁ ହେଉଛି ତେବେ ତାହା ବେଶ ଆଶ୍ଚର୍ଯ୍ୟଜନକ ଅଟେ । କାରଣ ମୃତକମାନେ କେବଳ ହାତୀ ଅଟନ୍ତି ଏବଂ ଏଥିରେ ଅନ୍ୟ କୌଣସି ଜୀବ ନାହାନ୍ତି । ହଁ ଯଦି ଏହା ବେଆଇନ ଶିକାର ଯୋଗୁଁ ହେଉଛି ତେବେ ଅନ୍ୟ ଜନ୍ତୁଙ୍କ ଶବ ମଧ୍ୟ ମିଳନ୍ତା ଯାହାଙ୍କର ଶୀକାର ହୋଇଥିବ କିନ୍ତୁ ଏଭଳି କିଛି ହୋଇ ନାହିଁ । କୌଣସି ଗୁରୁତର ରୋଗର ସଂକ୍ରମଣ ଆଶଙ୍କାକୁ ମଧ୍ୟ ସେ ଖାରଜ କରୁଛନ୍ତି ।
ଅଧିକାଂଶ ମୃତ ହାତୀ ନିଜ ମୁହଁକୁ ତଳକୁ କରି ମରିଥିବାର ଦେଖିବାକୁ ମିଳିଛି । ଏହା କୌଣସି ରୋଗରେ ଲକ୍ଷଣ ହୋଇପାରେ ଯାହାକି ମନୁଷ୍ୟ ଠାରୁ ଆସି ପାରିଥାଏ ବୋଲି ଆଶଙ୍କା କରାଯାଉଛି । ଖାସ କରି ଜଳ ସ୍ରୋତ ଏବଂ ମାଟି ଦ୍ୱାରା ଆସିଥାଇ ପାରେ । ବର୍ତ୍ତମାନ ଅନ୍ୟ ପଶୁଙ୍କ ସଂପର୍କରେ ତଥ୍ୟ ଯୋଗାଡ ଚାଲୁଛି ଏବଂ ଲ୍ୟାବ ଫଳାଫଳ ଆସିବା ପରେ ହିଁ ଏହାର ପ୍ରକୃତ କଥା ଜଣାପଡିବ ।
Comments are closed.