ମଣିପାଲ ହସ୍ପିଟାଲ ପକ୍ଷରୁ ସ୍ବାସ୍ଥ୍ୟ ସେବା ଶିବିର
ଭୁବନେଶ୍ୱର: ବିଶ୍ବ ଲିଭର ଦିବସ ଅବସରରେ ମଣିପାଲ ହସ୍ପିଟାଲ ପକ୍ଷରୁ ଆସନ୍ତା କାଲି (ଶନିବାର) ୟୁନିଟ 9 ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି I ଏହି ସ୍ବାସ୍ଥ୍ୟ ଶିବିର ସକାଳ 10ଟା ରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଠାରେ ବିନା ମୁଲ୍ୟରେ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଲିଭର ପରୀକ୍ଷା ମଧ୍ୟ କରିପାରିବେ I
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରାଜା ରାମ ଶତପଥୀ ମୁଖ୍ୟ ଅତିଥି , ମାଣିପାଲ ହସ୍ପିଟାଲର ବରିଷ୍ଠ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପ ବେହେରା,ଡାକ୍ତର ଜ୍ଞାନ ରଞ୍ଜନ ରାଉତ,ଡାକ୍ତର ଜ୍ୟୋତିର୍ମୟ ଜେନା ଉପସ୍ଥିତ ରହି ପରାମର୍ଶ ଦେବେ I ଏହି ସ୍ବାସ୍ଥ୍ୟ ଶିବିରକୁ ଅଧିକ ସଂଖ୍ୟାରେ ଯୋଗଦାନ କରିବାକୁ ମଣିପାଲ ହସ୍ପିଟାଲ ନିର୍ଦେଶକ ଡାକ୍ତର ଶକ୍ତିମୟ ମହାପାତ୍ର ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି।
Comments are closed.