ଓଡ଼ିଶାରେ ସ୍ୱାସ୍ଥ୍ୟ ବୀମା ଗ୍ରହଣୀୟତାକୁ ପ୍ରୋତ୍ସାହିତ କରୁଛି ଏଚଡିଏଫସି ଏର୍ଗୋ

Share It

ଭୁବନେଶ୍ୱର : ଭାରତର ଅଗ୍ରଣୀ ଘରୋଇ କ୍ଷେତ୍ର ସାଧାରଣ ବୀମା କମ୍ପାନି, ଏଚଡିଏଫସି ଏର୍ଗୋ ଜେନେରାଲ୍ ଇନସ୍ୟୁରାନ୍ସ କମ୍ପାନି ରାଜ୍ୟରେ ସ୍ୱାସ୍ଥ୍ୟ ବୀମାର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି । କଂପାନି ପାଇଁ ଅନ୍ୟତମ ପ୍ରମୁଖ ବଜାର, ଓଡ଼ିଶାରେ ଏଚଡିଏଫସି ଏର୍ଗୋର ୩୫ରୁ ଅଧିକ ଶାଖା ଏବଂ ଡିଜିଟାଲ୍ ଅଫିସ୍‌ର ନେଟୱାର୍କ ସହିତ ରାଜ୍ୟରେ ଏକ ଦୃଢ଼ ଉପସ୍ଥିତି ରହିଛି । ଏଗୁଡ଼ିକ କଂପାନିର ବୀମା ବିତରଣ ଏବଂ ସର୍ଭିସ୍ ପଏଂଟ ଅଟନ୍ତି ଯାହା ଦେଶର ଦୁର୍ଗମ ଅଂଚଳଗୁଡ଼ିକରେ ବୀମା ଅନ୍ତର୍ଭୁକ୍ତୀକରଣରେ ସାହାଯ୍ୟ କରୁଛନ୍ତି । ଚଳିତ ଆର୍ôଥକ ବର୍ଷରେ ୨୦୨୫ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧ ସୁଦ୍ଧା ଏହି ବୀମା କଂପାନି ଓଡ଼ିଶାରେ ୯କୋଟି ଟଙ୍କାରୁ ଉର୍ଦ୍ଧ୍ୱର ୧୬୦୦ରୁ ଅଧିକ ସ୍ୱାସ୍ଥ୍ୟ ଦାବି ସମାଧାନ କରିସାରିଛି ।
ଏସମ୍ପର୍କରେ ଏଚଡିଏଫସି ଏର୍ଗୋର ନିର୍ଦ୍ଦେଶକ ତଥା ମୁଖ୍ୟ ବ୍ୟବସାୟ ଅଧିକାରୀ ପାର୍ଥନୀଲ ଘୋଷ କହିଛନ୍ତି ଯେ, “ନିୟାମକଙ୍କ ୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା\’ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହୋଇ ଏଚଡିଏଫସି ଏର୍ଗୋରେ ଆମେ ଶେଷ ମାଇଲ୍ ପର୍ଯ୍ୟନ୍ତ ବୀମା ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ‘ସଚେତନତା, ଉପଲବ୍ଧତା ଏବଂ ପହଂଚ\’ର ତିନୋଟି ସ୍ତମ୍ଭ ଉପରେ ଧ୍ୟାନ ଦେଉଛୁ । ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ, ଯେଉଁଥିରେ ଭୁବନେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏବଂ ଆମେ ଆମର ଗ୍ରାହକମାନଙ୍କୁ ସର୍ବୋତମ ସମ୍ଭାବ୍ୟ ସେବା ପ୍ରଦାନ କରିବାରେ ଗଭୀର ଭାବେ ବିନିଯୋଗ କରୁଛୁ । ଆମର ଶାଖା ନେଟୱାର୍କ ସହିତ ଆମର ଡିଜିଟାଲ କାର୍ଯ୍ୟାଳୟ ଏବଂ ଯ୧୭୦୦ ବୀମା ପରାମର୍ଶଦାତାଙ୍କ ମାଧ୍ୟମରେ ସମଗ୍ର ରାଜ୍ୟରେ ଆମର ଏକ ଉପଯୁକ୍ତ ଉପସ୍ଥିତି ରହିଛି, ଯାହା ବିଭିନ୍ନ ନଗର ଏବଂ ସହରରେ ବୀମା ଅନ୍ତର୍ଭୁକ୍ତୀକରଣକୁ ତ୍ୱରାନ୍ୱିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛି ।
ଗ୍ରାହକଙ୍କୁ ଧ୍ୟାନରେ ରଖି ଏଚଡିଏଫସି ଏର୍ଗୋ ଏକ ସ୍ୱତନ୍ତ୍ର ଇନସ୍ୟୁରାନ୍ସ ନେତୃତ୍ୱାଧୀନ ଇକୋସିଷ୍ଟମ, ହିଅର ଆପ୍ ମାଧ୍ୟମରେ ଏକ ଇକୋସିଷ୍ଟମ ସୃଷ୍ଟି କରିଛି ଯାହାର ଉଦ୍ଦେଶ୍ୟ ହେଉଛି ସ୍ୱାସ୍ଥ୍ୟ ଏବଂ ଗମନାଗମନ ପ୍ରତି ଉପଭୋକ୍ତାଙ୍କ ଚିନ୍ତାକୁ ଦୂର କରିବା ଏବଂ ସ୍ୱାସ୍ଥ୍ୟସେବା ଏବଂ ମୋଟର ଯାନ ଉପରେ ସେମାନଙ୍କର ଦୈନନ୍ଦିନ ଖର୍ଚ୍ଚ ସଂଚୟ କରିବାର ସୁବିଧା ଏବଂ ପହଂଚ ପ୍ରଦାନ କରିବା । ଆବଶ୍ୟକ ସମୟରେ ସୁବିଧା ପାଇଁ ଏଚଡିଏଫସି ଏର୍ଗୋ ଏହାର ଗ୍ରାହକଙ୍କ ପାଇଁ କିଛି ନିଆରା ପଦକ୍ଷେପ ଆରମ୍ଭ କରିଛି । ଏହାର ‘ଅର୍ଲି ଡିସଚାର୍ଜ ଫ୍ରମ ହସ୍ପିଟାଲ’ ସେବା ନଗଦର ଆବଶ୍ୟକତା ବିନା ବାଧାହୀନ ଡିସଚାର୍ଜ ସୁବିଧା ଦେଇଥାଏ । ବର୍ତମାନ ଓଡ଼ିଶାର ୧୯ଟି ହସ୍ପିଟାଲ ସମେତ ସମଗ୍ର ଭାରତରେ ଯ୧୯୦୦ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ରହିଛି । ଏହାବ୍ୟତୀତ ଗତ ଆର୍ôଥକ ବର୍ଷରେ କମ୍ପାନୀ ସମସ୍ତ କ୍ରନିକ ରୋଗୀଙ୍କ ପାଇଁ ‘ପ୍ରି-ଅନୁମୋଦିତ କ୍ୟାସଲେସ୍ ସୁବିଧା’ ଆରମ୍ଭ କରିଥିଲା । କେମୋଥେରାପି, ଡାଏଲିସିସ୍ ଓ ରେଡିଓଥେରାପି ଭଳି କ୍ରନିକ ରୋଗ ପାଇଁ ହସ୍ପିଟାଲରେ ନଗଦବିହୀନ ଭାବେ ଚିକିତ୍ସିତ ହେଉଥିବା(କ୍ୟାସଲେସ ହସ୍ପିଟାଲାଇଜେସନ) ରୋଗୀମାନେ ସମାନ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ସମାନ ରୋଗ ପାଇଁ ଏକାଧିକ ଥର କ୍ୟାସଲେସ୍ ହସ୍ପିଟାଲାଇଜେସନ ସୁବିଧା ଉପଲବ୍ଧ କରିବା ପାଇଁ ଗୋଟିଏ ଥର ଅନୁମୋଦନ ପାଇପାରିବେ ।
ବର୍ତମାନ ଏଚଡିଏଫସି ଏର୍ଗୋ ଏହାର ସ୍ୱାସ୍ଥ୍ୟ ବୀମା ଦାବିକୁ ୩୮ ମିନିଟ (ପୂର୍ବ-ପ୍ରାଧିକୃତ) ମଧ୍ୟରେ ସମାଧାନ କରୁଛି ଏବଂ ନିୟାମକଙ୍କ ୩୦ ଦିନ ମଧ୍ୟରେ ପରିଶୋଧ ଦାବି ସମାଧାନ କରିବା ନିର୍ଦ୍ଦେଶ ତୁଳନାରେ ଏହାର ହାରାହାରି ଟର୍ଣ୍ଣ ଆରାଉଣ୍ଡ ଟାଇମ୍ ହେଉଛି ୨.୪ ଦିନ । ଏହାବ୍ୟତୀତ, ଭାରତର ବୃହତ ଜନସଂଖ୍ୟା ପାଇଁ ସ୍ୱାସ୍ଥ୍ୟ ବୀମାକୁ ଉପଲବ୍ଧ କରିବା ପାଇଁ ଏକ ପ୍ରତିବଦ୍ଧ ସହଯୋଗୀ ଭାବରେ, ଏଚଡିଏଫସି ଏର୍ଗୋ ହେଉଛି ପ୍ରଥମ ବୀମା କମ୍ପାନୀ ଯିଏ କି ଜାତୀୟ ସ୍ୱାସ୍ଥ୍ୟ ଦାବି ଏକ୍ସଚେଞ୍ଜ (ଏନଏଚସିଏକ୍ସ) ପ୍ଲାଟଫର୍ମ ମାଧ୍ୟମରେ ସ୍ୱାସ୍ଥ୍ୟ ଦାବିର ସମାଧାନ ପାଇଁ ଆଇଆରଡିଏଆଇର ସାମ୍ପ୍ରତିକ ପଦକ୍ଷେପକୁ କାର୍ଯ୍ୟକାରୀ କରିଛି ।

 


Share It

Comments are closed.