ଦାଉଦ କରୋନାରେ ଆକ୍ରାନ୍ତ ଥିବା ଖବରକୁ ଖଣ୍ଡନ କଲେ ଭାଇ ‘ଆନିଶ ଇବ୍ରାହିମ’

Share It

ଗତ କିଛି ଦିନ ହେବ ଅଣ୍ଡରୱାର୍ଲଡ ଡନ ‘ଦାଉଦ ଇବ୍ରାହିମ’ ଏବଂ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ଥିବାର ଖବର ସାମନାକୁ ଆସିଥିବାବେଳେ ବର୍ତ୍ତମାନ ଏହି ଖବରକୁ ତାଙ୍କ ଭାଇ ଖଣ୍ଡନ କରିଥିବାର ସୂଚନା ମିଳିଛି । ଦାଉଦ ଏବଂ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ପାଇଁ ତାଙ୍କୁ କରାଚୀସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ଖବର ପୂର୍ବରୁ ଶୁଣିବାକୁ ମିଳିଥୁଲା ।
ଏହି ସଂପର୍କରେ ପ୍ରତିକ୍ରିୟା ରଖି ତାଙ୍କ ଭାଇ ଆନିଶ ଇବ୍ରାହିମ କହିଛନ୍ତି ଯେ, “ଦାଉଦ ଏବଂ ତାଙ୍କ ପରିବାରର କୌଣସି ସଦସ୍ୟ କରୋନରେ ଆକ୍ରାନ୍ତ ହୋଇ ନାହାନ୍ତି । ସମସ୍ତେ ଠିକ ଅଛନ୍ତି ଏବଂ ଘରେ ହିଁ ଅଛନ୍ତି ।”
ପ୍ରକାଶ ଥାଉକି, ଦାଉଦ ଏବଂ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ଥିବା ଖବର ଶୁଣିବାକୁ ମିଳିଥିଲା । ଏହା ପରେ ତାଙ୍କ କର୍ମଚାରୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖିଯାଇଛି ବୋଲି ଖବର ଶୁଣିବାକୁ ମିଳିଥିଲା ।


Share It

Comments are closed.