ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ୪୦ଟି ମୁସଲିମ ପରିବାର

Share It

ହରିୟାଣାର ହିସାରରେ ୪୦ଟି ମୁସଲିମ ପରିବାରର ପ୍ରାୟ ୨୫୦ ସଦସ୍ୟ ମୁସଲିମରୁ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଘଟଣାଟି ହିସାରର ବିଧମିରା ଅଞ୍ଚଳର ଅଟେ । ଜଣେ ମୁସଲିମ ପରିବାର ହିନ୍ଦୁ ଧର୍ମ ଗ୍ରହଣ କରିବା ସହ ତାଙ୍କ ପରିବାରର ଜଣେ ୮୦ ବର୍ଷିୟା ବୃଦ୍ଧାଙ୍କର ହିନ୍ଦୁ ରୀତିନୀତି ଅନୁଯାୟୀ ଶବଦାହ ପ୍ରକ୍ରିୟା ମଧ୍ୟ କରିଥିଲେ । ଏହା ପୂର୍ବରୁ ୧୮ ଏପ୍ରିଲରେ ଜିନ୍ଦର ଦନୋଡା ଗ୍ରାମରେ ୬ଟି ମୁସଲିମ ପରିବାରର ୩୫ ଜଣ ସଦସ୍ୟ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ।
ଗ୍ରାମବାସୀଙ୍କ କହିବା ମୁତାବକ, ବିଧମିରା ଗ୍ରାମର ୪୦ଟି ମୁସଲିମ ପରିବାର ହିନ୍ଦୁ ଧର୍ମରେ ପରିବର୍ତ୍ତନ ହୋଇଛନ୍ତି । ସେମାନେ ସ୍ୱାଧନୀତା ପୂର୍ବରୁ ଜିନ୍ଦର ଏହି ଦନୋଡା ଗ୍ରାମର ନିବାସୀ ଥିଲେ ।
ହିନ୍ଦୁ ଧର୍ମ ଗ୍ରହଣ କରିଥିବା ସତବୀର କହିଛନ୍ତି ଯେ, ‘ତାଙ୍କ ମା’ ଫୁଲୀ ଦେବୀଙ୍କର ଶୁକ୍ରବାର ଦିନ ଦେହାନ୍ତ ହୋଇଥିଲା । ଦେହନ୍ତ ପରେ ଗ୍ରାମର ମୁସଲିମ ପରିବାର ନିଷ୍ପତି ନେଇଥିଲେ ଯେ, ସେମାନେ ନଜକୁ ହିନ୍ଦୁ ଧର୍ମରେ ପରିବର୍ତ୍ତନ କରିଥିବା ହେତୁ ଏହି ଧର୍ମର ରୀତିନୀତି ଅନୁଯାୟୀ ବୃଦ୍ଧା ମହିଳାଙ୍କ ଅନ୍ତିମ ସଂସ୍କାର କରାଯିବ ।’ ସେ ଆହୁରୀ କହିଛନ୍ତି ଯେ, ଏହା ପୂର୍ବରୁ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଉଥିଲା ତେବେ ମୁସଲିମ ରୀତିନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଉଥିଲା ।
ସତବୀର କହିଛନ୍ତି ଯେ, ସେମାନେ ଡୁମ ଜାତିର ଅଟନ୍ତି ଏବଂ ସେମାନେ ସୁନୀ ହୋଇଥିବାବେଳେ ତାଙ୍କର ପୂର୍ବପୁରୁଷ ମୋଗଲ ସମ୍ରାଟ ଔରାଙ୍ଗଜେବଙ୍କ ଚାପରେ ଆସି ମୁସଲିମ ଧର୍ମ ଗ୍ରହଣ କରିଥିଲେ । ସେ କହିଛନ୍ତି ତାଙ୍କର ସମସ୍ତ ଗ୍ରାମବାସୀ ହିନ୍ଦୁ ରୀତିନୀତି ଅନୁସରଣ କରନ୍ତି କନ୍ତୁ ଅନ୍ତିମ ସଂସ୍କାର ମୁସଲିମ ରୀତିନୀତି ଅନୁଯାୟୀ ହୁଏ । ଧର୍ମ ପରିବର୍ତ୍ତନ ପଛରେ କାହାର ଚାପ ନଥିବା ସେ ଦର୍ଶାଇଛନ୍ତି ।


Share It

Comments are closed.