ଚେନ୍ନାଇ ନୁହେଁ, ମୁମ୍ବାଇ ହେଉଛି ହରଭଜନଙ୍କ ପ୍ରିୟ ଟିମ, କହିଲେ କିଛି ଏପରି କାରଣ
ଭାରତୀୟ ଦଳର ଅଫ ସ୍ପିନର ହରଭଜ ସିଂହ ନିଜ ପ୍ରିୟ ଆଇପିଏଲ ଟିମର ଚୟନ କରିଥିବାବେଳେ ଏହାକୁ ଶୁଣି ଚେନ୍ନାଇ ସୁପର କିଙ୍ଗ ପ୍ରଶଂସକମାନେ ହଜମ କରିପାରୁନଥିବେ । ହରଭଜନ ଚେନ୍ନାଇ ସୁପରକିଙ୍ଗ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସକୁ ନିଜର ପ୍ରିୟ ଟିମ ବୋଲି ବିବେଚନା କରିଛନ୍ତି । ଏହି ଅନୁଭବୀ ଅଫ ସ୍ପିନର ଜଣକ ନିଜର ଜଣେ ପ୍ରଶଂସଙ୍କ ପ୍ରଶ୍ନର ଉତ୍ତର ରଖି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କର ପ୍ରିୟ ଆଇପିଏଲ ଟିମ ବୋଲି କହିଛନ୍ତି । ହରଭଜନ ଗତ ୨ ବର୍ଷ ହେବ ଚେନ୍ନାଇ ସୁପରକିଙ୍ଗସ ଅଂଶ ଅଟନ୍ତି ।
ତେବେ ଏହି ମଧ୍ୟରେ ମୁମ୍ବାଇ କାହିଁକି ତାଙ୍କର ପ୍ରିୟ ଟିମ ଅଟେ ସେ ସଂପର୍କରେ ହରଭଜନ କାରଣ ମଧ୍ୟ ଦର୍ଶାଇଛନ୍ତି । କରୋନା ଭାଇରସ କାରଣରୁ ସମସ୍ତ ଖେଳକୁ ସ୍ଥଗିତ କରାଇ ଦିଆଯାଇଛି । ଆଇପିଏଲ ୨୦୨୦କୁ ମଧ୍ୟ ଅନିଶ୍ଚିତକାଳ ପର୍ଯ୍ୟନ୍ତ ବନ୍ଦ କରାଇ ଦିଆଯାଇଛି । ଏହି ସମୟରେ ସୋସିଆଲ ମିଡିଆ ଜରୀଆରେ ସମସ୍ତ ଖେଳାଳୀ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି । ସମସ୍ତେ ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଜରିଆରେ ନିଜର ପ୍ରଶଂସକମାନଙ୍କର ଉତ୍ତର ମଧ୍ୟ ଦେଉଛନ୍ତି । ଏହି ମଧ୍ୟରେ ଇନଷ୍ଟାଗ୍ରାମ ଲାଇଭ ଜରିଆରେ ହରଭଜନ ସିଂହଙ୍କୁ ତାଙ୍କର ପ୍ରିୟ ଆଇପିଏଲ ଟିମ ସଂପର୍କରେ ଜଣେ ପ୍ରଶଂସକ ପ୍ରଶ୍ନ କରିଥିଲେ ।
କାରଣ ଦର୍ଶାଇ ହରଭଜନ କହିଛନ୍ତି ଯେ, “ମୁଁ ୧୦ ବର୍ଷ ହେବ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛି । ଏହା ମୋର ଜୀବନ ଅଟେ । ମୋର ଯେଉଁ ସ୍ମୃତି ତା ସହ ଅଛି, ତାହାକୁ କେବେ ମୁଁ ଭୁଲେଇ ପାରିବି ନାହିଁ । ଦର୍ଶକ, ୱାଙ୍ଖେଡେ ଷ୍ଟାଡିୟମ ଏବଂ ସେହି ଦଳ ସହ ମୋର ୧୦ ବର୍ଷର ଅନେକ ସ୍ମୃତି ରହିଛି । ମୋର ହୃଦୟ ସର୍ବଦା ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଛି, କିନ୍ତୁ ଏବେ ମୁଁ ଚେନ୍ନାଇ ସୁପର କିଙ୍ଗ ସହ ଅଛି । ମୁଁ ସେହି ଭଲ ପାଇବା ପାଇଁ କୃତଜ୍ଞ ଅଟେ, ଯାହାକୁ ମୁଁ ଏଠାରୁ ପାଇଛି । କିନ୍ତୁ ମୁଁ ମୁମ୍ବାଇକୁ ହିଁ ଚୟନ କରିବି ।”
ପ୍ରକାଶ ଥାଉକି, ହରଭଜନ ୨୦୦୮ରୁ ୧୭ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କ୍ରିକେଟ ଖେଳିଛନ୍ତି । ରୋହିତ ଶର୍ମା ଅଧିନାୟକ ହେବା ପୂର୍ବରୁ ସେ ଦଳ ପାଇଁ ୩୦ ମ୍ୟାଚରେ ନେତୃତ୍ୱ ନେଇଥିଲେ ।
Comments are closed.