ଆଜି କିଙ୍ଗ୍ସ ଓ ଟାଇଟନ୍ସ ମଧ୍ୟରେ ଦେଖିବାକୁ ମିଳିବ କଡା ମୁକାବିଲା
ଚଳିତ ଆଇପିଏଲ୍ର ୪୮ତମ ଲିଗ୍ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍ ଜିତିଲେ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ରେ ପ୍ରବେଶ କରିବ । ପଏଣ୍ଟ ତାଲିକାର ଅଷ୍ଟମ ସ୍ଥାନରେ ରହିଥିବା ପଞ୍ଜାବ କିଙ୍ଗ୍ସ ପାଇଁ ବିଜୟ ଜରୁରୀ ହୋଇ ପଡ଼ିଛି ।
ଚଳିତ ସିଜନରେ ଟାଇଟନ୍ସ ଦଳ ଏକ ପ୍ରକାର ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଛି । ୯ଟି ମ୍ୟାଚ୍ ଖେଳି ଟାଇଟନ୍ସ ୮ ବିଜୟ ସହ ମୋଟ୍ ୧୬ ପଏଣ୍ଟ ହାସଲ କରିସାରିଛି । ଆଇପିଏଲ୍ ଇତିହାସରେ କୌଣସି ଦଳ ଆଜି ପର୍ଯ୍ୟନ୍ତ ପ୍ରଥମ ୯ଟି ମ୍ୟାଚ୍ରୁ ୮ଟିରେ ବିଜୟୀ ହୋଇ ନଥିଲେ । କେବଳ ଦଳଗତ ପ୍ରଦର୍ଶନ ଓ ପ୍ରତ୍ୟେକ ଖେଳାଳିଙ୍କ ମଧ୍ୟରେ ପରସ୍ପର ପ୍ରତି ଭରସା ବିଜୟର ପ୍ରମୁଖ କାରଣ ସାଜିଛି ।
ଟାଇଟନ୍ସକୁ ହରାଇବାକୁ ହେଲେ ପଞ୍ଜାବ କିଙ୍ଗ୍ସକୁ ସଂଘର୍ଷ କରିବାକୁ ପଡ଼ିବ । ଦଳରେ ବହୁ ତାରକା ଖେଳାଳି ରହିଛନ୍ତି । ବିସ୍ଫୋରକ ବ୍ୟାଟିଂ ପାଇଁ ମଧ୍ୟ ପଞ୍ଜାବ କିଙ୍ଗ୍ସ ଚର୍ଚ୍ଚାରେ ରହିଛି । ହେଲେ ଦଳ ନିୟମିତ ଉନ୍ନତ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଟସ୍ ଉପରେ ମ୍ୟାଚ୍ ଫଳାଫଳ ନିର୍ଭର କରୁଥିଲେ ହେଁ ଏଣିକି ବଡ ସ୍କୋର ଉପରେ ପଞ୍ଜାବ କିଙ୍ଗ୍ସକୁ ନିର୍ଭର କରିବାକୁ ହେବ । ଦଳର ବୋଲିଂ ବିଭାଗ ଉନ୍ନତ ରହିଛି । ଲାଏମ ଲିଭିଙ୍ଗଷ୍ଟୋନ ଓ ଜନି ବେୟାରଷ୍ଟୋଙ୍କୁ ମଧ୍ୟ ଭାଗରେ ବିସ୍ଫୋରକ ବ୍ୟାଟିଂ କରିବାକୁ ହେବ । ପୂର୍ବରୁ ଟାଇଟନ୍ସ ଠାରୁ ପରାଜିତ ହୋଇ ସାରିଥିବାରୁ ପଞ୍ଜାବ କିଙ୍ଗ୍ସ ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ।
ଟାଇଟନ୍ସ: ଶୁଭମନ ଗିଲ୍, ରିଦ୍ଧିମାନ ଶାହା, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତେୱାତିଆ, ରସିଦ ଖାନ, ଅଲଜାରି ଜୋଶେଫ, ଲୋକି ଫର୍ଗୁସନ, ମହମ୍ମଦ ସାମି, ୟଶ ଦୟାଲ/ପ୍ରଦୀପ ସାଙ୍ଗୱାନ ।
ପଞ୍ଜାବ କିଙ୍ଗ୍ସ: ଶିଖର ଧାୱନ, ମୟଙ୍କ ଅଗ୍ରୱାଲ (ଅଧିନାୟକ), ଭାନୁକା ରାଜାପାକ୍ସା,
Comments are closed.